ଦଶମ ଗଜପତି ଜିଲ୍ଲା ସ୍ତରୀୟ ଜୁନିଅର ରେଡ଼କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ
ଗଜପତି(ଆର,ଉଦୟଗିରି (ମନୋଜ କୁମାର ପାଢ/ ତା 27/11/2024 ରିଖ ବୁଧବାର ଦିନ ନାରାୟଣପୁର ନୀଳମଣି ହାଇସ୍କୁଲ ଠାରେ ଗତ 25 ତାରିଖରୁ ଆରମ୍ଭ ହୋଇଥିବା ଦଶମ ଗଜପତି ଜିଲ୍ଲା ସ୍ତରୀୟ ଜୁନିଅର ରେଡ଼କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି | ଉଦଯାପନୀ ଉତ୍ସବରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଳାକାନ୍ତ ପଣ୍ଡା, ଓ ଶ୍ରୀ ଅନୁପ ପଣ୍ଡା ଜିଲ୍ଲା ଶିକ୍ଷାଧିକାରୀ ଡା:ମାୟାଧର ସାହୁ ଗୋସାଣି ଗୋଷ୍ଠୀ ଶିକ୍ଷାଧିକାରୀ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ ମହାନ୍ତି ଓ ପ୍ରଶାନ୍ତ କୁମାର ବିଷୋୟୀ ମଂଚାସୀନ ଥିଲେ | ଜିଲ୍ଲପାଳ ଶ୍ରୀ ଦାସ ଆୟୋଜିତ ରକ୍ତଦାନ ଶିବିରକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |ଜିଲ୍ଲାପାଳ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଓ ବିଶ୍ଵବନ୍ଧୁତା ବିଶେଷକରି ସେବା ଉପରେ ଆଲୋକପାତ କରିଥିଲେ |ଶିବିରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ର ଛାତ୍ରୀଙ୍କୁ ସିଲଡ଼ ଓ ମାନପତ୍ର ଦେଇ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ |ରାଜ୍ୟ ପୁରସ୍କୃତ ଶିକ୍ଷକ ମଞ୍ଚ ସଂଯୋଜନା କରିଥିବା ବେଳେ କ୍ରୀଡା ଶିକ୍ଷକ ପ୍ରିୟଦର୍ଶୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ | ଏହି ପ୍ରଶିକ୍ଷଣ ଶିବିରରେ 270 ଜଣ ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିବା ବେଳେ 110 କାଉନସେଲର ଯୋଗ ଦେଇଥିଲେ | ରକ୍ତଦାନ ଶିବିରରେ 35 ୟୁନିଟ ରକ୍ତ ସଂଗୃହିତ ହୋଇଥିଲା | ରକ୍ତ ଦାନ ଶିବିରକୁ ଜିଲ୍ଲା କ୍ରୀଡା ଶିକ୍ଷା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର ପାତ୍ର ଆୟୋଜନ କରିଥିଲେ |