ଓପିଜିସି ଦ୍ଵାରା ଚାଲିଥିବା ପ୍ରକଳ୍ପର ସମୀକ୍ଷାର କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ

ଓପିଜିସି ଦ୍ଵାରା ଚାଲିଥିବା ପ୍ରକଳ୍ପର ସମୀକ୍ଷାର କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ

ଭୂବନେଶ୍ଵର: ଆଜି ଭୁବନେଶ୍ୱର ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଓପିଜିସି ଦ୍ଵାରା ଚାଲିଥିବା ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ, ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀମତୀ ଏବୋଲି ସୁନୀଲ ନରବଣେ, ଓପିଜିସିର ବରିଷ୍ଠ ଅଧିକାରୀବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ l ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ ଲିମିଟେଡ଼ ହେଉଛି ଓଡ଼ିଶାର ବୃହତ ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର l ରାଜ୍ୟର ମୋଟ୍ ବିଜୁଳି ଚାହିଦାର ୩୦ ପ୍ରତିଶତ ଓପିଜିସି ପୂରଣ କରେ l ଏକ ବିଶ୍ଵସ୍ତରୀୟ ସ୍ଵଚ୍ଛ, ନିରାପଦ ଏବଂ ନିର୍ଭରଯୋଗ୍ୟ ଶକ୍ତି ଉତ୍ପାଦନ କରିବାରେ ଓପିଜିସି ପ୍ରତିଶୃତିବଦ୍ଧ l ତାପଜ ବିଦ୍ୟୁତ ଉତ୍ପାଦନ ପରେ ବାହାରୁଥିବା ବର୍ଜ୍ୟ ପରିଚାଳନା ଏବଂ ଖଣି ଖନନ ପରେ ସେହି ଖଣିକୁ ଉଡା ପାଉଁଶ (Fly Ash) ଦ୍ଵାରା ପୂରଣ କରି ଖାଲି ଖଣିକୁ ପୋତିବା ବିଷୟରେ ବୈଠକରେ ଆଲୋଚନା ହୋଇଥିଲା l ଫ୍ଲାଏ ଆଶ କୁ ବ୍ୟବହାର କରି ଇଟା ତିଆରି କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ l ସେହି ଇଟାକୁ ପରବର୍ତ୍ତୀ ସମୟରେ ପିଏମ ଆବାସ ଯୋଜନାରେ ତିଆରି ଘରେ ବ୍ୟବହାର କରାଯାଇ ପାରିବ l ସେହିଭଳି ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ଼ର ପରାମର୍ଶ ଅନୁଯାୟୀ ବାହାରୁଥିବା ବର୍ଜ୍ୟକୁ କୃଷି କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇପାରିବ l ଓପିଜିସିର କାର୍ଯ୍ୟକରିବାରେ ଥିବା ପ୍ରତିବନ୍ଧକ ଗୁଡ଼ିକ ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା l ପରବର୍ତ୍ତୀ ସମୟରେ ସେସବୁ ଉପରେ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ନିୟମାବଳୀ ଅନୁଯାୟୀ ପଦକ୍ଷେପ ନିଆଯିବ l ଆଗାମୀ ସମୟରେ ଫ୍ଲାଏ ଆଶ କୁ ନେଇ ଏସଓପି (SOP) ଅଣାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରକାଶ କରିଥିଲେ l ଫ୍ଲାଏ ଆଶ ଦ୍ଵାରା ପୂରଣ ହେଉଥିବା ପୋଖରୀ ଏବଂ ସେହି ଅଞ୍ଚଳରେ ପର୍ଯ୍ୟଟନର ବିକାଶ କରିବାକୁ ଶ୍ରୀ ସିଂହଦେଓ ପରାମର୍ଶ ଦେଇଥିଲେ ।ଏହି କ୍ରମରେ ଖଣି ଖନନ ପରେ ଖାଲି ଥିବା ଖଣିଗୁଡ଼ିକୁ ଚିହ୍ନଟ କରିବା ପରେ ଓପିଜିସିରୁ ବାହାରୁଥିବା ଉଡା ପାଉଁଶଦ୍ଵାରା ପୂରଣ କରିବା ଫଳରେ ବର୍ଜ୍ୟ ପରିଚାଳନା ମଧ୍ୟ ହୋଇପାରିବ ଏବଂ ପ୍ରଦୂଷଣ ମାତ୍ରା ହ୍ରାସ କରାଯାଇପାରିବ l ଉଡା ପାଉଁଶ ପୋଖରୀ (Ash Ponds) ନିମନ୍ତେ ଜାଗା ଯୋଗାଇ ଦେବାକୁ ମଧ୍ୟ ଆଲୋଚନା କରାଯାଇଥିଲା l ପ୍ରଥମେ ସେହି ଅଞ୍ଚଳର ଜନସାଧାରଣଙ୍କ ସହ ଆଲୋଚନା କରି ଜାଗା ଯୋଗାଇ ଦେବାକୁ ଶ୍ରୀ ସୁରେଶ ପୂଜାରୀ ଝାରସୁଗୁଡା ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ l ଓପିଜିସି ପକ୍ଷରୁ ମଧ୍ୟ ବର୍ଜ୍ୟ ପରିଚାଳନାକୁ ଗୁରୁତ୍ଵ ଦିଆଯାଉଛି l

Leave a Reply

Your email address will not be published. Required fields are marked *