ବିଶ୍ଵ ଭିନ୍ନକ୍ଷମ ଦିବସ -୨୦୨୪ ଓ ଶୀତବସ୍ତ୍ର ବଣ୍ଟନ M.K.C.G ସ୍ବତନ୍ତ୍ର ବିଦ୍ୟାଳୟ ରେ ପାଳିତ।

ବିଶ୍ଵ ଭିନ୍ନକ୍ଷମ ଦିବସ -୨୦୨୪ ଓ ଶୀତବସ୍ତ୍ର ବଣ୍ଟନ M.K.C.G ସ୍ବତନ୍ତ୍ର ବିଦ୍ୟାଳୟ ରେ ପାଳିତ।

ଆର,ଉଦୟଗିରି(ମନୋଜ କୁମାର ପାଢୀ/୪/୧୨/୨୪ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ, ବଧିର ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷାଘାତ ସ୍ବତନ୍ତ୍ର ବିଦ୍ୟାଳୟ ମୋହନା ଗଜପତି ଠାରେ ପାଳନ କରାଗଲା। ଏହି ଉତ୍ସବରେ ମୁଖ୍ୟ ଅତିଥି – ବିଚାରପତି ଶ୍ରୀ ଶୁଭଜୀତ ବେହେରା ମୋହନା Judicial Magistrate (Chairman of taluk Legal committee ) ପିଲାମାନଙ୍କୁ ଆଇନ ଉପରେ ସଚେତନ କରାଇଲେ ଏବଂ ତାଙ୍କର ଭାଷଣ ପ୍ରେରଣା ଓ ଉତ୍ସାହ ଜନକ ଥିଲା । ଏହା ବ୍ୟତୀତ ମୁଖ୍ୟ ବକ୍ତା ରୂପେ ଶ୍ରୀମତୀ ଡକ୍ଟର . ଅନୁପମା ପାଢ଼ୀ , ଲିପିକା N.G.O ଅକ୍ଷୟ କୁମାର ଶତପଥୀ, ଓକିଲ ସଂଘ ର ସଭାପତି ଶ୍ରୀ ସନ୍ତୋଷ କୁମାର ପାଢ଼ୀ, ଓ ଉପସଭାପତି ସିମାଞ୍ଚଳ କାର୍ଜୀ ଏବଂ ସମ୍ପାଦକ ପଦ୍ମନାଭ ପତି ସମେତ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦଣ୍ଡାସୀ ସାହୁ ସଭାପତିତ୍ବ କରିଥିଲେ । ପ୍ରଶାନ୍ତ ବୀର ଓ ପୂର୍ବତନ ସଭାପତି ରବୀନ୍ଦ୍ର ନାୟକ ସମ୍ମାନୀୟ ଅତିଥି ରୂପେ ଆସନ ଗ୍ରହଣ କରିଥିଲେ ଏବଂ କୋର୍ଟ କର୍ମଚାରୀ ସହ ପରିଚାଳକ କମିଟି , କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ଓ ଛାତ୍ରଛାତ୍ରୀ ମାନଙ୍କୁ ଶୀତବସ୍ତ୍ର ଓ ମିଠନ ବଣ୍ଟନ କରିଥିଲେ । ମୋହନା ଗ୍ରାମର ବାସିନ୍ଦା ଏବଂ ମୋହନା ହିରୋହଣ୍ଡା ସୋରୁମ୍ ର ମାଲିକ ଶ୍ରୀଯୁକ୍ତ ପପୁଶାମଲ ଦିବ୍ୟାଙ୍ଗ ପିଲା ମାନଙ୍କୁ ଶୀତବସ୍ତ୍ର ଉପହାର ଦେଇଥିଲେ ।

Leave a Reply

Your email address will not be published. Required fields are marked *