ଜିଲ୍ଲାସ୍ତରୀୟ ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ୨୦୨୪ ପ୍ରସ୍ତୁତି ବୈଠକ କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) ଜିଲ୍ଲାଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ଷଢଙ୍ଗୀଙ୍କ ଅଧକ୍ଷତାରେ ଜାତୀୟ ଉପଲବ୍ଧି ପରୀକ୍ଷଣ ତଥା ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ୨୦୨୪ ର ଜିଲ୍ଲାସ୍ତରୀୟ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି l ଏହି ବୈଠକ ରେ ଜାତୀୟ ଉପଲବ୍ଧି ପରୀକ୍ଷଣ ପାଇଁ ଯେଉଁ ବିଦ୍ୟାଳୟ ଗୁଡ଼ିକ ର ସ୍ଥିର ହୋଇଅଛି ସେହି ବିଦ୍ୟାଳୟ ର ଶିକ୍ଷାର୍ଥୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯେପରି ପୂର୍ବ ପ୍ରସ୍ତୁତ ରହିବା ସହ ଯତ୍ନବାନ ହେବାପାଇଁ ଆଲୋଚନା କରାଯାଇଥିଲା l ପିଲାମାନଙ୍କୁ ବିଭିନ୍ନ ଉନ୍ନତ ମାନର ପ୍ରଶ୍ନ ଗୁଡିକୁ ବାରମ୍ବାର ଅଭ୍ୟାସ କରିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା l ସେହି ବିଦ୍ୟାଳୟ ଗୁଡ଼ିକରେ ଆସନ୍ତା ଶନିବାର ଦିନ ମକ ଟେଷ୍ଟ କରାଯିବା ପାଇଁ ସ୍ଥିର କରାଯାଇଅଛି l ଏଥିସହ ୟୁ ଡାଇସ ପ୍ଲସ, ଅପାର ଆଇଡି, ୟୁନିଫର୍ମ ବଣ୍ଟନ ଓ ତାର ଖର୍ଚ୍ଚ ଚିଠା ଏବଂ ପି ଏମ ପୋଷଣ ମେସେଜ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା l ଏହି ବୈଠକ ରେ ଡି. ଆଇ.ଇ.ଟି ଅଧକ୍ଷ ଡ. ଶିବ ପ୍ରସାଦ ପଣ୍ଡା, ଜିଲ୍ଲା ବିଜ୍ଞାନ ସୁପରଭାଇଜର ଶ୍ରୀଯୁକ୍ତ ଅଶୋକ ପାତ୍ର, ସହ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିରୁପମା ଦୋରା, ଜିଲ୍ଲା ଶୈକ୍ଷିକ ସଂଯୋଜକ ଡ. ସୁରେଶ ଚନ୍ଦ୍ର ପ୍ରଧାନ, ପ୍ରୋଗ୍ରାମର ଶ୍ରୀଯୁକ୍ତ ଶେଖର ବେହେରା, ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷା ସଂଯୋଜିକା ଶ୍ରୀମତୀ ଭି. ସନ୍ଧ୍ୟା, ସମସ୍ତ ବ୍ଲକ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ପ୍ରତ୍ୟେକ ବ୍ଲକ ରୁ ଦୁଇ ଜଣ ଲେଖାଏଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଉପସ୍ଥିତ ଥିଲେ l
Related Posts
ଟିପାରିଗାଁ,ବରସାହିରେ ମା ପୀତାବାଲୀଙ୍କ ପୂଜାଅର୍ଚନା
ଟିପାରିଗାଁ,ବରସାହିରେ ମା ପୀତାବାଲୀଙ୍କ ପୂଜାଅର୍ଚନା………………………………..କନ୍ଧମାଳ :- ତା ୨୩/୦୫ (ରିପୋର୍ଟ କୁନା ଦିଗାଲ ):ଟିକାବାଲି ଗ୍ରାମପଞ୍ଚାୟତ ଟିପାରିଗାଁ ବରସାହିରେ ଗାଁ କମିଟି ତରଫରୁ ବହୁ ଆଡ଼ମ୍ବର ରେ…
ପାରଳାଖେମୁଣ୍ଡି ଡବ୍ଲ୍ୟୁଏମ୍ଇ ଚର୍ଚ୍ଚକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ ଓ ଉତ୍ତେଜନା
ପାରଳାଖେମୁଣ୍ଡି ଡବ୍ଲ୍ୟୁଏମ୍ଇ ଚର୍ଚ୍ଚକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ ଓ ଉତ୍ତେଜନା ଗଜପତି :ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମେଡିକାଲ ରୋଡ଼ରେ ଥିବା ଡବ୍ଲ୍ୟୁଏମ୍ଇ ଚର୍ଚ୍ଚ ଘରକୁ ନେଇ…
ଆଜି ପବିତ୍ର ରାମ ନବମୀ ସ୍ୱତନ୍ତ୍ର ଆୟୋଜନ କରାଯାଇଛି
କୋରାପୁଟ: ଆଜି ପବିତ୍ର ରାମ ନବମୀ। ଏହି ପବିତ୍ର ଦିନରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କର ସବୁଠି ଚାଲିଛି ପୂଜା ଆରାଧନା, କୋରାପୁଟ ଜିଲ୍ଲାର ସବୁ ସହର ଠାରୁ ଗାଁ…