ଜେକେ କାଗଜ କଳ ପ୍ରତିଷ୍ଠାତା ଙ୍କ ୧୪୦ ତମ ଜନ୍ମଜୟନ୍ତୀ ପାଳିତ।ରାୟଗଡା : ରାୟଗଡା ବ୍ଲକ ଚାନ୍ଦିଲୀ ଥାନା ଅନ୍ତର୍ଗତ ଜେ କେ କାଗଜ କଳର ପ୍ରତିଷ୍ଠାତା ସ୍ବର୍ଗତ ଲାଲା କମଳା ପତ୍ ସିଂଘାଣିଆ ଙ୍କ ୧୪୦ ତମ ଜନ୍ମ ଜୟନ୍ତୀ କମ୍ପାନୀ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ କମ୍ପାନୀ ପରିସରରେ ଥିବା ସ୍ବର୍ଗତ ଲାଲା କମଳା ପତ ସିଂଘାନିଆ ଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ମାଲ୍ୟାର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇ ଥିଲା । ସଭା କାର୍ଯ୍ୟ ପ୍ରାରମ୍ଭରେ ଶ୍ରୀ ସନ୍ଦୀପ ପାଣ୍ଡେ , ମହାପ୍ରବନ୍ଧକ (ମାନବ ସମ୍ବଳ ବିକାଶ) ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଜେକେ କାଗଜ କଳର ମୁଖ୍ୟ ବିନୟ ଦ୍ବିବେଦୀ, କାର୍ଯ୍ୟନିର୍ବାହୀ ଉପ ସଭାପତି (କାର୍ମିକ) ସଭାରେ ରେ ସଭାପତିତ୍ୱ କରି ବାର୍ଷିକ ବିବରଣୀ ପାଠ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜେ କେ କାଗଜ କଳ ର ଉପସଭାପତି ବାଣିଜ୍ୟ ବିଭାଗର ଶ୍ରୀ ବିଶ୍ୱଜିତ୍ ଦ୍ଵିୱେଦୀ ଓ ଉପସଭାପତି ଉତ୍ପାଦନ ବିଭାଗର ଶ୍ରୀ ରାଘଭେନ୍ଦ୍ର ହେବର ପ୍ରମୁଖ ଉପସ୍ଥିତ ରହି ଥିଲେ। ଏହି କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ ପଦାଧୂକାରୀ ଗଣ , ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ଲୋକ ପ୍ରତିନିଧି ମାନେ ଏବଂ ଅନ୍ୟାନ୍ୟ ମାନ୍ୟ ଗଣ୍ୟ ଅତିଥୁ ବୃନ୍ଦ ଯୋଗ ଦେଇଥିଲେ I ଏହି ଅବସରରେ ନିରନ୍ତର ଭାବେ ୨୫ ବର୍ଷ କାର୍ଯ୍ୟରତ ପୂର୍ତି କରି ଥିବା ୩ ଜଣ କର୍ମଚାରୀଙ୍କୁ ରୂପା ଥାଳି ଓ ଉପଢୌକନ ଦେଇ ମୁଖ୍ୟ ଅତିଥି ସମ୍ମାନୀତ କରିଥିଲେ I ସମାପନରେ ରେ ବିଶ୍ୱଜିତ୍ ଦ୍ବିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମ ଶେଷରେ ସିଂଘାଣିଆ ସ୍କୁଲ୍ର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।ଜେକେ କାଗଜ କଳ ର ଲୋକ ସମ୍ପର୍କ ଅଧିକାରୀ ମିଳନ ଲେଙ୍କା ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ l ସଭା କାର୍ଯ୍ୟକ୍ରମ ଶେଷରେ ବିଶ୍ବସଜିତ ଦ୍ବିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ lରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ ।
Related Posts
ଓଡ଼ିଶାର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ହଟିବ ଜବରଦଖଲ
ଓଡ଼ିଶାର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ହଟିବ ଜବରଦଖଲ ଭୁବନେଶ୍ୱର: ସାରା ଓଡ଼ିଶାରେ ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ…
ରା,ଉଦୟଗିରି ରେ ମନମୋହନ ସିଂ ଙ୍କ ବିୟୋଗ ରେ ଶୋକ ସଭା ଅନୁଷ୍ଠିତ!
ରା,ଉଦୟଗିରି ରେ ମନମୋହନ ସିଂ ଙ୍କ ବିୟୋଗ ରେ ଶୋକ ସଭା ଅନୁଷ୍ଠିତ । ଆର,ଉଦୟଗିରି :(ମନୋଜ କୁମାର ପାଢୀ) ସ୍ୱର୍ଗତ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିୟୋଗ…
୯୦ ଲକ୍ଷ ଟଙ୍କା ନିର୍ମିତ ପାର୍କ ଜରାଜୀର୍ଣ୍ଣ ।
ଆର୍ଉ.ଦୟଗିରି (ମୋନଜ କୁମାର ପାଢ଼ୀ): ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ଅନ୍ତର୍ଗତ ଅବାରସି ପଞ୍ଚାୟତ ଡୁମ୍ବା ଗ୍ରାମ ଠାରେ ପ୍ରାୟ ୯୦ ଲକ୍ଷ ଟଙ୍କାରେ ନିର୍ମାଣ…