ଚଇତି -୨୦୨୪ ଶୁଭାରମ୍ଭ କାର୍ଯ୍ୟକ୍ରମ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ l

ଚଇତି -୨୦୨୪ ଶୁଭାରମ୍ଭ କାର୍ଯ୍ୟକ୍ରମ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ l

ରାୟଗଡ:- ଚଇତି -୨୦୨୪ ଶୁଭାରମ୍ଭ କାର୍ଯ୍ୟକ୍ରମ ପଦ୍ମପୁର ବ୍ଲକର ମରିଚଗୁଡା ଅକ୍ଷରଧାମ ମନ୍ଦିରରୁ କରିବା ନିମନ୍ତେ ଚଇତି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ପ୍ରକାରେ ଆୟୋଜନ କାର୍ଯ୍ୟକ୍ରମ ଚାଲୁରହିଛି l ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ନିର୍ଦେଶରେ ଏହି କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ଖୁଦ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ବ୍ଲକସ୍ତରୀୟ ଚଇତି ସଞ୍ଜଯୋକ ତଥା ପ୍ରକଳ୍ପ ନିର୍ଦେଶକ ଜାଳବିଭାଜିକା ମିଶନ ଡ଼ଃ ଦୟାନିଧି ବାଗ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗତ ୫/୧୨/୨୦୨୪ରିଖରେ ଅନୁଧ୍ୟାନ କରିଥିଲେ l ଏଥିରେ ବିଡ଼ିଓ ଶିବ ପଟ୍ଟନାୟକ ଓ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରଶ୍ମିତା ଶବର, ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରଥିଲେ l ସେହିପରି ଆଜି ତା ୬/୧୨/୨୦୨୪ରିଖରେ ଡ଼ଃ ଦୟାନିଧି ବାଗ, ପିଡି ୱାଟରସେଡ, ରାୟଗଡ ପଦ୍ମପୁର ବ୍ଲକ ସମିଳନୀ କକ୍ଷରେ ସମୀକ୍ଷା କରିଥିଲେ l ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ମଣିମାଳା ଶବର, ସହକାରୀ ନିର୍ବାହୀ ଯନ୍ତ୍ରୀ ରଶ୍ମିତା ଶବର, ସିଡିପିଓ, ଶ୍ରୀମତୀ ଜଗଦୀଶ୍ଵରୀ ଆଲୂ,ମରିଚଗୁଡା ମନ୍ଦିର କମିଟିର ସଦସ୍ୟ ବୃନ୍ଦ, ପଦ୍ମପୁର ପୋଲିସ ଅଧିକାରୀ,ଜନ ପ୍ରତିନିଧି, ପଦ୍ମପୁର ଜନସାଧାରଣ,ଗଣମାଧ୍ୟମ ପ୍ରତିନିଧି ଯୋଗଦାନ କରି ଆଲୋଚନା କରିଥିଲେ l ବିଶେଷ କରି ଆସନ୍ତା ଶୁଭlରମ୍ବ କାର୍ଯ୍ୟକ୍ରମରେ କିପରି କରାଯିବ, ଜନସାଧାରଣ କେମିତି ସାମିଲ ହେବେ, କଳସ ଶୋଭାଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ,ଟ୍ରାଫିକ ନିୟନ୍ତ୍ରଣ ଆଦି ଉପରେ ଆଲୋଚନା ହୋଇଥିଲା l ବ୍ଲକ ସଞ୍ଜଯୋକ ଡ଼ଃ ବାଗ ଏହି କାର୍ଯ୍ୟକ୍ରମରେ ସମସ୍ତ ଜନ ପ୍ରତିନିଧି,ବ୍ଲକ ବାସୀ ଦଳଗତ, ଜାତିଗତ, ଧର୍ମଗତ ନିର୍ବିଶେଷରେ ସାମିଲ ହେବାକୁ ଅନୁରୋଧ କରିଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *