ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ଉଦଯାପିତ ଅନ୍ତିମ ଦିବସରେ ସ୍ବସ୍ତି ଝଙ୍କାର ପକ୍ଷରୁ ‘ବିଶ୍ବାସର ଆତ୍ମଲିପି’ ନାଟକ ମଞ୍ଚସ୍ଥ
ରାଉରକେଲା: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପୃଷ୍ଠପୋଷକତାରେ ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ର ଏକାଦଶ ଦିବସରେ ସ୍ବସ୍ତିଝଙ୍କାର ର ବିଶ୍ବାସ ର ଆତ୍ମଲିପି ମଞ୍ଚସ୍ଥ ହୋଇଯାଇଛି। ବିଭୁ ପ୍ରସାଦ ନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ବିପିୟୁଟି ର କୁଳପତି ପ୍ରଫେସର. ଅମୀୟ କୁମାର ରଥ ଯୋଗ ଦେଇ କହିଲେଯେ, ନାଟକର ସଫଳତା ରୋଲ ପ୍ଲେ, ଉପରେ ନିର୍ଭର କରେ l କଳାକାରଙ୍କ ଅଭିନୟ ଯେତେ ନିଖୁଣ ହେବ, ନାଟକ ସେତେ ସଫଳ ହେବ l ପ୍ରତ୍ୟେକ ନାଟକ ସମାଜ ପାଇଁ କିଛି ନା କିଛି ବାର୍ତା ଦେଇଥାଏ, ତାହାକୁ ଆମେ ମାନେ ଗ୍ରହଣ କଲେ ନାଟକ ଓ କଳାକାରଙ୍କ ଉଦ୍ୟମ ସଫଳ ହେବ ବୋଲି ପ୍ର. ରଥ କହିଥିଲେ l ଏକତ୍ର ର ଏହି ପରମ୍ପରା ଜାରି ରହିବ ବୋଲି ସେ କହିଥିଲେ l ମୁଖ୍ୟଅତିଥି ଭାବେ ଆର.ଏସ.ପି ର ପ୍ରାକ୍ତନ ଅଧିକାରୀ ଇଂ ଗୋପୀନାଥ ପଟ୍ଟନାୟକ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ନାଟକ ସାମାଜିକ ସ୍ଥିତ ଓ ପରିବର୍ତନର ବାର୍ତା ଦେଇଥାଏ l ଏକତ୍ରର ପ୍ରୟାସ ସ୍ୱାଗତ ଯୋଗ୍ୟ ବୋଲି କହିବା ସହ ଏହାର କର୍ମକର୍ତ୍ତା ଙ୍କୁ ଅଭିନନ୍ଦନ ଜଣାଇ ଥିଲେ l ସମ୍ମାନିତ ଅତିଥି ଭାବେ ପ୍ରମେୟ ର ରାଉରକେଲା ସଂସ୍କରଣ ମୁଖ୍ୟ ମନୋରଞ୍ଜନ ଦାଶ ଯୋଗ ଦେଇଥିଲେ l ସେ କହିଲେ ଯେ, ଏକତ୍ର ଏକ ନିଆରା ଅନୁଷ୍ଠାନ l ଏହାର ଉଦ୍ୟମ ଆହୁରି ଅବ୍ୟାହତ ରହୁ, ନାଟକ କୁ ସମୃଦ୍ଧ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା ବୋଲି କହିଥିଲେ l ଆରଏସପି ର ସହରସେବା ଓ ସିଏସଆର ବିଭାଗ ସିଜିଏମ ପ୍ରତାପ କୁମାର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏକତ୍ର ପକ୍ଷରୁ ବିଜୟ ପାତ୍ର ସ୍ବାଗତ ଅଭିଭାଷଣ ଓ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ପ୍ରଦୀପ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ସ୍ବସ୍ତିଝଙ୍କାର ପ୍ରାୟୋଜିତ ନାଟକ ବିଶ୍ବାସର ଆତ୍ମଲିପି ର ରଚୟିତା ହେଲେ ଡ ସୁଧାଂଶୁ ନାୟକ । ନିର୍ଦ୍ଦେଶକ ରାଜୀବ ପାଣି ଙ୍କ ନିର୍ଦ୍ଦେଶିତ ଏହି ନାଟକର ବିଷୟବସ୍ତୁ ହେଲା ସନ୍ଦେହ ପୁରୁଷ ର ସହଜାତ ପ୍ରବୃତ୍ତି ଏବଂ ସମର୍ପଣ ରେ ନାରୀ ହୁଏ ମହନୀୟା ମହୀୟସୀ। ପ୍ରଫେସର ଅବିନାଶ ଏବଂ ପତ୍ନୀ ଆଶାଦେବୀ ଙ୍କ ଭିତରେ ଏକ ସୁନ୍ଦର ସୃଜନ ପରିବାରଟିଏ ଗଢି ଉଠିଥାଏ। ପରଷ୍ପର ଭିତରେ ଏତେ ନିବିଡପଣ ମଧ୍ୟରେ ହଠାତ ଉଠେ ଝଡ। ଏକ ଭୁଲ ବୁଝାମଣା କୁ କେନ୍ଦ୍ର କରି ଉଠେ ଝଡ। ଏହି ଝଡର ପରିଣତି କଣ ? ତାହାହିଁ ନାଟକରେ ପ୍ରଦର୍ଶିତ। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଂଳାପ ଆଧାରରେ ଗତି କରିଛି ନାଟକ ବିଶ୍ବାସ ର ଆତ୍ମଲିପି। ଏଥିରେ ସଂଗୀତ ନିର୍ଦ୍ଦେଶକ ଡ ସୁଶାନ୍ତ ପାଣି ସଂଗୀତ ନିର୍ଦ୍ଦେଶନା ଦେଇଥିଲା ବେଳେ ଅଭିନୟରେ ରାଜୀବ ପାଣି, ରାଜକୁମାର ମହାନ୍ତି, ଗଙ୍ଗାଧର ଜେନା, ବିଶ୍ବଜିତ ନାୟକ, କିଶୋରୀ ମୋହନ କର,ବବି ମହାଳିକ,ସତ୍ୟମ ପାଣି, ପ୍ରଜ୍ଞାନନ୍ଦ ମହାନ୍ତି, ସ୍ୱାଗତିକା ପାଣିଗ୍ରାହୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମହୋତ୍ସବ ରେ ପାରିବେଷିତ ନାଟକ ର ନାଟ୍ୟକାର, ଅଂଶ ଗ୍ରହଣ କରିଥିବା ନାଟ୍ୟନୁଷ୍ଠାନ ର ମୁଖ୍ୟ ଓ ଗଣ ମାଧ୍ୟମ ର ପ୍ରତିନିଧି ମାନଙ୍କୁ ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଏକତ୍ର ରାଉରକେଲା ଓ ସଂକଳ୍ପ ର ପ୍ରତିଷ୍ଠାତା ସଦସ୍ୟ ଶଙ୍କର ପ୍ରସାଦ ନାୟକ ଙ୍କ ବିୟୋଗରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଏକତ୍ର ପକ୍ଷରୁ ସର୍ବଶ୍ରୀ ପ୍ରଦୀପ ନାୟକ, ଅକ୍ଷୟ ଧଳ, ସରୋଜ ଶଙ୍ଖୁଆ, ରମେଶ ମହାନ୍ତି ,ଡ଼ା କୃପାସିନ୍ଧୁ ନାୟକ,ସୁରେନ୍ଦ୍ର ପାଢ଼ୀ, ପ୍ରବୀର ଜେନା, ସମ୍ପାଦକ ସୁଦେଶ ନାୟକ, ସୁମନ ଦତ୍ତ ତଥା ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ମଞ୍ଚ କାର୍ଯ୍ୟକ୍ରମ ରେ କଲ୍ୟାଣୀ ଦାସ ଓ ସନ୍ଧ୍ୟା ପଟ୍ଟନାୟକ ସହଯୋଗ କରିଥିଲେ।