ଜିଲ୍ଲା ମଙ୍ଗଳ ଅଧିକାରୀ ରବିନାରାୟଣ ମିଶ୍ର ଙ୍କ ଭିତିରିଆ ଲାଞ୍ଚଖିଆ ଏବଂ ଗାଲୁଆମି ବୁଦ୍ଧି କୁ ବିରୋଧ..ନୂତନ ମୁଖ୍ୟମନ୍ତ୍ରୀ ଙ୍କ ଛାଟ କେବେ ??କନ୍ଧମାଳ :- କନ୍ଧମାଳ ଜିଲ୍ଲା ରେ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ଭିତିରିଆ ଲାଞ୍ଚଖିଆ ଓ ଗାଲୁଆମି ବୁଦ୍ଧି କୁ ନେଇଁ ଚର୍ଚ୍ଚା ଜୋର୍ l କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ରେ ଥିବା ଅନ୍ବେସା ହଷ୍ଟେଲ ରେ କାର୍ଯ୍ୟରତ ଦୁଇ ଦୁର୍ନୀତି କାରି କର୍ମଚାରି ଙ୍କ ରଙ୍ଗ କହିଲେ ନ ସରେ l ଦୁର୍ନୀତି କାରି କର୍ମଚାରୀ ସୁପରିଟେଣ୍ଟ ତ୍ରିଲୋଚନ ପଣ୍ଡା ଏବଂ ନିଜକୁ ଅନ୍ୟ ଆଗରେ ମୁ ମେଟ୍ରୋନ୍ ମୁ ଜଣେ ସରକାରୀ କର୍ମଚାରୀ ବଲି ଆଦିବାସୀ ନିରୀହ ସିସିଏ ମାନଙ୍କୁ ଭୁଆଁ ବୁଲେଇ ଅନ୍ବେସା ହଷ୍ଟେଲ ରେ କୌଣସି କାମ ନ କରି ସୋଇ ସୋଇ କି ଦରମା ଦେଉଛି ମହିଳା ସି ସି ଏ ଶୁକାନ୍ତି କର l ଏହି ଦୁହିଁଙ୍କ ଦୁର୍ନୀତି ତଥା ମଧୁଚନ୍ଦ୍ରିକା ରେ ସାମିଲ୍ ଅଛନ୍ତି କନ୍ଧମାଳ ଜିଲ୍ଲା ମଙ୍ଗଳ ଅଧିକାରୀ ରବିନାରାୟଣ ମିଶ୍ର l ଯାହା ଫଳରେ କି କନ୍ଧମାଳ ଜିଲ୍ଲା ରେ ଜେ କୌଣସି ହଷ୍ଟେଲ ସ୍କୁଲ ମାନଙ୍କରେ ଆଦିବାସୀ ସିସିଏ ଏବଂ ମେଟ୍ରୋନ୍ ମାନେ ନାହିଁନ ଥିବା ନିର୍ଯାତନା ର ଶିକାର ହଉଛନ୍ତି l କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଅନ୍ବେସା ହଷ୍ଟେଲ ରେ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ଜାଣତରେ ଚାଲିଚି ଦେହ ବେପାର l ଦିନରେ ଅନ୍ବେସା ର ନୂତନ ହଷ୍ଟେଲ ରେ ଶୋଇଲେ ରାତିରେ ରଣପାଟୁଳି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସୋଉ ଛନ୍ତି ଜଣେ ମହିଳା ସି ସି ଏ ସୁକାନ୍ତି କର l ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କୁ ଏବାବଦରେ ଅବଗତ କରୁଥିଲେ ମଧ୍ୟ ନିଁଲ୍ଲଜିଆ ମଙ୍ଗଳ ଅଧିକାରୀ ଏମାନଙ୍କ ଠାରୁ ଦେହ ସୁଖ ପାଇବା ଏବଂ ଭିତିରିଆ ଲାଞ୍ଚ ପାଇବା କମି ଯିବ ଭାବି ତାଙ୍କୁ କୌଣସି ପଦକ୍ଷେପ ନେଉନ ଥିବା ସନ୍ଦେହ କରାଯାଉଛି l ନିରୀହ ଆଦିବାସୀ ମହିଳା ସିସିଏ ମାନଙ୍କୁ ବାଳକ ହଷ୍ଟେଲ ରେ ଶୋଇବା ପାଇଁ ବାଧ୍ୟ କରୁଥିଲେ ଦୁର୍ନୀତି ରେ ଲିପ୍ତ ଥିବା ଅନ୍ବେସା ହଷ୍ଟେଲ ର ସୁପରିଟେଣ୍ଟ ତ୍ରିଲୋଚନ ପଣ୍ଡା ଜଣକ l ମହିଳା ସିସି ଏ ମାନେ ଏହାକୁ ବିରୋଧ କଲେ ଦିଆଯାଉଛି ଚାକିରିରୁ ବହିଷ୍କାର କରିଦେବା ର ଧମକ l ନିର୍ଯାତନା ର ଶିକାର ହେଉଥିବା ନିରୀହ ଆଦିବାସୀ ମହିଳା ସିସିଏ ମାନଙ୍କ ଅଭିଭାବକ ମାନେ ଏବାବଦରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କୁ ପ୍ରଥମେ ଅବଗତ କରିଥିଲେ ମଧ୍ୟ ଏହି ଦୁର୍ନୀତି କାରି ଅଧିକାରୀ ଵା ଭିତିରିଆ ଲାଞ୍ଚ ନେଇଁ ଦୁର୍ନୀତି କୁ ଘଣ୍ଟ ଘୋଡ଼ଉ ଥିବା ସୁପରିଟେଣ୍ଟ ତ୍ରିଲୋଚନ ପଣ୍ଡା ଙ୍କୁ ଏବଂ ତାଙ୍କ ପାଇଁ ରୋଷେଇ କରିକି ଦେଉଥିବା ମହିଳା ସିସିଏ ସୁକାନ୍ତି କର କୁ ସାହାଯ୍ୟ କରି କିଛି ନ ଜାଣିବା ପରି ଅଭିନୟ କରିଚାଲିଛନ୍ତି l ନିରୀହ ମହିଳା ସିସିଏ ମାନେ ହଷ୍ଟେଲ ରେ ଦେଉଥିବା ନିର୍ଯାତନା କୁ ସହ୍ୟ ନ କରିପାରିବାରୁ ବାଧ୍ୟ ହେଇ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ର ରାଜ୍ୟ ଉପସଭାପତି ତଥା ନେସନାଲ ହିୟୁମାନ୍ ରାଇଟ୍ସ କାଉଁସିଲ୍ ରିଯୋନାଲ୍ ରିପୋଟର୍ କୁନା ଦିଗାଲ ଙ୍କୁ ଜଣେଇଥିଲେ l କୁନା ଦିଗାଲ ଉକ୍ତ ବିଷୟ ରେ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ସହିତ ସାକ୍ଷାତ କରି ଦୁର୍ନୀତି କାରି ଦୁଇ ରସିକିଆ କର୍ମଚାରୀ ଙ୍କୁ ଅନ୍ୟତ୍ର ବଦଳି କରିବା ସହିତ ନିର୍ଯାତନା ର ଶିକାର ହେଉଥିବା ନିରୀହ ଆଦିବାସୀ ମହିଳା ସିସିଏ ମାନେ କିପରି ସୁରକ୍ଷିତ ରେ ଗୋଟିଏ ରୁମ୍ ରେ ଚାରି ଜଣ ମହିଳା ସିସିଏ ରହିଵା ପାଇଁ ପରାମର୍ଶ ଦେଇଥିଲେ l ଜିଲ୍ଲା ମଙ୍ଗଳ ଅଧିକାରୀ ଜଣ ଙ୍କ ହଁ ମାରିଲେ ସତ କିନ୍ତୁ ତାଙ୍କର ଗାଲୁଆମି ଵା ଭିତିରିଆ ଲାଞ୍ଚ ଖିଆ ବୁଦ୍ଧି ପ୍ରୟୋଗ କରି ଦୁର୍ନୀତି କାରି ସୁପରିଟେଣ୍ଟ ତ୍ରିଲୋଚନ ପଣ୍ଡା ଏବଂ ମହିଳା ସିସିଏ ସୁକାନ୍ତି କର ଙ୍କୁ ଏକାଠି ରଖି ନିରୀହ ଆଦିବାସୀ ମହିଳା ମାନଙ୍କୁ ଦେଉଛନ୍ତି ନିର୍ଯାତନା l କନ୍ଧମାଳ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ଗାଲୁଆମି ବୁଦ୍ଧି ଯୋଗୁଁ କନ୍ଧମାଳ ଜିଲ୍ଲା ରେ ଅନେକ ନିରୀହ ଅନୁସୂଚିତ ଜାତି ଓ ଅନୁସୂଚିତ ଜନ ଜାତି ସମ୍ପ୍ରଦାୟ ର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସିସିଏ ଓ ମେଟ୍ରୋନ୍ ମାନଙ୍କୁ ନିର୍ଯାତନା ଦେଉଛନ୍ତି ଅନେକ ବିଦ୍ୟାଳୟ ର ପ୍ରଧନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ମାନେ l କନ୍ଧମାଳ ଜିଲ୍ଲା ରେ ଗୋରା ଚମଡ଼ା ଦେଖି ନାଳ ଗଡ଼ଉଥିବା ନୀଲ୍ଲଯିଆ ଜିଲ୍ଲା ମଙ୍ଗଳ ଅଧିକାରୀ ରବିନାରାୟଣ ମିଶ୍ର ଙ୍କୁ ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟ ଙ୍କ ଚ୍ଛାଟ କେବେ ପଡ଼ିବ ତାହା ଏବେ ପ୍ରଶ୍ନ ବାଚି ? l ଅନ୍ବେସା ହଷ୍ଟେଲ ରେ ରହି କୌଣସି କାମ କରୁନ ଥିବା ମହିଳା ସିସିଏ ସୁକାନ୍ତି କର କୁ ସୁପରିଟେଣ୍ଟ କୋଉ ହିସାବ ରେ ଵା କୋଉ ସ୍ୱାର୍ଥ୍ୟ ରେ ଅଭିଵାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଆଲୋଚନା ବୈଠକ ର ମଞ୍ଚ ଉଲରେ ଭଲ କାମ କରୁଛନ୍ତି ବଲି ପ୍ରଶଂସା କରିବା ସହିତ ତାଙ୍କୁ ଉତରୀୟ ଦେଇ ସ୍ୱାଗତ କରିଛନ୍ତି ତାହା ଆଶ୍ଚର୍ଯ୍ୟ ର ବିଷୟ ପାଲଟିଛି l ଉକ୍ତ ବୈଠକ କୁ ଫୁଲବାଣୀ ଗୋଷ୍ଟି ସମ୍ପ୍ରସାରଣ ଅଧିକାରୀ ନିବେଦିତା ବମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଦେଇ ନିଜର ଅଭିଭାଷଣ ରଖି ସେଠାରୁ ଆସିବା ପରେ ସୁପର୍ ଟେଣ୍ଟ ତ୍ରିଲୋଚନ ପଣ୍ଡା ଜଣଙ୍କ କୋଉ ସ୍ୱାର୍ଥ୍ୟ ରେ ମହିଳା ସିସିଏ ସୁକାନ୍ତି କର କୁ ମଞ୍ଚ ଉପର କୁ ଡାକି ଉତରୀୟ ଦେଇ ସମ୍ନାନିତ କଲେ ଏବଂ ଏବେ ପୁଣି ଦିନରେ ଅନ୍ବେସା ହଷ୍ଟେଲ ରେ ଶୋଉଛନ୍ତି ଆଉ ରାତିରେ ରଣପାଟୁଳି ବିଦ୍ୟାଳୟ ରେ ଶୋଉଛନ୍ତି ତାହା ଏବେ ଚର୍ଚାରେ l ଅନ୍ବେସା ହଷ୍ଟେଲ ରେ ରହୁଥିବା ଛାତ୍ର ମାନଙ୍କୁ ଖାଇବା ଖାଦ୍ୟ ମଧ୍ୟ ଠିକ୍ ଭାବେ ଦେଉନାହାନ୍ତି ସୁପରିଟେଣ୍ଟ ତ୍ରିଲୋଚନ ପଣ୍ଡା l ଏପରିକି 70 ରୁ ଉର୍ଦ୍ଧ ଜଣ ଛାତ୍ର ଙ୍କୁ ରୋଷଇ କରିବାପାଇଁ ଦେଉଛନ୍ତି ଏକ କେଜି ଆଳୁ, ଏକ କିଲୋ ଡାଲି l ଆଦିବାସୀ ମହିଳା ନିରୀହ ସିସିଏ ମାନେ ଅଧିକ ଦେବାପାଇଁ କହିଲେ ତାଙ୍କୁ ଦିଆ ଯାଉଚି ଚାକିରୀ ରୁ ବହିଷ୍କାର ର ଧମକ l ଏଥିରୁ ଆପଣ ମାନେ ବୁଝି ପାରୁଥିବେ ଜେ କନ୍ଧମାଳ ଜିଲ୍ଲା ରେ ଉଚ୍ଚ ପଦସ୍ତ ଅଧିକାରୀ ମାନେ ଜିଲ୍ଲା ର ନିରୀହ ଅନୁସୁଚିତ ଜାତି ଏବଂ ଅନୁସୂଚିତ ଜନ ଜାତି ତଳ ତଳିଆ କର୍ମଚାରୀ ମାନଙ୍କୁ କିପରି ନିର୍ଯାତନା ଦେଉଛନ୍ତି l ହେଲେ କନ୍ଧମାଳ ରେ ଥିବା ଭିତିରିଆ ଲାଞ୍ଚ ନେଇଁ ଦୁର୍ନୀତି କାରି କର୍ମଚାରୀ ମାନଙ୍କୁ ଘଣ୍ଟ ଘୋଡ଼ଉ ଥିବା ଗାଲୁଆ ଏବଂ ନିଁଲ୍ଲଜିଆ ଜିଲ୍ଲା ମଙ୍ଗଳ ଅଧିକାରୀ ରବିନାରାୟଣ ମିଶ୍ର ଙ୍କୁ ନୂତନ ମୁଖ୍ୟମନ୍ତ୍ରୀ ଙ୍କ ଛାଟ କେବେ ପଡ଼ିବ ତାହା ଦେଖିବାରେ କନ୍ଧମାଳ ଜିଲ୍ଲା ର ମୂଳ ନିବାସୀ l
Related Posts
ସହିଦ୍ ଯବାନଙ୍କୁ ଗାର୍ଡ ଅଫ ହନର
ସହିଦ୍ ଯବାନଙ୍କୁ ଗାର୍ଡ ଅଫ ହନର ସହ ସବସତ୍କାର। ନୂଆପଡ଼ା ଜିଲ୍ଲା (ଓମ୍ ପ୍ରକାଶ ଚୌଧୁରୀ )କୋମନା ଥାନା ବିରୁନ୍ ପଦର ଛକ ନିକଟରେ ଗତକାଲି ବାଇକ୍…
ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଜାଭେଲିନ ଥ୍ରୋଅର ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ
ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଭାରତର ଷ୍ଟାର ଜାଭେଲିନ ଥ୍ରୋଅର ନୀରଜ ଚୋପ୍ରାଙ୍କୁ ନେଇ ଆସିଛି ଏକ ବଡ଼ ଅପଡେଟ୍। ଦୀର୍ଘ ଦିନ ଧରି ହାର୍ନିଆ…
ଚନ୍ଦ୍ରପୁର ବ୍ଲକ ମଙ୍ଗଳ ବିଭାଗ ଶିକ୍ଷକ ଓ ସାମ୍ବାଦିକ ହାପି ମୁମେଣ୍ଟସ ଦ୍ୱାରା ସମ୍ମାନିତ
ଚନ୍ଦ୍ରପୁର ବ୍ଲକ ମଙ୍ଗଳ ବିଭାଗ ଶିକ୍ଷକ ଓ ସାମ୍ବାଦିକ ହାପି ମୁମେଣ୍ଟସ ଦ୍ୱାରା ସମ୍ମାନିତ ରାୟଗଡା : ଅଦ୍ୟ ତା 11.11.24 ରିଖ ରେ ଜୟଦେବ ଭଵନ,…