*ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ । ଆର,ଉଦୟଗିରି(ମନୋଜ କୁମାର ପାଢୀ) ଗଜପତି ଜିଲା ଆର. ଉଦୟଗିରିସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର, ଗଜପତି ଠାରେ ୨୦ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି l କୃଷି ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟିର ଡିନ ପ୍ରଫେସର ପ୍ରସନ୍ନ ଜିତ ମିଶ୍ରଂକ ତତ୍ତ୍ଵାବଧାନରେ, କୃଷି ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟିର ଉପ ଯୁଗ୍ମ ନିର୍ଦ୍ଦେଶକ (UEBP) ପ୍ରଫେସର ପି. କେ. ମହାନ୍ତି ସଭାକାର୍ଯ୍ୟ ଅରମ୍ଭ କରିଥିଲେ l ଆଇସିଏଆର – ଅଟାରି କଲିକତାର ପ୍ରମୁଖ ବୈଜ୍ଞାନିକ ଡ. ଏସ. କେ. ମଣ୍ଡଳ ଅନଲାଇନ ମାଧ୍ୟମରେ ଯୋଗଦେଇଥିଲେ l କୃଷି ବିଜ୍ଞାନ କେନ୍ଦ୍ର ଗଜପତିର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ. ସଂଗ୍ରାମ ପରମଗୁରୁ, ଆଞ୍ଚଳିକ ଗବେଷଣା ସଂସ୍ଥା ଜି. ଉଦୟଗିରିର ବୈଜ୍ଞାନିକ ଡ. ଜ୍ଞାନାଲୋକ ଦାଶ, ଜିଲା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭଜିକା ପ୍ରକଳ୍ପ ନିର୍ଦ୍ଦେଶକ ଡ. ସୁରେଶ କୁମାର ପଟ୍ଟନାୟକ, ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ଡ. ସୁଶାନ୍ତ ରଞ୍ଜନ ଦାଶ, ଡ଼ି. ଡ଼ି. ଏମ. ନାବାର୍ଡ ଶ୍ରୀ ପ୍ରତୀକ ପଣ୍ଡl, କୃଷି ବିଜ୍ଞାନ କେନ୍ଦ୍ର ଗଂଜାମ – ୨ର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ. ସୁଜିତ କୁମାର ନାଥ, କୃଷି ବିଜ୍ଞାନ କେନ୍ଦ୍ର ରାୟଗଡାର ବୈଜ୍ଞାନିକ ଶ୍ରୀ ରାଜୀବ ଟୁଡୁ, ଜିଲ୍ଲାର କୃଷକ ଓ କୃଷିଜୀବୀ ମହିଳା ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ଚଳିତ ବର୍ଷର ବିଭିନ୍ନ କାର୍ଯ୍ୟକ୍ରମର ସଫଳତା ଏବଂ ଆଗାମୀ ବର୍ଷର ଖସଡ଼ା ବିଷୟରେ ଆଲୋଚନା କରାଯାଇଥିଲା l କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ବୈଜ୍ଞାନିକ ଓ କର୍ମକର୍ତ୍ତl ବୃନ୍ଦ ଉପସ୍ଥିତ ରହି ବୈଠକକୁ ସାଫଲ୍ୟ ମଣ୍ଡିତ କରିଥିଲେ l
Related Posts
ଡ଼ଙ୍ଗାଏଜୁ ସେବାଶ୍ରମ ବିଦ୍ୟାଳୟରେ ମାସିକ କ୍ଲୋଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ
ଡ଼ଙ୍ଗାଏଜୁ ସେବାଶ୍ରମ ବିଦ୍ୟାଳୟରେ ମାସିକ କ୍ଲୋଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ବଡ଼ିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ…
ମାକ୍ସପିକଅପ ଓଲଟି ଜଣେ ମୃତ୍ୟୁ.30 ରୁ ଉର୍ଦ୍ଧ ଲୋକ ଗୁରୁତର
ମାକ୍ସପିକଅପ ଓଲଟି ଜଣେ ମୃତ୍ୟୁ.30 ରୁ ଉର୍ଦ୍ଧ ଲୋକ ଗୁରୁତର ଆର,ଉଦୟଗିରି(ମନୋଜ କୁମାର ପାଢୀ/ 11/12/2024ଆଙ୍କର – ସୁଧ ଘରକୁ ଯିବା ହେଲା କାଳ, ଆଜି ସକାଳେ…
ଏକଲବ୍ୟ ବିଦ୍ୟାଳୟ ର 4 ର୍ଥ ରାଜ୍ୟସ୍ତରୀୟ କ୍ରୀଡା ଉତ୍ସବ ଆରମ୍ଭ
ଏକଲବ୍ୟ ବିଦ୍ୟାଳୟ ର 4 ର୍ଥ ରାଜ୍ୟସ୍ତରୀୟ କ୍ରୀଡା ଉତ୍ସବ ଆରମ୍ଭ ରାୟଗଡା : ରାୟଗଡା ଜ଼ିଲ୍ଲା ର ଗୁଣୁପୁର ଉପଖଣ୍ଡ ର ବିକ୍ରମପୁର ଠାରେ ଅବସ୍ଥିତ…