ଜିଲ୍ଲା ମଙ୍ଗଳ ଅଧିକାରୀ ରାୟଗଡ଼ା ତରଫରୁ ଗୁଣପୁର ଉପଖଣ୍ଡର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର ହଷ୍ଟେଲ ର ଅନ୍ତେବାସୀ ଙ୍କ ସୁରକ୍ଷା ନେଇ ସଚେତନ କର୍ମଶାଳା ଅନୁଷ୍ଠିତ
ରାୟଗଡା : ୬.୧୨. ୨୦୨୪ ରିଖ ଶୁକ୍ରବାର ଦିନ ଜିଲ୍ଲା ମଙ୍ଗଳ ଅଧିକାରୀ ରାୟଗଡ଼ା ତରଫରୁ ଗୁଣପୁର ଉପଖଣ୍ଡର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର ସମସ୍ତ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ, ମେଟ୍ରୋନ ଓ ସ୍ଵାସ୍ଥ୍ୟକର୍ମୀଙ୍କୁ ନେଇ ଏକ ଦିବସୀୟ ହଷ୍ଟେଲର ଅନ୍ତେବାସୀଙ୍କ ସୁରକ୍ଷା,ନିରାପତ୍ତା , ସ୍ୱାସ୍ଥ୍ୟ, ପରିମଳ ଓ ପରିଛନ୍ନ ସଚେତନତା କର୍ମଶାଳା” ଜିଲ୍ଲା ମଙ୍ଗଳ ଅଧିକାରୀ ଭାରତ ଭୂଷଣ ବିଶ୍ୱାଳଙ୍କ ନେତୃତ୍ୱ କ୍ରମେ ଗୁଣପୁର ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଗୁଣପୁର ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ବେହେରା, ରାୟଗଡ଼ା ସହକାରୀ ଜିଲ୍ଲା ମେଡ଼ିକାଲ ଅଧିକାରୀ ମମତା ଚୌଧୁରୀ,ଉପ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁପ୍ତ କୁମାର ଦଳାଇ, ଗୁଣପୁର,ଉପ ଜିଲ୍ଲା ମଙ୍ଗଳ ଅଧିକାରୀ ମଳୟ ରଞ୍ଜନ ଚିନ୍ନାରୀ ଓ ଜୀବନ କୌଶଳ ଶିକ୍ଷା ନୀରିକ୍ଷକ ଶ୍ରୀ ସୁରେଶ କୁମାର ଲିମ୍ମା , ଗୁଣପୁର ଉପଖଣ୍ଡର ସମସ୍ତ ବ୍ଳକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ମଙ୍ଗଳ ସଂପ୍ରସାରଣ ଅଧିକାରୀ ମାନେ ଉପସ୍ଥିତ ଥିଲେ । ବିକ୍ରମପୁଟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀମାନେ ସ୍ଵାଗତ ସଂଗୀତଗାନ କରିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ମହୋଦୟ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ଆଜିର ଶିବିରର ସମସ୍ତେ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଥିଲେ ।ଶିବିର ଚ଼ାଲୁ ରହୁଥିବା ସମୟ ରେ ରାୟଗଡ଼ା ଜିଲ୍ଲାପାଳ ପାରୁଲ ପାଟୱାରୀ ମହୋଦୟା ଓ ଗୁଣପୁର ଉପ ଜିଲ୍ଲାପାଳ କିରଣ ଦୀପ କୌର ସହତା ମହୋଦୟା ଶିବିରରେ ଯୋଗ ଦେଇଥିଲେ। ଜିଲ୍ଲାପାଳ ମହୋଦୟା ଉପସ୍ଥିତ ଶିବିରାର୍ଥୀ ମାନଙ୍କୁୁ ପ୍ରତ୍ୟକ୍ଷ ଭାବେ ନିଜ ବିଦ୍ୟାଳୟ ଓ ଛାତ୍ରାବାସର ସମସ୍ୟା ପଚ଼ାରି ବୁଝିଥିଲେ ଓ ଏହାର ସମାଧାନ କରିବାର ପ୍ରତିଶୃତି ଦେଇଥିଲେ।ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ବେହେରା ବିଦ୍ୟାଳୟରେ ଯାହା ଆନୁଷଙ୍ଗିକ ସମସ୍ୟା ପ୍ରଧାନ ଶିକ୍ଷକ ମାନେ ଲିଖିତ ଭାବେ ଜଣାଇଲେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।ସହକାରୀ ଜିଲ୍ଲା ମେଡ଼ିକାଲ ଅଧିକାରୀ ଡାକ୍ତର ମମତା ଚୌଧୁରୀ ଦୀର୍ଘ ସମୟ ଧରି ଭିଡ଼ିଓ ଚିତ୍ର ମାଧ୍ୟମରେ ପିଲାମାନଙ୍କ ସ୍ୱାସ୍ଥ୍ୟ,ପରିଷ୍କାର ଓ ପରିଚ୍ଛନ୍ନ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଅଶୋକମିଶ୍ର ସ୍ୱାସ୍ଥ୍ୟ କର୍ମଚାରୀ ମ୍ୟାଲେରିଆ ନିରାକରଣ ଓ ମଶାରୀର ବ୍ୟବହାର ବିଷୟରେ ବୁଝାଇଥିଲେ ।ଜିଲ୍ଲା ମଙ୍ଗଳ ଅଧିକାରୀ ଭାରତ ଭୂଷଣ ବିଶ୍ୱାଳବିଦ୍ୟାଳୟମାନଙ୍କରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଛାତ୍ର ଛାତ୍ରୀ ଓ କର୍ମକର୍ତାଙ୍କ ସହ ଉତ୍ତମ ବ୍ୟବହାର ରଖନ୍ତୁ । ଛାତ୍ର ଛାତ୍ରୀଙ୍କ ସ୍ୱାସ୍ଥ୍ୟରକ୍ଷା ପ୍ରତି ସଜାଗ ରହନ୍ତୁ | ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ସିଧା ସଳଖ ଭାବେ ଛାତ୍ର ଛାତ୍ରୀଙ୍କ ସହ ଯୋଡ଼ି ହୋଇ ରହନ୍ତୁ ବୋଲି କହିଥିଲେ।ଶ୍ରୀ ସୁରେଶ ଚନ୍ଦ୍ର ଲିମ୍ମା ମହୋଦୟ ବିଦ୍ୟାଳୟ ଓ ହଷ୍ଟେଲ ପରିଚାଳନାରେ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀ ମେଟ୍ରୋନ ତଥା ସ୍ଵାସ୍ଥ୍ୟକର୍ମୀଙ୍କ ଭୂମିକା ଓ ଦାୟିତ୍ୱ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ । ମୂଖ୍ୟତଃ ଛାତ୍ରଛାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ (ଇନ୍ କମିଙ୍ଗ୍ ଓ ଆଉଟ୍ ଗୋଇଙ୍ଗ୍ )ରେଜିଷ୍ଟାର ବ୍ୟବହାର, ସୁରକ୍ଷା ଓ ନିରପତ୍ତା , ଉଭୟ ଦଳଗତ ଓ ଏକକ ଭାବେ କାଉନସେଲିଙ୍ଗ ତଥା ସି.ସି.ଟି.ଭି.ର ବ୍ୟବହାର ଉପରେ ଗୁରୁତ୍ବ ଦେଇ କହିଥିଲେ ତଥା ହଷ୍ଟେଲର ପିଲାମାନଙ୍କୁ ଶୃଙ୍ଖଳିତ ହୋଇ ରଖିବାକୁ, ଉତ୍ତମ ଚିକିତ୍ସା ପାଇଁ ଓ ବଟିକା ବଣ୍ଟନ ବିଷୟରେ ପରାମର୍ଶ ଦେଇଥିଲେ।ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ମଳୟ ରଂଜନ ଚିନ୍ନାରୀ ଶୈଶବ ମାତୃତ୍ଵ , ଆତ୍ମହତ୍ୟାର କାରଣ,ହଷ୍ଟେଲର ରକ୍ଷଣା ବେକ୍ଷଣ ରେକର୍ଡ ଲିପିବଦ୍ଧ ଓ ପ୍ରେରଣ ତଥା କର୍ମକର୍ତ୍ତା ବୈଠକର ରେଜୁଲେସନ ଉପରେ ଆଲୋକପାତ କରିଥିଲେ। ଗୁଣପୁର ମଙ୍ଗଳ ସଂପ୍ରସାରଣ ଗଂଗାଧର ବେହେରା , ଶିକ୍ଷକ ଅନନ୍ତ କୁମାର ତ୍ରୀପାଠୀ, ସିଲା ଶ୍ରୀନିବାସ ଓ ମୋହନ କେରି ମେରିକା ସହଯୋଗ କରିଥିଲେ ।ଆଶ୍ରମ ବିଦ୍ୟାଳୟ କେନ୍ଦୁଗୁଡ଼ା ପ୍ରଧାନ ଶିକ୍ଷକ ଦିଲୀପ କୁମାର ଚୌଧୁରୀ ଶିବିର ପରିଚାଳନା କରିଥିଲେ ଓ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ