ଭୁବନେଶ୍ବର: କ୍ରାଇମ୍ବ୍ରାଞ୍ଚ୍ ଏସ୍ଟିଏଫ୍ ପଞ୍ଝାରେ ପଡ଼ିଛି ପୁଣି ଜଣେ କଲରାପତରିଆ ବାଘ ଚମଡ଼ା ଚାଲାଣକାରୀ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରୁ ଗିରଫ ହୋଇଥିବା ଅଭିଯୁକ୍ତ ହେଲା ନାରାୟଣ ମାଝୀ। ଆଜି ନାରାୟଣକୁ କଣ୍ଟାମାଳ ଜେଏମ୍ଏଫ୍ସି କୋର୍ଟରେ ହାଜର କରାଇବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ଧୂର୍ତ୍ତ ନାରାୟଣଠାରୁ ବାଘ ଚମଡ଼ା ଚାଲାଣର ସମସ୍ତ ତଥ୍ୟ ଆଦାୟ କରିବା ସମ୍ଭବ ହୋଇନଥିବାରୁ ତାକୁ ରିମାଣ୍ଡରେ ଆଣିବାକୁ ଯୋଜନା କରାଯାଇଛି। କେଉଁ ଜଙ୍ଗଲରେ ବାଘଟିକୁ ଶିକାର କରାଯାଇଥିଲା, ଶିକାରୀ କିଏ ଏବଂ କିଣାବିକା ରୢାକେଟ୍ର ମୂଳ କେଉଁଠି, ଏସବୁ ତଥ୍ୟ ହାତେଇବାକୁ ନାରାୟଣକୁ ଏସ୍ଟିଏଫ୍ ରିମାଣ୍ଡ୍ରେ ଆଣିବ ବୋଲି ସୂଚନା ମିଳିଛି। ସବୁଥର ଭଳି ଏଥର ମଧ୍ୟ ଏସ୍ଟିଏଫ୍ ସ୍ଥାନୀୟ ଚାଲାଣକାରୀକୁ ଧରିଛି। କିଣିବା ପାର୍ଟି ଖସିଯିବାରେ ସକ୍ଷମ ହୋଇଛି।
Related Posts
କିନ୍ନର ପାଳିଲେ ସାବିତ୍ରୀ ବ୍ରତ
କିନ୍ନର ପାଳିଲେ ସାବିତ୍ରୀ ବ୍ରତ :ଗଜପତିରେ କିନ୍ନରମାନେ ପବିତ୍ର ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖାଦେଇଛି. ସାଧାରଣତଃ ଏହି ଦିନରେ ସ୍ଵାମୀଙ୍କ ଦୀର୍ଘାୟୁ କାମନା କରି ସ୍ତ୍ରୀ…
ପ୍ରତିଟି ବୁଥ୍ରେ ମତଦାତାଙ୍କୁ ସ୍ୱାଗତ କରିବାକୁ ଆମେ ପ୍ରସ୍ତୁତ: ମୁଖ୍ୟ ନିର୍ବାଚନ ଅଧିକାରୀ
ପ୍ରତିଟି ବୁଥ୍ରେ ମତଦାତାଙ୍କୁ ସ୍ୱାଗତ କରିବାକୁ ଆମେ ପ୍ରସ୍ତୁତ: ମୁଖ୍ୟ ନିର୍ବାଚନ ଅଧିକାରୀ ଭୁବନେଶ୍ୱର: ମଇ ୧୩ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର…
ବିଦ୍ୟାଳୟ ପରିସରରେ ୭୫ ତମ ବନମହୋତ୍ସବ ସପ୍ତାହ ପାଳନ
ବିଦ୍ୟାଳୟ ପରିସରରେ ୭୫ ତମ ବନମହୋତ୍ସବ ସପ୍ତାହ ପାଳନ… ଆର, ଉଦୟଗିରି(ମନୋଜ କୁମାର ପାଢୀ — ବନ ମହୋତ୍ସବ ଅବସରରେ ମୋହନା ଜର୍ଣ୍ଣାଲିଷ୍ଟ ୟୁନିୟନ ତଥା ମୋହନା…