ଶ୍ରୀ ଶ୍ରୀ ହନୁମାନ ମନ୍ଦିର ପ୍ରତିଷ୍ଠା ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଓ ୩୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ଶ୍ରୀ ଶ୍ରୀ ହନୁମାନ ମନ୍ଦିର ପ୍ରତିଷ୍ଠା ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଓ ୩୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ବରଗଡ ୪,୧୨(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ମୁନିସିପାଲିଟି ଅନ୍ତର୍ଗତ ୱାର୍ଡ ନମ୍ବର ୧୪ ସୁବାସ ନଗର ଠାରେ ଶ୍ରୀ ଶ୍ରୀ ହନୁମାନ ପ୍ରଭୂ ଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସର ରେ ମନ୍ଦିର ପ୍ରତିଷ୍ଠା କମିଟି ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ମନ୍ଦିର ପ୍ରତିଷ୍ଠା କମିଟି ର ସଭାପତି ଶ୍ରୀମାନ ସରୋଜ କୁମାର ସାହୁ, ସମ୍ପାଦକ ପଞ୍ଚାନନ ପଧାନ,ସଦସ୍ୟ ନୀରୋଜ ପାତ୍ର ଓ ଆଲୋକ ରଞ୍ଜନ ବିଶ୍ବାଳ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ୧୨ଜଣ ମହିଳା ରକ୍ତଦାତା ସମେତ ୨୧ଜଣ ପୁରୁଷ ରକ୍ତଦାତା ସର୍ବମୋଟ ୩୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର କୁ ନିଷ୍ଠା ପରିବାର ସଦସ୍ୟ ସଦସ୍ୟା ମାନେ ଓ ମନ୍ଦିର କମିଟି ର ସଦସ୍ୟ ମାନେ ସୁପରିଚାଳନା କରିଥିଲେ।ପରିଶେଷରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ହନୁମାନ ମନ୍ଦିର ପ୍ରତିଷ୍ଠା କମିଟି କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ମନ୍ଦୀର କମିଟି ପକ୍ଷରୁ ମଧ୍ୟ ନିଷ୍ଠା ପରିବାର କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସମସ୍ତ ରକ୍ତ ଦାତା,ସହଯୋଗୀ,ଶୁଭେଛୁ ଓ ମନ୍ଦିର ପ୍ରତିଷ୍ଠା କମିଟି ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।ନିଷ୍ଠା ପରିବାର ।ରକ୍ତର ଗ୍ରହୀତା ରକ୍ତଦାତା ଦୁହେଁ ଏ ଭୁବନେ ଭାଗ୍ୟବନ୍ତ ରକ୍ତ ବିନା କେହି ନ ମରୁ ଜଗତେ କରିବା ଆମେ ଶପଥ ନେଇଛୁଁ। ନିଷ୍ଠା ପରିବାର ।

Leave a Reply

Your email address will not be published. Required fields are marked *