ମରିଚଗୁଡା ମାତାଭରମ ବିଜ୍ଞାନ ଧାମ ରୁ, 2024 ର ଚଇତି ର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି

ମରିଚଗୁଡା ମାତାଭରମ ବିଜ୍ଞାନ ଧାମ ରୁ, 2024 ର ଚଇତି ର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି

ରାୟଗଡା : ରାୟଗଡା ଜ଼ିଲ୍ଲା ର ଲୋକମୋହତ୍ସବ ଚଇତି 2024 ର ଆରମ୍ଭ ଆଜି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ମରିଚଗୁଡା ମାତାଭରମ ବିଜ୍ଞାନ ପ୍ରଚାର ଆଶ୍ରମ ରୁ ଶୁଭାରମ୍ବ ହୋଇଯାଇଛି l ମରିଚ଼ଗୁଡ଼ା ଗ୍ରାମ ରେ ଆଦିବାସୀ ପୁରୁଷ ଓ ମହିଳା ମାନେ ସେମାନଙ୍କ ର ମୂଖ୍ୟ ଦେବତା ଅକ୍ଷର ଧାମ୍‌ ମନ୍ଦିର ଠାରେ ଏକତ୍ରିତ ହୋଇ ବିଧିମୁତାବକ ପୂଜାର୍ଚନା କରିବା ସହିତ ଏକ ବିରାଟ ପଟୁଆର ରେ ଜ଼ିଲ୍ଲା ର 11 ଗୋଟି ବ୍ଲକ 11 ଗୋଟି କଳସ ସହ ମାତାଭରମ ମନ୍ଦିର ରୁ ନାଚ ଗୀତ ବାଜା ବାଜଣା ରେ ବାହାରି ଗ୍ରାମ ନିକଟରେ ଥିବା ପୁଷ୍କରିଣୀ କୁ ଯାଇ ଗଙ୍ଗା ଆୱାହନ କରି ପୁଷ୍କରିଣୀ ରେ ପୂଜା କରି କଳସ ରେ ପଣିଭରି ଏକ ବିରାଟ ପଟୁଆର ରେ କଳସ ଯାତ୍ରା କରି ମନ୍ଦିରକୁ ଆଣିଥିଲେ l ଏହି ପଟୁଆର ରେ ଅତିରିକ୍ତ ଜ଼ିଲ୍ଲାପାଳ ଭାସ୍କର ଚନ୍ଦ୍ର ରୋଇତ, ଜଳ ବିଭାଜିକ ପ୍ରକଳ୍ପ ପ୍ରସାଶକ ଦୟାନିଧି ବାଘ, ମୁଖ୍ୟ କାର୍ୟନିର୍ବାହୀ ଅଧିକାରୀ ଜ଼ିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥା ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ଜ଼ିଲ୍ଲା ର ସମସ୍ତ ବ୍ଲକ ର ସରପଞ୍ଚ ସମିତି ସଭ୍ୟ ସଭ୍ୟା ଜ଼ିଲ୍ଲା ପରିଷଦ ଅଧକ୍ଷା ଉପାଦକ୍ଷ, ବ୍ଲକ ଅଧକ୍ଷ, ଗୋଷ୍ଠି ଉନୟନ ଅଧିକାରୀଙ୍କ ସହିତ ହଜାର ହଜାର ଜନସାଧାରଣ ସାମିଲ ରହିଥିଲେ l ପରେ ପରେ ମନ୍ଦିର ରେ ହୋମ ଜଜ୍ଞ ପୂଜା କରାଯାଇଥିଲା ଏଥିରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା, ରାୟଗଡା ବିଧାୟକ ଅପ୍ପଳସ୍ୱାମୀ କାଡ୍ରକା, ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଓ ବିଷମକଟକ ବିଧାୟକ ନୀଳମାଧବ ହିକକା ହୋମ ରେ ବସି ପୂଜା କରିଥିଲେ l ପୂଜା ର ସମାପ୍ତି ପରେ ରାୟଗଡ଼ା ଜିଲ୍ଲା ର 11ଗୋଟି ବ୍ଲକ କୁ 11ଟି କୋଳସ ସହ ଆଜ୍ଞାମାଳ ଆଣି ପଦ୍ମପୁର ସୁନାରି ଘାଇ ଛକ ନିକଟରେ ଖିଲାମୁଣ୍ଡା ମାଙ୍କ ପାଖରେ ଏକତ୍ରିତ ହୋଇଥିଲେ ଏଠିପୁର୍ବ ରୁ ବ୍ଲକ ସ୍ତରୀୟ ଚଇତି ନିମନ୍ତେ ଖମାପଦର ନାଳରୁ କଳସ ପୂର୍ଣ୍ଣ ଜଳ ଆଣି କଳସ ଯାତ୍ରା କରାଯାଇ ସୁନାରିଘାଇ ଖିଲାମୁଣ୍ଡା ମା ଙ୍କ ମନ୍ଦିରରେ ରଖାଯାଇଥିଲା ଏହିଠାରୁ ହଜାର ହଜାର ଜନସାଧାରଣ ଙ୍କ ଗହଣ ରେ କଳସ ଯାତ୍ରା ବିଜୟା ନନ୍ଦ ସ୍କୁଲ ପଡିଆ ଚଇତି ମଣ୍ଡପ ନିକଟରେ ପହଂଚି ଥିଲା l ବିଭନ୍ନ ସ୍କୁଲର ଛାତ୍ର ଛାତ୍ରି ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା l ଆଜିର କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କୋରାପୁଟ ଲୋକ ସଭା ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲ୍ଲାକା, ସମ୍ମାନୀତ ଅତିଥି ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ରାୟଗଡ଼ା ବିଧାୟକ ଆପଲ ସ୍ୱାମୀ କାଡ୍ରକା,ବିଷମକଟକ ମାନ୍ୟବର ବିଧାୟକ ନୀଳମାଧଵ ହିକକା, ରାୟଗଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ଵତୀ ମାଝି,ରାୟଗଢ଼ା ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଭାସ୍କର ରଇତ, ରାୟଗଡ଼ା ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ,ଗୁଣପୁର ଉପଜିଲ୍ଲାପାଳ ସୁଶ୍ରୀ କିରନଦୀପ କୌର ସହୋତା, ସମାଜ ସେବି ତଥା ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶିବ ପଟ୍ଟନାୟକ,ବ୍ଲକ ସ୍ତରୀୟ ଚଇତି ସଂଯୋଜକ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭିଜିକା ମିଶନ ଡଃ ଦୟାନିଧି ବାଗ,ଓଡ଼ିଶାର ପୂର୍ବତନ ମୂଖ୍ୟ ମନ୍ତ୍ରୀ ଡକ୍ଟର ଗିରିଧାରି ଗମାଙ୍ଗ, ରାମନାଗୁଡ଼ା ସମିତି ଅଧ୍ୟକ୍ଷ,ରାବିଶଙ୍କର ଗମାଙ୍ଗ, ଚନ୍ଦ୍ରପୁର ବ୍ଲକର ଅଧ୍ୟକ୍ଷ କୈନ କିମ୍ଵାକା, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସନ୍ତୋଷ ସୁନା, ଗୁଣପୁର ବ୍ଲକ ପୌର ଉପାଧ୍ୟକ୍ଷ ଶିବନାରାୟଣ ଗୌଡ଼, ପଦ୍ମପୁର ବ୍ଲକ ଅଧ୍ୟକ୍ଷା,ମଣିମାଳା ଶବର,ରାୟଗଡ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା, ଗୁଡ଼ାରୀ ବ୍ଲକ ଅଧ୍ୟକ୍ଷା ସହ ଅନ୍ୟ ବ୍ଲକର ବ୍ଲକ ଅଧ୍ୟକ୍ଷା ଓ ଜିଲ୍ଲାପରିଷଦ ସଭ୍ୟ ସଭ୍ୟା, ଉପସ୍ଥିତ ରହିଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *