ଗଜପତି ଜିଲ୍ଲା ଗୋଷାଣି ବ୍ଳକ ସବୋରା ପଞ୍ଚାୟତର ଅନ୍ଧାରୀଝୋଲା ଗ୍ରାମରେ ବାଘ ପଶି ଗୋଟିଏ ଗଇକୁ ମାରି ଖାଇଦେଇଥିବାର ଜଣାପଡିଛି । ଗାଇଟି ଅନ୍ଧାରଝୋଲା ଗ୍ରାମର ଜାକୋବ ଶବରଙ୍କ ବୋଲି ଜଣାପଡିଛି । ଜାକୋବ ଶବର ଯିଏକି ବନବିଭାଗର ଓ୍ବାଚ୍ ମ୍ୟାନ୍ ଭାବେ କାର୍ଯ୍ୟ କରୁଥିବାର ଜଣାପଡିଛି । ଏନେଇ ଗ୍ରାମବାସୀ କହିଛନ୍ତି ଯେ ଜାକୋବଙ୍କ ଘର ନିକଟରେ ଥିବା ଗୁହାଳରେ ବନ୍ଧାଯାଇଥିବା ଗାଇଟିକୁ ପ୍ରାୟ ୫୦ ମିଟର ଦୂରକୁ ନେଇ ମାରି ଖାଇଦେଇଛି । ଘଟଣା ସମ୍ପର୍କରେ ବନବିଭାଗ ଖବର ପାଇ ଅନୁସନ୍ଧାନ କରୁଛନ୍ତି । ପ୍ରକାଶ ଯେ ଗତ କାଲି ଗୋଷାଣି ବ୍ଳକର ସାତମାଇଲ ଛକ ଗ୍ରାମଞ୍ଚଳରେ ବାଘର ପାଦ ଠାବ କରାଯାଇଥିଲା । ଏନେଇ ବନବିଭାଗ ତରଫରୁ ବାଘର ଗତିବିଧି ଉପରେ ନଜର ରଖାଯାଇ ଜନସାଧାରଣଙ୍କୁ ସଚେତନତା କରାଯାଇଛି । ତେବେ ଆଜି ଅନ୍ଧାରୀଝୋଲ ଗ୍ରାମାଞ୍ଚଳରେ ବାଘ ଗାଇକୁ ମାରି ଖାଇଦେଇଥିବା ଯୋଗୁଁ ଅଞ୍ଚଳରେ ବାଘ ଆତଙ୍କକୁ ନେଇ ଭୟଭୀତ ହୋଇପଡଛନ୍ତି ଗ୍ରାମବାସୀ ।
Related Posts
ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଓଡ଼ିଶାରେ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଓଡ଼ିଶାରେ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗଣ ପର୍ବ ନୂଆଖାଇ…
ବିବାଦୀୟ ଡାକ୍ତର ଙ୍କୁ ବଦଳି ଦାବି
ବିବାଦୀୟ ଡାକ୍ତର ଙ୍କୁ ବଦଳି ଦାବି ଆର, ଉଦୟଗିରି(ମନୋଜ କୁମାର ପାଢୀ/୪/୯/୨୦୨୪ – ଗଜପତି ଜିଲ୍ଲା ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପୁନଃ ନିଯୁକ୍ତି ପାଇଥିବା ବିବାଦୀୟ…
ପାଣି ସମସ୍ୟାର ସମାଧାନକୁ ନେଇ ନାରାୟଣପୁର ଠାରେ ୩୨୬(କ) ଜାତୀୟ ରାଜପଥ ଅବରୋଧ
ପାଣି ସମସ୍ୟାର ସମାଧାନକୁ ନେଇ ନାରାୟଣପୁର ଠାରେ ୩୨୬(କ) ଜାତୀୟ ରାଜପଥ ଅବରୋଧ ଗଜଗଜପତି – ୧୭/୫/୨୦୨୪ ଖରା ଆରମ୍ଭଠାରୁ ହି ପାନୀୟଜଳ ଜଳ ସମସ୍ୟା ଗଜପତି…