ସ୍ବର୍ଗତ ଯଯାତି ସାହୁଙ୍କ 23 ତମ ଶ୍ରାଦ୍ଧ ଦିବସ ପାଳିତ
ରାୟଗଡା : ରାୟଗଡା ଜ଼ିଲ୍ଲା ର ପଦ୍ମପୁର ବ୍ଲକ ର ନାଇରା ଗ୍ରାମର ବହୁ ଚର୍ଚ୍ଚିତ ୟୁବ ବିଜେଡି ନେତା ଯଯାତି ସାହୁଙ୍କ 23 ତମ ଶ୍ରାଦ୍ଧ ଦିବସ ନିଜ ଗ୍ରାମ ନାଇରା ଓ ପଦ୍ମପୁର ବ୍ଲକ ସଦର ମୋହକୁମା ଠାରେ ପାଳିତ ହୋଇଯାଇଛି l ନାଇରା ଗ୍ରାମ ଠାରେ ସଖାଳୁ ସଖାଳୁ ସ୍ବର୍ଗତ ଯଯାତିଙ୍କ ପ୍ରତିମୂର୍ତ୍ତି ରେ ଗ୍ରାମ ର ଶ୍ୟାମ ମହାନ୍ତି, କାମାକ୍ଷୀ ସାହୁ, ଏନ୍ଟି ଜଗନ୍ନାଥ, ବିଜୟ ଶବର, ଗିରିଧାରୀ ସାହୁ, ପୂର୍ବତନ ସରପଞ୍ଚ ସୁବାସ ଶବର, ଜ଼ିଲ୍ଲା ପରିଷଦ ସଭ୍ୟା ଡରଂଗୀନ ଶବର ଙ୍କ ସମତେ ବହୁ ଯଯାତି ପ୍ରେମୀ ଉପସ୍ଥିତ ରହି ପ୍ରତିମୂର୍ତ୍ତି ରେ ପୁଷ୍ପା ମାଲ୍ୟ ଅର୍ପଣ କରିବା ସହିତ ଯଯାତି ସାହୁ ଆମର ରହେ କହି ନାରା ଦେଇଥିଲେ l ଠିକ ସେହିପରି ପଦ୍ମପୁର ଗ୍ରାମ ର ସୁନାରିଘାଇ ଛକ ଠାରେ ଅବସ୍ଥିତ ମା ଖିଲାମୁଣ୍ଡା ଠାକୁରାଣୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ଯଯାତି ଙ୍କ ଫୋଟ ଚିତ୍ର ରେ ଯଯାତି ସେନା ଓ ବିଜୁ ପରିବାର ପକ୍ଷରୁ ରଘୁନନ୍ଦନ ନାୟକ, ରମାକାନ୍ତ ମାଝୀ, ବ୍ରଜ ପାଣିଗ୍ରାହୀ, ବ୍ଲକ ଅଧକ୍ଷା ମଣି ମାଳା ଶବର ଙ୍କ. ସମତେ ଶତାଧିକ ବ୍ୟକ୍ତି ଉପସ୍ଥିତ ରହି ପୁଷ୍ପା ମାଲ୍ୟାର୍ପଣ କରିବା ସହିତ ସ୍ମୃତି ଚାରଣ କରିଥିଲେ ପରେ ପରେ ଶ୍ରୀକାକୁଲମ ରାଗୁଲୁ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା l
ସୂଚନା ଯୋଗ୍ୟ ଯେ ଗୁଣୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଟୋ କଂଗ୍ରେସ ର ଗଡ଼ ଥିଲା କିନ୍ତୁ ଯଯାତି ସାହୁ ନିଜର ବିଚକ୍ଷଣ ବୁଦ୍ଧି ବଳ ରେ କଂଗ୍ରେସ ଗଡ଼ କୁ ଭାଙ୍ଗି ଏହି ଠାରୁ 1990 ମସିହା ରେ ଜନତା ଦଳ ର ବିଧାୟକ ଙ୍କୁ ନିର୍ବାଚିତ କରାଇଥିଲେ ପରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରର ଯଯାତି ଓଡିଶା ର ସର୍ବ କନିଷ୍ଠ ବ୍ଲକ ଅଧକ୍ଷ ଭାବେ ନିର୍ବାଚିତ ହୋଇଥିଲେ l ଅଞ୍ଚଳ ର ବିକାଶ କିପରି ଭାବେ ହେବ ସେଥିପାଇଁ ଚେଷ୍ଟିତ ଥିଲେ କିନ୍ତୁ ଏହି ସମୟରେ 2002 ମସିହା ନଭେମ୍ବର 26 ତାରିଖ ରାତ୍ରି 9 ଘଂଟିକା, 50ମିନିଟ ସମୟରେ ଶତାଧିକ ମାଓବାଦୀ ମାନେ ଯଯାତି ଙ୍କ ଘର ଉପରେ ଆକ୍ରମଣ କରି ଯଯାତି କୁ ଘରୁ ବାହାର କୁ ଆଣି ନିର୍ମମ ଭାବେ ଯଯାତି କୁହତ୍ୟା କରିଥିଲେ l ଯଯାତି ର ହତ୍ୟା ପରେ ପରିବାର ବର୍ଗ ନାଇରା ଗ୍ରାମ ଛାଡି ରାୟଗଡା ଚାଲିଆସିଲେ l
ଏହି ସମୟରେ 2003 ମସିହା ରେ ବିଜେଡି ସରକାର ଯଯାତି ହତ୍ୟା କାଣ୍ଡ ର ଆରଡି ସି ସ୍ଥରୀୟ ତଦନ୍ତ ନିର୍ଦେଶ ଦେଇଥିଲେ l ସେହିସମୟ ରେ ଗୁଣୁପୁର ଉପରେ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପ୍ରାୟ 250ଜଣ ବୟାନ ରେକର୍ଡ କରାଯାଇଥିଲା l ଏହି ସମୟରେ ତତ୍କାଳୀନ ଏସ ପି ଆର କେ ଶର୍ମା ଓ ତତ୍କାଳୀନ ଗୁଡାରି ଥାନା ଅଧିକାରୀ ଦିଲୀପ ନୟକ ଙ୍କୁ ମଧ୍ୟ୍ୟ ଜେରା କରାଯାଇଥିଲା l ଯଯାତି ହତ୍ୟା କାଣ୍ଡ ମାମଲା ରେ ମାଓ ନେତା ସବ୍ୟସାଚୀ ପଣ୍ଡା ଓ ଅନ୍ୟ ମାନଙ୍କ ପୋଲିସ ଅଭିଯୁକ୍ତ ଦର୍ଶାଇ କୋର୍ଟ ରେ ଚାର୍ଜସିଟ ଦାଖଲ କରିଥିଲା କିଂତୁ ପ୍ରମାଣ ଅଭାବ ରୁ, 2021 ମସିହା ରେ କୋର୍ଟ ସମସ୍ତି ଙ୍କୁ ଖୋଲାସ କରିଦେଲା ଅନ୍ୟପଟ ପୁଅ କୁ ଝୁରି ଝୁରି ଯଯାତି ବାପା ମା ଆରପାରି କୁ ଚାଲିଗଲେ କିଂତୁ ଆଜି ସୁଦ୍ଧା ଯଯାତି ଙ୍କ ଆତ୍ମା କୁ ନ୍ୟାୟ ମିଳିପାରିଲା ନାହିଁ ବୋଲି ଆଜି 23 ତମ ଶ୍ରାଦ୍ଧ ଦିବସ ପାଳନ ସମୟରେ ଯଯାତି ପ୍ରେମୀ ମାତବ୍ୟକ୍ତ କରିଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ