ଗଞ୍ଜୁସୁଗା ଗାଁରେ ବିଶୁଦ୍ଧ ପାନୀୟ ଜଳ ମିଳିବ କେବେ..?ବଞ୍ଚିବା ପାଇଁ ନାଳ ପାଣି କୁ ଭରଷା.
କନ୍ଧମାଳ :- ( ରିପୋର୍ଟ କୁନା ଦିଗାଲ )ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପାଇରାଜୁ ଗ୍ରାମପଞ୍ଚାୟତ ଗୋବରନଳା ଗାଁ ନିକଟସ୍ଥ ଡିଗେରସୁଗା,ଗଞୁସୁଗା ସାହିରେ ପିଇବା ପାଇଁ ନାହିଁ ବିଶୁଦ୍ଧ ପାନୀୟ ଜଳ l ଗ୍ରାମବାସୀ ଦିର୍ଘ ବର୍ଷ ରୁ ଦୁଇ ସାହିର ଲୋକେ ନାଳ ପାଣି ବ୍ୟବହାର କରି ଆଜି ପର୍ଯ୍ୟନ୍ତ ନାଳ ପାଣି କୁ ଭରଷା କରି ଚାଲୁଛନ୍ତି l ଖରା ବର୍ଷା ଦିନେ ପାନୀୟଜଳ ପାଇଁ ଅଞ୍ଚଳ ବାସୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ବର୍ଷା ଦିନ କଥା ନ କହିବା ଭଲ ଜୀବନ କୁ ବାଜି ଲଗେଇ ବଂଚିବା କୁ ପଡୁଛି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି l ପାନୀୟଜଳ ଅସୁବିଧା କୁ ନେଇ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ସୁଦ୍ଧା କେହି ଶୁଣୁନାହାନ୍ତି ବୋଲି କହିଛନ୍ତି । ସରକାର ପାନୀୟଜଳ ସୁବିଧା ପାଇଁ ଅନେକ ଯୋଜନା ପ୍ରସ୍ତୁତ କରନ୍ତି ସତ ଜନସାଧାରଣ ଆଜି ବି ନାଳ ପାଣି କୁ ବ୍ୟବହାର କରି ବିଭିନ୍ନ ପ୍ରକାର ରୋଗ ରେ ଆକ୍ରାନ୍ତ ହୋଇ ବଂଚୁଥିବା ଦେଖିବାକୁ ମିଳୁଛି l ତେଣୁ ପ୍ରଶାସନ ଏଥିପ୍ରତି ସଠିକ ଦୃଷ୍ଟି ଦେବା ପାଇଁ ଓ ଡିଗେରସୁଗା,ଗଞୁସୁଗା ସାହିରେ ନଳକୂପ ନିର୍ମାଣ ପାଇଁ ଗ୍ରାମ ବାସୀ ପାଲେଶ୍ଵର କହଁର, ରିପୁ କହଁର ଦୁଆନା କହଁର, ପ୍ରହି କହଁର, ପ୍ରଶାନ୍ତ କହଁର,ପେଟିରି କହଁର, ନର୍ମଦା କହଁର, ବୃନ୍ଦାବତୀ କହଁର, ନିନ୍ଦ୍ରାବତୀ କହଁର ,ନିଭିଦତିଅ କହଁର ,ଜନେକ କହଁର,ରୂପ ଦିଗାଲ, ରଞ୍ଜିତ ଦିଗାଲ ସମେତ ପୂର୍ବତନ ମେମ୍ବର ଯଗିତ କହଁର ଦାବି କରିଛନ୍ତି