ପ୍ରେମାକୀଆ ଗାଁରେ ଅର୍ଦ୍ଧ ନିର୍ମିତ, ନାହଁ ନାହିଁରେ ଅଙ୍ଗନବାଡି କେନ୍ଦ୍ର କେବେ ଚେତିବ ପ୍ରଶାସନ

ପ୍ରେମାକୀଆ ଗାଁରେ ଅର୍ଦ୍ଧ ନିର୍ମିତ, ନାହଁ ନାହିଁରେ ଅଙ୍ଗନବାଡି କେନ୍ଦ୍ର କେବେ ଚେତିବ ପ୍ରଶାସନ …,

କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )ରାଜ୍ୟ ଓ କେନ୍ଦ୍ର ସରକାର ଶିକ୍ଷାକୁ ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସମସ୍ତ ସୁବିଧା ଯୋଗାଇ ଦେଉଛନ୍ତି l କିଛି ଅସାଧୁ ଠିକାଦାର ଓ ଯନ୍ତ୍ରୀ ହେଉ କି ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଆସୁଥିବା ଟଙ୍କା କାର୍ଯ୍ୟରେ ନଲାଗି ଅଧା ଖଣ୍ଡିଆ ଅବସ୍ଥାରେ ବର୍ଷ ବର୍ଷ ଧରି ପଡ଼ି ରହିବା ଦ୍ୱାରା ପାଠ ପଢ଼ୀ ଭବିଷ୍ୟତର ସ୍ବପ୍ନ ଦେଖୁଥିବା ଛାତ୍ର ଛାତ୍ରୀ ହେଉ କି କୁନି କୁନି ଶିଶୁ ହେଉ ସୁବିଧା ନପାଇ ଶିକ୍ଷା ରୁ ବଞ୍ଚିତ ହେବା ସହ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି l ଏମିତି ଏକ ଅଧାପନ୍ତରିୟା ଅଙ୍ଗନବାଡି କେନ୍ଦ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କନୂଆଗାଁ ବ୍ଲକ କୁଢୁତେଲି ପଞ୍ଚାୟତର ପ୍ରେମାକୀଆ ଗାଁରେ ନିର୍ମାଣ କରାଯାଉଥିବା ଅଙ୍ଗନବାଡି କେନ୍ଦ୍ରରେ l ଏହି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ଗତ ୨୦୧୮ ମସିହାରେ ସରକାରଙ୍କ ଅନୁଦାନ ମିଳିଥିଲା ଏବଂ ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟ ମଧ୍ୟ୍ୟ ଏକ ଠିକାଦାରକୁ ଲଗାଇ ଆରମ୍ଭ କରା ଯାଇଥିବା ଗ୍ରାମ ବାସି କହିଛନ୍ତି l ଏହି ପ୍ରେମାକୀଆ ଗାଁ ଉପାନ୍ତ ଅଞ୍ଚଳ ଏବଂ ଯାତାୟତ ସମସ୍ୟା ପୂର୍ବରୁ ଆଜି ପର୍ଯ୍ୟନ୍ତ ଲାଗି ରହିଛି ଏହାକୁ ଦୃଷ୍ଟିରେ ରଖି ଗାଁରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ବହୁ ବାର ଲିଖିତ ଅଭିଯୋଗ ପରେ କେନ୍ଦ୍ର ପାଇଁ ଅନୁମୋଦନ ହୋଇଥିଲା l ତେବେ ଦୀର୍ଘ ୬ ରୁ ୬ ବର୍ଷ ବିତିଯାଇଥିଲେ ମଧ୍ୟ ଅଙ୍ଗନବାଡି ଗୃହ ନିର୍ମାଣ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନ ହୋଇ ପଡ଼ି ରହିଛି l ଅଙ୍ଗନବାଡି କେନ୍ଦ୍ର ଖୋଲିବା ଠାରୁ ଆଜି ପର୍ଯ୍ୟନ୍ତ ଅଙ୍ଗନବାଡ଼ି କର୍ମୀ ଙ୍କ ଘରେ ବର୍ଷ ତମାମ ଗ୍ରାମର କୁନି କୁନି ଶିଶୁଙ୍କ ଭବିଷ୍ୟତ ଗଢ଼ା ଯାଉଛି l ବର୍ଷ ବର୍ଷ ଧରି ଏହି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ନ ହୋଇ ପଡ଼ି ରହିବା ଦ୍ୱାରା ବହୁ ଅସୁବିଧା ର ସମ୍ମୁଖୀନ ହେଉଛି ।ଗ୍ରାମ ବାସି ଓ କାମ ନକରି ଠିକାଦାର ଏରିଆରେ ଦେଖା ଯାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସି l ଅନ୍ୟ ପଟେ ତୁରନ୍ତ ଏହି ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ କରିବାକୁ ଅଙ୍ଗନବାଡ଼ି କର୍ମୀଙ୍କ ସହ ପ୍ରେମାକୀଆ ଗ୍ରାମର ଗ୍ରାମବାସୀ ଓ ଅନ୍ୟ ମାନେ ଦାବୀ କରିଛନ୍ତି l

Leave a Reply

Your email address will not be published. Required fields are marked *