ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପିତାତଳି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ଦୁଇ ଜଣ ମହିଳା ଭୁବନେଶ୍ୱର ପାଚିକା ସଙ୍ଘର ସଭାରେ ଯୋଗ ଦେବାକୁ ଯିବା ପାଇଁ ସୁରଳ ରେଳଷ୍ଟେସନରେ ଟ୍ରେନରେ ଚଢ଼ୁଥିବାବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ଉଭୟ ଟ୍ରେନରେ ଚଢ଼ୁଥିବାବେଳେ ଭାରସାମ୍ୟ ହରାଇ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ଉଭୟଙ୍କର ଶୋଚନୀୟ ମୃତ୍ୟୁ ଘଟିଛି।ଉଭୟ ମହିଳା ଜଗନ୍ନାଥପୁର ସ୍କୁଲର ପାଚିକା ସହାୟିକା ଭାବେ କାର୍ଯ୍ୟ କରୁଥୁଲେ। ଜଣଙ୍କ ନାଁ ପାର୍ବତୀ ଗୌଡ଼ ହୋଇଥିବାବେଳେ ଅନ୍ୟଜଣଙ୍କ ନାଁ ଝୁନୁ ଗୌଡ ବୋଲି ଜଣାପଡ଼ିଛି। ଏ ନେଇ ଆରପିଏଫରେ ମାମଲା ରୁଜୁ ହେବାସହ ଶବ ବ୍ୟବଛେଦ ପାଇଁ ପଠାଯାଇଛି। ଏହି ଦୁଃଖଦ ଘଟଣା ସାରା ଚିକିଟି ବ୍ଲକରେ ଶୋକର ଛାୟା ଖେଳାଇଦେଇଛି।
Related Posts
ସିଜି ମାଳି ଖନି ଖନନକୁ ସମର୍ଥ କରି ଜିଲା ପାଳ କୁ ଦାବି ପତ୍ର ମୁଖ୍ୟମନ୍ତ୍ରୀ ଉଦେଶ୍ୟରେସିଜିମାଳି ପ୍ରଭାବିତ
ସିଜି ମାଳି ଖନି ଖନନକୁ ସମର୍ଥ କରି ଜିଲା ପାଳ କୁ ଦାବି ପତ୍ର ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ସିଜିମାଳି ପ୍ରଭାବିତ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକର 24…
ସିଲିଣ୍ଡର ଫାଟିଲା ୩ ଗୁରୁତର
ରାୟଗଡ଼ା: ରୋଷେଇ ବେଳେ ଫାଟିଲା ସିଲିଣ୍ଡର; ୩ ଗୁରୁତର ୨ ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର ଜଣଙ୍କୁ ବିଶାଖାପାଟଣା ରାଣୀଗୁଡ଼ା ଫାର୍ମ ଅଞ୍ଚଳରେ ଭୋରରୁ ରୋଷେଇ ବେଳେ ଅଘଟଣ…
ଅନୁଗୁଳରେ କୁମ୍ଭୀର ଆକ୍ରମଣରେ ବାଳକର ମୃତ୍ୟୁ ଘଟଣା: ୬ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୂଖ୍ୟମନ୍ତ୍ରୀ
ଅନୁଗୁଳରେ କୁମ୍ଭୀର ଆକ୍ରମଣରେ ବାଳକର ମୃତ୍ୟୁ ଘଟଣା: ୬ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୂଖ୍ୟମନ୍ତ୍ରୀ ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାର ଟିକରପଡା ଠାରେ ମହାନଦୀରେ କୁମ୍ଭୀର…