ଥୁଆପାଲି ଧନୁଯାତ୍ରା ମହୋତ୍ସବ ର ଚାଲିଥିବା ସପ୍ତମ ଦିବସରେ ଷଡମଲ୍ଲ ନିହତ ଖବର ପାଇ କଂସ ବିଚଳିତ ହୋଇ ମର୍ମାହତ ହୋଇ ଥିଲେ।। ବରଗଡ ୨୦,୧୨-(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଥୁଆପାଲି ଧନୁଯାତ୍ରା ମହୋତ୍ସବ ର ସପ୍ତମ ଦିବସରେ ମହାରାଜ କଂସ ମଥୁରାନଗରୀ ପରିଭ୍ରମଣ କରି ଥିଲେ ଓ ପ୍ରଜା ମାନକଂ ସୁଖଦୁଃଖ ବୁଝି ଥିଲେ। ଯେଉଁ ମାନେ ଶୃଙ୍ଖଳା ଭଂଗ କରୁଥିଲେ ଅର୍ଥ ଦଣ୍ଡିତ କରିଥିଲେ। ରାଜ ଦରବାରରେ ଷଡମଲ୍ଲ ନିହତ ଖବର ପାଇ କଂସ ବିଚଳିତ ହୋଇ ମର୍ମାହତ ହୋଇଥିଲେ। ଏହାପରେ ମନ୍ତ୍ରୀ ପରିଷଦ ବୈଠକ ରେ ନାରଦ କଂ ପରାମର୍ଶ କ୍ରମେ ରାଣୀ ପଦ୍ମାବତୀ ଯଦି ଧନଶ୍ରୀ ଓଷା କରିବେ, କଂସ ମହାରାଜ କଂ ସମସ୍ତ କାର୍ଯ୍ୟ ସଫଳହେବ। ଉକ୍ତ ଓଷା ରେ ୧ଲକ୍ଷ ପଦ୍ମଫୁଲ ଲାଗିବ। ଉକ୍ତ ପଦ୍ମଫୁଲ କେବଳ ଗୋପପୁର କାଳନ୍ଦି ହ୍ରଦ ମିଳିବ। ପଦ୍ମଫୁଲ ଶ୍ରୀକୃଷ୍ଣ ଓ ବଲରାମ ତୋଳିବାକୁ ଯିବେ, ସେଠାରେ କାଳୀୟ ନାଗ ଶ୍ରୀକୃଷ୍ଣ ଓ ବଲରାମ କୁଂ ଦଂଶନ କରିବେ, ସେଠାରେ ଉଭୟ କଂ ମୃତ୍ୟୁ ସୁନିଶ୍ଚିତ। ଏହି କୁଟିଳ ଚକ୍ରାନ୍ତ କଂସ ଓ ନାରଦଙ୍କ ମଧ୍ଯ ଆଲୋଚନା, ପରେ ନନ୍ଦରାଜ ନିକଟକୁ କଂସ ଚିଟାଉ ପ୍ରେରଣ କରିଥିଲେ। କଂସ କଂ ଷଡମଲ୍ଲ ସହିତ ଯୁଦ୍ଧ ହୋଇଥିଲା ଏଥିରେ ଷଡମଲ୍ଲ ପରାସ୍ତ ଓ କଂସ ଷଡମଲ୍ଲ କଂଦୁଇ ଝିଅ ହେତୀଓ ପ୍ରହେତୀ ବିବାହ କରିଥିଲେ।ଆଜି ରାଜଦରବାରରେ କଂସ ମହାରାଜ ଆଦେଶ କ୍ରମେ ଭେଡେନ ମନୋହର ସାଂସ୍କୃତିକ ସଂସଦ ର ସଭାପତି ତଥା ଭାଷାବିତ୍ ଉତ୍ପନ୍ନ କୁମାର ଭୋଇ, ସଂଯୁକ୍ତ କୃଷକ ସଙ୍ଗଠନ ର ଉପଦେଷ୍ଟା ରମେଶ ମହାପାତ୍ର ଓ ବିଶିଷ୍ଟ କବି ଲକ୍ଷ୍ମଣ ମଲ୍ଲିକ ସ୍ଵ ସି କବିତା ଆବୃତ୍ତି କରିଥିଲେ। ଅତିଥି ମାନେ ଯୋଗ ଦେଇ କଂସ ରାଜଦରବାର ସମ୍ମାନ ବୃଦ୍ଧି କରିଥିଲେ। ଅତିଥି ପରିଚୟ ପ୍ରଦାନ କରିଥିଲେ, ଧନୁଯାତ୍ରା କମିଟି ସଭାପତି ଅନିରୁଦ୍ଧ ସାହୁ। ଧନୁଯାତ୍ରା ରେ ହାଜର ହଜାର ସଂଖ୍ୟାରେ ଦର୍ଶକମାନେ ଧନୁଯାତ୍ରା ମହୋତ୍ସବ ଉପଭୋଗ କରିଥିଲେ।
Related Posts
ବଜ୍ରାଘାତରେ ଗାଈ ମୃତ୍ୟ ।
ବଜ୍ରାଘାତରେ ଗାଈ ମୃତ୍ୟ । ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୧୫/୬/ ଆଜି ଗଜପତି ଜିଲ୍ଲା ମୋହନା ଅଂଚଳରେ ଅଚାନକ କାଳବୈଶାଖୀ ମାଡ଼ି ଆସିଥିଲା । ବର୍ଷା ପବନ…
ଗୁଣି ଗାରେଡ଼ି ସନ୍ଦେହରୁ ଗାଁ ଛାଡି ବେ-ସାହାରା ପରିବାର ।
ଗୁଣି ଗାରେଡ଼ି ସନ୍ଦେହରୁ ଗାଁ ଛାଡି ବେ-ସାହାରା ପରିବାର । ଆର,ଉଦୟଗିର- ମନୋଜ କୁମାର ପାଢୀ/ ଗୁଣିଗାରେଡ଼ି ସନ୍ଦେହକୁ କେନ୍ଦ୍ର କରି ଗୋଟିଏ ପରିବାର ଗାଁ ଛାଡି…
କନ୍ଧମାଳ ହଳଦୀକୁ ନେଇ କ୍ରେତା ବିକ୍ରେତା ସମ୍ମିଳନୀ ରେ ଯୋଗ ଦେଲେ କନ୍ଧମାଳ ସାଂସଦ
କନ୍ଧମାଳ ହଳଦୀକୁ ନେଇ କ୍ରେତା ବିକ୍ରେତା ସମ୍ମିଳନୀ ରେ ଯୋଗ ଦେଲେ କନ୍ଧମାଳ ସାଂସଦ… ଘୁ.ଉଦୟଗିରି:- (ରିପୋର୍ଟ କୁନା ଦିଗାଲ )ସ୍ଥାନୀୟ ସମନ୍ଵିତ ସଭା ଗୃହ ଠାରେ…