ଜେଲରୁ ଫେରି ବିଭତ୍ସ ହତ୍ୟାକାରୀ ସାଜିଥିଲା ପ୍ରେମିକ

*ଜେଲରୁ ଫେରି ବିଭତ୍ସ ହତ୍ୟାକାରୀ ସାଜିଥିଲା ପ୍ରେମିକ* *

ସୁନ୍ଦରଗଡ଼ର ନାବାଳିକା ଝିଅ ଝାରସୁଗୁଡ଼ାରୁ ଅପହରଣ* *ରାଉରକେଲା ସହର ସ୍ଥିତ ବିଭିନ୍ନ ଅଞ୍ଚଳରୁ ନାବାଳିକା ପ୍ରେମିକାର ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର* *ପୁରୁଣା ରାଗ ନେଲା ଜଘନ୍ୟ ହତ୍ୟାର ରୂପ* *ଅଭିଯୁକ୍ତ ପ୍ରେମିକ ଗିରଫ* ପ୍ରେମିକ ପ୍ରବର ସାଜିଛି ଅଭିଯୁକ୍ତ । ପୁରୁଣା ରାଗ ବୁଝାଇବାକୁ ଯାଇ ନାବାଳିକା ପ୍ରେମିକାକୁ ଅନ୍ୟ ଜିଲ୍ଲାରୁ ଅପହରଣ ପରେ ପରିବା କାଟିଲା ଭଳି ପ୍ରେମିକାକୁ ଖଣ୍ଡ ବିଖଣ୍ଡିତ କରି ରାଉରକେଲା ସହର ସ୍ଥିତ ଉଦିତନଗର ଠାରୁ ବେଦବ୍ୟାସ ଭିତରେ ଥିବା ବିଭିନ୍ନ ନଦୀ ପଠା ଓ ଆଖପାଖ ଅଞ୍ଚଳରେ ଫୋପାଡି ଦେଇଛି ।ନାବାଳିକାଙ୍କୁ ୨୦୧୮ ମସିହାରୁ ପ୍ରେମ କରି ଆସୁଥିଲା ପ୍ରେମିକ । କୈ।ଣସି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ଯୋଗୁଁ ପ୍ରେମ ସମ୍ପର୍କରେ ଫାଟ ପଡ଼ିଥିଲା । ତେବେ ଘପଣା ବିଷୟରେ ପରିବାର ଲୋକେ ଅବଗତ ହେବାପରେ ପ୍ରେମିକ ପ୍ରବର ପୋସ୍କୋ ଆକ୍ଟ ଅନୁଯାୟୀ ଜେଲ କଟିଥିଲା । ୧୫ ଦିନ ପୂର୍ବରୁ ଜେଲରୁ ବାହାରି ପ୍ରଥମେ ରାଗ ଶୁଝାଇବାର ସମସ୍ତ ଯୋଜନା କରି ପ୍ରେମିକାକୁ ଖୋଜିବା ସହ ଝାରସୁଗୁଡ଼ାରେ ତାର ମାଉସୀ ଘରେ ଥିବା ଜଣିଆ ସେଠାରୁ ଅପହରଣ କରି ପ୍ରେମିକାକୁ ଖଣ୍ଡ ଖଣ୍ଡକରି ଜାଣିବା ପରେ ରାଉରକେଲା ସହର ସ୍ଥିତ ହନୁମାନ ବାଟିକା ସମ୍ମୁଖ ବସ୍ତି ପାଖରୁ ଆରମ୍ଭ କରି ବାଲୁଘାଟ ଓ ବ୍ରାହ୍ମଣୀ ସେତୁର ବିଭିନ୍ନ ଅଞ୍ଚଳରେ ଶରୀରର ବିଭିନ୍ନ ଭାଗକୁ ଅଲଗା ଅଲଗା କରି ଫୋପାଡି ଦେଇଥିଲା । ନାବାଳିକା ନିଖୋଜ ହେବା ନେଇ ଥାନାରେ ଅଭିଯୋଗ ହେବାପରେ ପୋଲିଶର ତଦନ୍ତ ଆରମ୍ଭ ହୋଇ ଜେଲ ଫେରନ୍ତା ପ୍ରେମିକ ପ୍ରବର କୁନା କିଷାନ (୨୪) ଉପରେ ସନ୍ଦେହ ହୋଇଥିଲା । ତାକୁ ଆଣି ପଚରା ଉଚୁରା କରିବା ପରେ ସମସ୍ତ ଘଟଣା କ୍ରମ ପୋଲିଶର ହସ୍ତଗତ ହୋଇଥିଲା । ଝାରସୁଗୁଡ଼ା ପୋଲିଶ ରାଉରକେଲା ଓ ସୁନ୍ଦରଗଡ଼ ପୋଲିଶ ଓ ଉଭୟ ଜିଲ୍ଲାର ସାଇଣ୍ଟିଫିକ ଦଳ ସମେତ ଓଡ୍ରାଫ ଦଳର ସହଯୋଗରେ ଖୋଜାଖୋଜି କରିବା ପରେ ସମସ୍ତ ହତ୍ୟା ଘଟଣାର ପର୍ଦ୍ଧାଫାଶ ହୋଇଥିଲା । ଏବେ ପ୍ରେମିକ ପ୍ରବର ପୁନଶ୍ଚ ପୋଲିଶ ଜାଲରେ । ତେବେ ଜାଣିବାକୁ ବାକି ରହିଲା ଯେ ପ୍ରେମିକ ଏକୁଟିଆ ଏ କାଣ୍ଡ ଘଟାଇଛି ନା ତାର ଆଉ ସହଯୋଗୀ ଅଛନ୍ତି ତତ୍ ସହିତ ନାବାଳିକା ପ୍ରେମିକାର ପରିବାରକୁ କେବେ ନ୍ୟାୟ ମିଳୁଛି । ସୁନ୍ଦରଗଡ଼ ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *