ମହା ଆଡ଼ମ୍ବରରେ ତୁଆଗୁଡା ଗ୍ରାମଠାରେ ଅଷ୍ଟପ୍ରହରୀ ପାଳିତ ।
ଆର, ଉଦୟଗିରି ,୨୮/ ୧୧ (ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମେରାପୁଲ୍ଲୀ ଗ୍ରାମପଞ୍ଚାୟତ ଅଧୀନ ରେ ଥିବା ତୁଆଗୁଡା କୁଇ କନ୍ଧ ଆଦିବାସି ସମ୍ପ୍ରଦାୟର ପ୍ରାୟ ୯୮% ଲୋକମାନେ ବସବାସ କରୁଥିବା ଦେଖିବାକୁ ମିଳିଛି । ସୁଚନା ପ୍ରକାରେ ଏହି ଗ୍ରାମରେ ଆଜକୁ ପ୍ରାୟ ୧୯୬୨ ମସିହାଠାରୁ ୨୦୨୪ ପ୍ରାୟ ୬୨ ବର୍ଷ ପୃତି ଅବସରେରେ ଏହି ପର୍ବଟି ପାଳନ କରି ଆସୁଛନ୍ତି l ଏହି ଗ୍ରାମରଲୋକ ସମସ୍ତେ ଶାନ୍ତିଶୁଙ୍ଖଳାସହ ବହୁଆଡମ୍ବରେ କାର୍ତ୍ତୀକ ପୂର୍ଣ୍ଣିମା ବା ଅଷ୍ଟ ପ୍ରହରୀକୁ ଗ୍ରାମର ସମସ୍ତ ଯୋଗାଯୋଗରେ ଏକ ନିହାରା ପର୍ବରୁପେ ପାଳନ କରି ଏହାର ବେସ୍ ମଜା ନେଇଥିବା ଦେଖିବାକୁ ମିଳିଛି । ଏହି ପର୍ବଟି ପ୍ରତି ବର୍ଷ ନଭେମ୍ବର ମାସ ପହିଲା ଏବଂ ମଧ୍ୟମରେ ହୋଇଥାଏ । ଏହାର ପାରମ୍ପରିକ ଅନୁଯାଇ ଏହି ସମୟରେ ଗ୍ରାମର ଲୋକମାନେ କୈାଣସି ପିଆଜ ରସୁଣ ଏବଂ ତେଲଯାତିୟ ଖାଦ୍ୟ ବା ଆମିଷ ଭୋଜନ ନିଷେଧ କରନ୍ତି ଯାହାକି ଅନ୍ୟ ଗ୍ରାମବା ବଜାର ଖଦ୍ୟ ମଧ୍ୟ ସେବନ କରନ୍ତିନାହିଁ । ଏହି କାର୍ତ୍ତିକ ପୂର୍ଣ୍ଣିମାରେ ପାଳନ ଅବସରରେ ଗ୍ରାମର ଲୋକମାନେ ନିତ୍ୟ କ୍ରମ ସାରି ନୂଆ ପଶାକ ପରିଧାନ କରିଥାନ୍ତି ଯାହାକି ଗ୍ରାମଠାରୁ ପ୍ରାୟ ୮ ରୁ ୯ କି.ମି ଦୂରରେ ତପ୍ତପାଣି ଅବସ୍ଥିତ ମାଁ କନ୍ଧଣିଦେବିମାଁଙ୍କୁ ଇଷ୍ଟ ଦେବି ଭାବରଗ୍ରହଣ କରି ଆସୁଛନ୍ତି ତେଣୁ ଏହି ମାଙ୍କ ନିକଟରେ ଯାଇ ପୂଜା ଅର୍ଚ୍ଚନା କରିବାପରେ ଉଷ୍ମ ଜଳ କୁ ନିଜ ନିଜ ପରିବାମଧ୍ୟରେ କଳସରେ ପାଣି ଆଣିଥିଲେ l ଯାହାକି ତୁଆଗୁଡ଼ା ଗ୍ରାମକୁ ପହଞ୍ଚିଲାପରେ ସମସ୍ତେ ଏକତ୍ରିତ ହୋଇ କସଯାତ୍ରାରେ ପ୍ରତ୍ୟେକ ଘରକୁ ପରିକ୍ରମା କରିଥିଲେ । ଏହି ସମରେ ଗ୍ରାମର ପୁଜକଭାବରେ ଶ୍ରୀ ଦଣ୍ଡପାଣି ବେହେରା, ମହନ ମଳିକ,ଅଲେଖ ,କେଶବ ଓ କର୍ତ୍ତାଭାବରେ ଶ୍ରୀ ଗୟା ମଳିକ, ବିଜୟ,ରାମ ଏବଂ ପୁରହିତ ଶ୍ରୀ ତରଣି ସେନ ଦାସ୍ ଯାଗ୍ୟ ପରି ଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବନ୍ଧା ଗୁଡା କ୍ରେନ୍ଦ୍ରର ସତସଙ୍ଗ ମଣ୍ଡଳିର ସଭାପତି ଶ୍ରୀ ରବିନ୍ଦ୍ର ମଳିକ,ମୋହନା ପ୍ରେସ୍ କ୍ଳବର ବରିଷ୍ଟ ସମ୍ବାଦ ପତିନିଧି ଶ୍ରୀ ଲକ୍ଷ୍ମଣ ଚୌଧୁରୀ,ଆଇନ ଯିବି ଶ୍ରୀ ଦୁର୍ଯ୍ୟୋଧନ କରାଡ, ଶବର ସମାଜସେବି ଶ୍ରୀ ତ୍ରିପତି ଶବର,ସହଯୋଗରେ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟ କ୍ରମଟି ତୁଆଗୁଡ଼ା ପ୍ରତ୍ୟେକ ବାପା ମା ଓ ଯୁବକ ଯୁବତୀମାନଙ୍କ ସହଯୋଗରେ ଦୁଇଦିନ ଧରି ଭାରତ ଳିଳା ବା କଳା ସଂସଦ ଏବଂ ତୁଆଗୁଡ଼ା ଗ୍ରାମର ଯୁକ ଓ ଯୁବତିଙ୍କ ସମେତେ ମେଲଡିବା ଭଜନା ସମାର କାର୍ଯ୍ୟଟି ମଧ୍ୟସଫଳ ହୋଇଥିଲା ।