ଆତଙ୍କ ଖେଳାଇ ବନ୍ଧୁକ ମୁନରେ ଦୁଇ ଧାନ ବେପାରୀଙ୍କ ଠାରୁ ଲୁଟ

*ଆତଙ୍କ ଖେଳାଇ ବନ୍ଧୁକ ମୁନରେ ଦୁଇ ଧାନ ବେପାରୀଙ୍କ ଠାରୁ ଲୁଟ*

ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ନୂଆଗାଁ ବ୍ଲକର ବିଶ୍ରା ଥାନା ଅନ୍ତର୍ଗତ କlତେପୁର ସାପ୍ତାହିକ ହାଟ ଓ ଉର୍ମେଇ ଠାରେ ଦୁଇ ଧାନ ବେପାରୀଙ୍କ ଠାରୁ ଲକ୍ଷlଧିକ ଟଙ୍କା ଦୁର୍ବୁର୍ତ୍ତମାନେ ବନ୍ଧୁକ ମୁନରେ ଲୁଟି ନେଇଛନ୍ତି । ବିଶ୍ରା ଅଞ୍ଚଳର ଜଣାଶୁଣା ଧାନ ବ୍ୟବସାୟୀ ଦୀପକ ସାହା ଯିଏକି କାତେପୁର ସାପ୍ତାହିକ ହାଟରେ ଧାନ କିଣୁଥିଲେ l ସେହି ସମୟରେ ୩ ଜଣ ଲୁଟେରା ଏକ ଅପାଚି ମୋଟର ସାଇକେଲରେ ଅସି ପ୍ରଥମେ କାତେପୁର ହାଟ ନିକଟରେ ଦୀପକ ସାହାଙ୍କ ଠାରୁ ବନ୍ଧୁକ ମୁନରେ ପ୍ରାୟ ୮୦ ହଜାରରୁ ଉର୍ଦ୍ଧ ଟଙ୍କା ଲୁଟ୍ କରି ତୁରନ୍ତ ଘଟଣାସ୍ଥଳରୁ ଛୁ ମାରିଥିଲେ l ସେମାନେ ଗାଇଞ୍ଜର ରାସ୍ତା ଦେଇ ଉର୍ମେଇ ପଞ୍ଚାୟତ ହୋଇ ଯାଉଥିବା ବେଳେ ଉର୍ମେଇ ପଞ୍ଚାୟତ ନିକଟସ୍ଥ ଆମ୍ବ ତୋଟାରେ ଉର୍ମେଇ ଅଞ୍ଚଳର ଜଣାଶୁଣା ଧାନବ୍ୟବସାୟୀ ପଞ୍ଚାନନ ଦ୍ୱିବେଦୀ (ବିହାରୀ) ଙ୍କ ଠାରୁ ମଧ୍ୟ ବନ୍ଧୁକ ମୁନରେ ପ୍ରାୟ ୯୦ ହଜାର ଟଙ୍କା ଲୁଟି ନେଇ ଲୁଟେରା ମାନେ କୁଲଗଜ ହୋଇ ଝାଡ଼ଖଣ୍ଡ ଅଞ୍ଚଳକୁ ଚାଲି ଯାଇଥିଲେ l ତେବେ ଏହି ଘଟଣା ଅପରାହ୍ନ ସମୟରେ ଘଟିଛି l ଖବର ପାଇ ବିଶ୍ରା ଥାନା ପୋଲିଶ ସେଠାରେ ପହଞ୍ଚି ଘଟଣା ର ତଦନ୍ତ ଜାରି ରଖିଛି l ଦିର୍ଘ୍ ଦିନର ବ୍ୟବଧାନ ପରେ ପୁନଶ୍ଚ କାତେପୁର ହାଟ ରେ ବନ୍ଧୁକ ମୁନରେ ଦିନ ଦିପହରରେ ଟଙ୍କା ଲୁଟ୍ କରିବା ଘଟଣାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି l ଜାଲସା ଅଞ୍ଚଳର ବଡ଼ ଦୀନ ପାଇଁ କାତେପୁର ହାଟ ଭିଡ଼ ରହିଥିଲା ଏହି ଭିଡ଼ର ସୁଯୋଗ ନେଇ ୩ ଜଣ ଯୁବକ ଆପାଚି ଗାଡ଼ିରେ ଗାଇଞ୍ଜର ପଟରୁ ଆସି ଦୀପକଙ୍କ ଧାନମଣ୍ଡି ପାଖରେ ଆସି ଗାଡ଼ି ଠିଆ କରିଥିଲେ l ସେହି ମଧ୍ୟରୁ ଜଣେ ଯୁବକ ହେଲମେଟ ପିନ୍ଧି ଗାଡ଼ିରୁ ଓହ୍ଲାଇ ସିଧା ଦୀପକଙ୍କ ପାଖକୁ ଆସି ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ଟଙ୍କା ଦେବାକୁ କହିଲା । ହେଲେ ପ୍ରଥମେ ଦୀପକ ଏହାକୁ ମଜାକ ଭାବି ନୀରବ ରହିଥିଲେ । ସେ ଭାବୁଥିଲେ କେହିଜଣେ ଖେଳୁଆ ବନ୍ଧୁକ ଦେଖାଇ ତାଙ୍କ ସହ ଥଟ୍ଟା କରୁଛି । କିନ୍ତୁ ପରେ ତାଙ୍କୁ ଧମକ ଦେବା ସହ ଶୀଘ୍ର ଟଙ୍କା ଦେବାକୁ କହିଲେ, ସେ ଧାନ କ୍ରୟ ପାଇଁ ରଖିଥିବା ସମସ୍ତ ଟଙ୍କାକୁ ଦେଇ ଦେଇଥିଲେ । ତାପରେ ଦୁର୍ବୃର୍ତ୍ତ ମାନେ ଟଙ୍କା ବ୍ୟାଗ ଧରି ଦୀପକଙ୍କ ପାଖରୁ ଛୁ ମାରିଥିଲେ l ସେହିପରି ଉର୍ମେଇ ଠାରେ ଧାନ କ୍ରୟ ପାଇଁ ବସିଥିବା ପଞ୍ଚାନନ ଦ୍ୱିବେଦୀଙ୍କ ଠାରୁ ମଧ୍ୟ ଅନୂ ରୂପ ଭାବେ ସେହି ହେଲମେଟ ପିନ୍ଧା ଯୁବକ ବନ୍ଧୁକ ମୁନରେ ଟଙ୍କା ନେଇ ଫେରାର ମାରିଥିଲେ l ପରେ ଖବର ପାଇ ଉର୍ମେଇ ଗ୍ରାମର ଦୁର୍ବୃର୍ତ୍ତ ମାନଙ୍କର ପିଛା କରିଥିଲେ ହେଁ ସେମାନେ କୁଲାଗଜ, ଅଜୟକେଲା, ସୁକୁଡ଼ା, କୁଣ୍ଡାପୋସ ଦେଇ ଝାଡ଼ଖଣ୍ଡ ଆଡ଼କୁ ଚାଲି ଯାଇଥିବା କୁହାଯାଉଛି l ତେବେ ଦୀନ ଦିପହରରେ ଦୁଇ ଦୁଇଟି ସ୍ଥାନରେ ଲୁଟ୍ କରି ଫେରାର ହେବା ପଛରେ କାହାର ହାତ ଅଛି ସେ ନେଇ ବିଶ୍ରା ପୋଲିଶ ଖୋଳତାଳ ଆରମ୍ଭ କରିଥିବା ବେଳେ , ଏହା ଝାଡ଼ଖଣ୍ଡ ଅଞ୍ଚଳ ର ଅପରାଧୀ ସଙ୍ଗଠନର କାର୍ଯ୍ୟ ହୋଇଥାଇ ପାରେ ବୋଲି ସନ୍ଧେହ କରାଯାଉଛି l ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *