ଗାର୍ଡିଙ୍ଗିଆ ଠାରେ ଖ୍ରୀଷ୍ଟରାଜା ରାଜାମାନଙ୍କର ରାଜାଙ୍କ ଉଦଯାପିତ କନ୍ଧମାଳ : -( ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଳକ ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତ ନିକଟରେ ଥିବା ଚର୍ଚ୍ଚ ରେ ଖ୍ରୀଷ୍ଟରାଜା ରାଜାମାନଙ୍କର ରାଜାଙ୍କ ଉଦଯାପିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଟିକାବାଲି ବ୍ଳକ ବିଜେଡ଼ି ସଭାପତି ତଥା ଲୋକ ପ୍ରିୟ ଯୁବ ନେତା ଟିକାବାଲି ସମିତି ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କହଁର ଯୋଗ ଦେଇ ପିତା କାଟି କାର୍ଯ୍ୟକ୍ରମ କୁ ଶୁଭା ଆରମ୍ଭ କରିଥିଲେ l ଭାଇ ଚାରାର ପର୍ବ ରେ ପବିତ୍ର ଶାନ୍ତ୍ର ବାଇବଲ ରେ ଲେଖା ଅଛି ଖ୍ରୀଷ୍ଟଙ୍କର ଜନ୍ମ ପରେ ପୃଥିଵୀରେ ଆଉ କୌଣସି ରାଜାମାନଙ୍କର ଚିହ୍ନଵର୍ଣ୍ଣ ରହିଲା ନାହିଁ । ସମସ୍ତେ ଖଣ୍ଡ ଵିଖଣ୍ଡିତ ହୋଇଗଲେ, ସେ ସମସ୍ତଙ୍କର ପତନ ହେଲା । ସେଥିପାଇଁ , ସେହି ଅଵିନାଶ୍ଯ ରାଜ୍ୟର ରାଜା ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଶାନ୍ତି, ନ୍ୟାୟ ଓ ପ୍ରେମର ରାଜା ଯୀଶୁଖ୍ରୀଷ୍ଟ ବୋଲି ସୁନ୍ଦର ଅଭିବ୍ୟକ୍ତି ରଖିଥିଲେ l ଆମ ଦେଶ ଭାରତରେ ଈଶ୍ବରଙ୍କ ରାଜ୍ଯ କିପରି ଓ କେଵେ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହେଲା । ଈଶ୍ବରଙ୍କ ଯୋଜନାନୁଯାୟୀ ଭାରତକୁ ଇଁରେଜମାନେ ଶାସନ କଲେ । ସେମାନେ ଭାରତକୁ ଆସିବା ପୁର୍ଵରୁ, ଏହି ଦେଶରେ ୫୦୦ରୁ ଅଧିକ ରାଜାମାନେ ଵିଭିନ୍ନ ଖଣ୍ଡରେ ଶାସନ କରୁଥିଲେ । ସେମାନେ ଅନଵରତ ଯୁଦ୍ଧରେ ଲିପ୍ତ ରହି ମାନଵ ସମାଜକୁ ଅତିଶୟ କଷ୍ଟ ଦେଉଥିଲେ । ଇଁରେଜ ସରକାର ସେହି ରାଜାମାନଙ୍କର ପତନ ଘଟାଇଲେ ଓ ଗଣତନ୍ତ୍ର ଶାସନର ପ୍ରକ୍ରିୟା ଆରମ୍ଭ କଲେ । ଵିଶିଷ୍ଠ ସମାଜସେଵୀ ଜ୍ୟୋତିଵା ଫୁଲେ କୁହନ୍ତି, ଇଁରେଜ ସରକାର ଶୁଦ୍ର ସମାଜ ପାଇଁ ଏକ ବରଦାନ ସଦୃଶ୍ଯ ଥିଲା । କାରଣ, ଇଁରେଜ ସରକାର ସମୟରେ ଶୁଦ୍ର ଓ ନାରୀମାନଙ୍କୁ ପାଠ ପଢିବାର ସ୍ଵାଧିନତା ମିଳିଵା ସହିତ ସମ୍ପତ୍ତି ରଖିବାର ଅଧିକାର ମଧ୍ୟ ମିଳିଲାl ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳବାସୀ ଖ୍ରୀଷ୍ଟ ବିଶ୍ୱାସୀ ଭାଇ ଓ ଭଉଣୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l
Related Posts
ଚୋରା ଗଞ୍ଜେଇ ଚାଲାଣ ବେଳେ ଭାରସାମ୍ୟ ହରେଇ ଗଛରେ କାର ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ମୃତ….
ଚୋରା ଗଞ୍ଜେଇ ଚାଲାଣ ବେଳେ ଭାରସାମ୍ୟ ହରେଇ ଗଛରେ କାର ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ମୃତ…. କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା…
ଟିକାବାଲି ଠାରେ ଗୁରୁଦିବସ କାର୍ଯ୍ୟକ୍ରମ ଧୂମଧାମ ରେ ପାଳନ
ଟିକାବାଲି ଠାରେ ଗୁରୁଦିବସ କାର୍ଯ୍ୟକ୍ରମ ଧୂମଧାମ ରେ ପାଳନ :(ସାନୁଜ ବେହେରା ) ଟିକାବାଲି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଟିକାବାଲି ବସଷ୍ଟାଣ୍ଡ ସ୍ଥିତ ମା…
ଆଦିବାସୀ ମାନଙ୍କ ଅଧିକାର ପାଇଁ ଜିଲ୍ଲାପାଳ କାର୍ଯ୍ଯାଳୟ ସମ୍ମୁଖରେ ଗଣ ଧାରଣା —————————
ଆଦିବାସୀ ମାନଙ୍କ ଅଧିକାର ପାଇଁ ଜିଲ୍ଲାପାଳ କାର୍ଯ୍ଯାଳୟ ସମ୍ମୁଖରେ ଗଣ ଧାରଣା ————————— ଗଜପତି – ମନୋଜ କୁମାର ପାଢୀ/ ଚଳିତ ମାସ 02 09 2024…