ଚଇତି 2024 ର ଶୁଭାରମ୍ଭ ଆସନ୍ତା ଡିସେମ୍ବର ୮ତାରିଖରେ ଐତିହାସିକ ସହର ପଦ୍ମପୁର ନିକଟସ୍ତ ମରୀଚଗୁଡା ଅକ୍ଷରବ୍ରହ୍ମ ମନ୍ଦିରରୁ -ଜିଲ୍ଲାପାଳ ରାୟଗଡ: ରାୟଗଡ ଜିଲ୍ଲାସ୍ତରୀୟ ଲୋକମହୋତ୍ସବ ଚଇତି -୨୦୨୪ ପାଳନ ନିମନ୍ତେ ପ୍ରସ୍ତୁତି ଜିଲ୍ଲାସଂସ୍କୃତି ପରିଷଦ ଅଧ୍ୟାକ୍ଷା ତଥା ଜିଲ୍ଲାପାଳ ରାୟଗଡ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତlରେ ସ୍ଥାନୀୟ ବିଜୁ ପଟନାୟକ ଆଡିଟରିୟମ ନିଷ୍ପତ୍ତି ହୋଇଥିଲା l ଜିଲ୍ଲାସ୍ତରୀୟ ଚଇତି ଆସନ୍ତା ଡିସେମ୍ବର ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୨୬ତାରିଖରୁ ୩୦ତାରିଖ ଯାଏଁ ସ୍ଥାନୀୟ ଗୋବିନ୍ଦ ଚଦ୍ର ଉଚ୍ଚ ବିଦ୍ୟାଳୟରେ ୫ଦିନ ଧରି ଅନୁଷ୍ଠିତ ହେବ l ଏହା ପୂର୍ବରୁ ରାୟଗଡା ଜ଼ିଲ୍ଲା ର ଐତିହାସିକ ସହର ପଦ୍ମପୁର ନିକଟସ୍ଥ ମରିଚଗୁଡା ଅକ୍ଷର ବ୍ରହ୍ମ ମନ୍ଦିରରୁ ଆସନ୍ତା ଡିସେମ୍ବର ୮ତାରିଖରେ ଶୁଭାରମ୍ଭ ହେବ l ଏହାପରେ ଜିଲ୍ଲାର 11 ଗୋଟି ବ୍ଲକରେ ବ୍ଲକସ୍ତରୀୟ ଚଇତି ଅନୁଷ୍ଠିତ ହେବ l ଚଇତିର ଉପଦେଷ୍ଠା ମଣ୍ଡଳୀ ବୈଠକର ନିଷ୍ପତି ପ୍ରକାରେ ବିଭିନ୍ନ ଉପସମିତି ମାନ ଗଠନ କରାଯାଇଛି lପ୍ରତ୍ୟେକ ଉପାସମିତିର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ମାନେ ପୃଥକ ପୃଥକ ଭାବରେ ଆସନ୍ତା ୨୬ତାରିଖରୁ ୩୦ତାରିଖ ମଧ୍ୟରେ ବୈଠକ ଡାକି ସଦସ୍ୟତା ଗ୍ରହଣ କରିବେ ଏବଂ ଓ ବଜେଟ ପ୍ରସ୍ତୁତ କରିବେ l ବ୍ଲକ ସ୍ତରୀୟ ଉତ୍ସବ ପରେ ଉପଖଣ୍ଡ ସ୍ତରୀୟ ଲୋକାଉତ୍ସବ ଇଡ଼ିତାଲ ଚଇତି -୨୦୨୪ ଗୁଣୁପୁର ଠାରେ ଅନୁଷ୍ଠିତ ହେବ l ଏଥିନିମନ୍ତେ ଉପଜିଲ୍ଲାପାଳ ଗୁଣପୁରଙ୍କ ନେତୃତ୍ୱରେ କମିଟି ଗଠନ କରାଯିବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲାସଂସ୍କୃତି ପରିଷଦର ଅଧ୍ୟକ୍ଷ ଜଣାଇଛନ୍ତି l ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts
ଅନେକ ଗାଁ ଜଳବନ୍ଦୀରେ ବିଦ୍ୟୁତ୍ ତାର ଦ୍ୱାରା ବିପଦପୂର୍ଣ୍ଣ ଭାବେ ନଦୀ ପାର ହେଉଛନ୍ତି ଲୋକେ
ଅନେକ ଗାଁ ଜଳବନ୍ଦୀରେ ବିଦ୍ୟୁତ୍ ତାର ଦ୍ୱାରା ବିପଦପୂର୍ଣ୍ଣ ଭାବେ ନଦୀ ପାର ହେଉଛନ୍ତି ଲୋକେ ଆର, ଉଦୟଗିରି (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲାରେ କିଛି ଦିନ…
ପୁଣି ଅପରାଧୀ ଙ୍କ ତାଣ୍ଡବ,
ପୁଣି ଅପରାଧୀ ଙ୍କ ତାଣ୍ଡବ। ଗଞ୍ଜାମ:ପୋଲିସ ର ମୁଣ୍ଡବ୍ୟଥା।ଦିଗପହଣ୍ଡି ଥାନା ଅଞ୍ଚଳରେ ବୋମାମାଡ ଓ ଆକ୍ରମଣ ଘଟଣାର ୨୪ ଘଣ୍ଟା ମଧ୍ୟରେ ପୁଣି ସେହି ଅଞ୍ଚଳ ନିକଟସ୍ଥ…
ଟାଟା କମ୍ପାନୀ ସ୍ୱାର୍ଥରେ ପ୍ରସ୍ତାବିତ ପିପଳପଙ୍କା ଡ୍ୟାମ ବିରୁଦ୍ଧରେ ପ୍ରତିବାଦ ସୋରଡ଼ା
ଟାଟା କମ୍ପାନୀ ସ୍ୱାର୍ଥରେ ପ୍ରସ୍ତାବିତ ପିପଳପଙ୍କା ଡ୍ୟାମ ବିରୁଦ୍ଧରେ ପ୍ରତିବାଦ ସୋରଡ଼ା ,ଆଜି ତା. ୫. ୯.୨୦୨୪ ରିଖ ଚାଷୀ ମୁଲିଆ ସଂଘ, ଓଡିଶା ଅଲ ଇଣ୍ଡିଆ…