ସନ୍ଦେହ ଘେରରେ ନାବାଳିକା ର ମୃତ୍ୟୁ।
ଗଞ୍ଜାମ:ସଦର ଥାନା ଅର୍ନ୍ତଗତ ବେନ୍ଦାଳିଆ ଗ୍ରାମର ଶ୍ରୀୟା ସେଠୀ ନାମ୍ନୀ ଜଣେ ୧୪ ବର୍ଷୀୟା ନାବାଳିକା ର ମୃତ ଦେହ କୁ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି।ସୁଚନା ଅନୁଯାୟୀ ଜଣାପଡିଛି ଯେ ମୃତ ନାବାଳିକା ର ମାଁ କିଛି ବର୍ଷ ପୂର୍ବେ କୌଣସି କାରଣରୁ ମୃତ୍ୟୁବରଣ କରିଥିଲେ। ଯାହା ଫଳରେ ପିତା ୰ ନୀର ସେଠୀ ଅନ୍ୟ ଜଣେ ମହିଳାଙ୍କୁ ଦ୍ଵିତୀୟ ବିବାହ କରିଥିଲେ। ଏହାର କିଛି ମାସ ପରେ ସାପ କାମୁଡାରେ ନରୀ ର ଦେହାନ୍ତ ହେଇଯାଇଥିଲା। ପରବର୍ତ୍ତୀ ସମୟରେ ନରୀ ର ଦ୍ଵିତୀୟ ପତ୍ନୀ ପ୍ରଥମ ପତ୍ନି ର ସାନ ଝିଅ କୁ ଖାଇବାକୁ ନଦେଇ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲା ବୋଲି ନାବାଳିକା ର ମାମୁଁ ଅଭିଯୋଗ କରିଛନ୍ତି। କିନ୍ତୁ ୮ ମ ଶ୍ରେଣୀ ଛାତ୍ରୀ ଶ୍ରୀୟା ସବୁଦିନ ଭଳି ରୀତିମତ ସ୍କୁଲ କୁ ଯାଇ ସନ୍ଧ୍ୟା ବେଳେ ଘରକୁ ଆସିଥିଲା । ଏହାପରେ ପରିବାର ଲୋକେ ଘରକୁ ଆସି ଦେଖିଲେ ଯେ ନାବାଳିକା ଜଣକ ଘରର ଏକ ପଙ୍ଖା ରେ ଝୁଲୁଛି।ସଙ୍ଗେ ସଙ୍ଗେ ମୃତ ଶ୍ରୀୟା ର ମାମୁଁ ମିଥୁନ ସେଠୀ ସଦର ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠା ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ମୃତ ଛାତ୍ରୀ ର ସାବତ ମାଁ ଶ୍ରୀୟା କୁ ହତ୍ୟା କରି ଆତ୍ମହତ୍ୟା ର ରୁପ ଦେଉଛି ବୋଲି ଶ୍ରୀୟା ର ମାମୁଁ ଅଭିଯୋଗ କରିଛନ୍ତି।
ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!