ଘୁ.ଉଦୟଗିରିକୁ ଉପଖଣ୍ଡର ମାନ୍ୟତା ପ୍ରଦାନ,

ଘୁ.ଉଦୟଗିରିକୁ ଉପଖଣ୍ଡର ମାନ୍ୟତା ପ୍ରଦାନ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଘୋଷଣା ଦାବୀରେ ଆନ୍ଦୋଳନ କରିବ କଂଗ୍ରେସ….

ଘୁ.ଉଦୟଗିରି: ( ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ କତିଙ୍ଗିଆ ଠାରେ ବ୍ଲକ ଓ ଏନଏସିର ଯୁବକମାନଙ୍କୁ ନେଇ ଯୁବନେତା ତଥା ଘୁ.ଉଦୟଗିରି ନଗର କଂଗ୍ରେସର ପୂର୍ବତ୍ତନ ସଭାପତି/କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ପୂର୍ବତ୍ତନ ଉପସଭାପତି ଗଗନ କୁମାର ପ୍ରଧାନଙ୍କ ନେତୃତ୍ୱରେ ବନ୍ଧୁ ମିଳନ ଓ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇ ଥିଲା l ଏହି ବୈଠକରେ ଯୁବନେତା ଶଶାନନ୍ଦ ପ୍ରଧାନ, ସଞ୍ଜୟ କୁମାର ଦିଗାଳ, ଅନିଲ କୁମାର ପ୍ରଧାନ, ରୁବେନ କୁମାର ପ୍ରଧାନ, ବାଲୁଙ୍କେଶ୍ୱର ମଲିକ, ରାଜେଶ କୁମାର ସାହୁ, ମନୋଜ କୁମାର ନାୟକ, ଆଲୋକ ପ୍ରଧାନ, ଅଚ୍ୟୁତ ନାୟକ, ରମେଶ ପ୍ରଧାନ, ନିହିମିୟା ଦିଗାଲ, ମହାନନ୍ଦ ପ୍ରଧାନ, ମନୋଜ କୁମାର ପ୍ରଧାନଙ୍କ ସମେତ ବିଭିନ୍ନ ଗ୍ରାମ ପଂଚାୟତରୁ ବହୁ କଂଗ୍ରେସ ପ୍ରେମୀ ଯୁବକ ଯୋଗ ଦେଇ ଥିଲେ l ସଭାକୁ ପୂର୍ବତ୍ତନ ନଗର କଂଗ୍ରେସ ସଭାପତି ଗଗନ କୁମାର ପରିଚାଳନା କରିଥିଲେ l ଏହି ଅବସରରେ ଘୁ.ଉଦୟଗିରି ବ୍ଲକ ସମେତ ସମଗ୍ର ନିର୍ବାଚନ ମଣ୍ଡଳୀରେ କି ପରି କଂଗ୍ରେସ ଦଳକୁ ଆହୁରି ଅଧିକ ଶୁଦ୍ଧୃଡ଼ କରାଯିବା ସହ ଜନସାଧାରଣଙ୍କ ସମସ୍ୟାକୁ ପ୍ରଶାସନର ନଜରକୁ ଆଣି କିପରି ସମାଧାନ କରାଯିବ, ଘୁ.ଉଦୟଗିରିକୁ ଉପଖଣ୍ଡର ମାନ୍ୟତା ପ୍ରଦାନ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ଘୋଷଣା ଇତ୍ୟାଦି ଦାବୀ ସମ୍ପର୍କରେ ଆଲୋଚନା ହୋଇ ଥିଲା l ଏହା ସହ ଆଗାମୀ ଦିନରେ ଅଞ୍ଚଳ ବାସୀଙ୍କ ଦ୍ୱାରା ବର୍ଷ ବର୍ଷ ଧରି ଦାବୀ ହୋଇ ଆସୁ ଥିବା ଘୁ.ଉଦୟଗିରିକୁ ଉପଖଣ୍ଡ ମାନ୍ୟତା ଦାବୀକୁ ନେଇ କଂଗ୍ରେସ ରାଜରାସ୍ତାରେ ଓଲ୍ହାଇ ଆନ୍ଦୋଳନ କରିବ ବୋଲି ଯୁବନେତା ଗଗନ କୁମାର ପ୍ରଧାନ ସୂଚନା ଦେଇଛନ୍ତି l ଏହାକୁ ନେଇ କିଛି ଦିନ ପୂର୍ବେ ଘୁ.ଉଦୟଗିରି ବିଧାୟକଙ୍କ ସହ ପୂର୍ବତନ ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନଙ୍କ ନେତୃତ୍ୱରେ ଯୁବନେତା ଶଶାନନ୍ଦ ପ୍ରଧାନ, ଆଲୋକ ପ୍ରଧାନ, ଅଜିତ ନାୟକ, ରାଜେଶ ସାହୁ ପ୍ରମୁଖଙ୍କ ସହ ଏକ ପ୍ରତିନିଧି ଦଳ ସାଖ୍ୟାତ କରି ଆଲୋଚନା କରିବା ସହ ଘୁ. ଉଦୟଗିରି ବାସୀଙ୍କ ଏହି ଦାବିକୁ ଗୁରୁତର ସହ ଗ୍ରହଣ କରି ସରକାରଙ୍କ ପାଖରେ ଦାବି ଉପସ୍ଥାପନା ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ଘୋଷଣା କରିବା ସକାଶେ ସରକାରଙ୍କ ପାଖରେ ଦାବୀ କରିବା ପାଇଁ ବିଧାୟକଙ୍କୁ ଅନୁରୋଧ କରିଥିଲେ l ସ୍ଥାନୀୟ ବିଧାୟକ ଏହି ଦାବିକୁ ଗୁରୁତର ସହ ଗ୍ରହଣ କରି ଆଗାମୀ ଶୀତ ଅଧିବେଶନରେ ଘୁ.ଉଦୟଗିରିକୁ ଉପଖଣ୍ଡ ମାନ୍ୟତା ପ୍ରଦାନ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ଘୋଷଣା, ସିରିକି ଘାଇର ପୁନଃ ରୁଦ୍ଧାର ଇତ୍ୟାଦି ଦାବୀ ଉପସ୍ଥାପନା କରିବେ ବୋଲି ପ୍ରତିନିଧି ଦଳକୁ ପ୍ରତିଶୃତି ଦେଇ ଥିବା ଯୁବ ନେତା ଗଗନ କୁମାର ପ୍ରଧାନ ଏହି ବୈଠକରେ ଉପସ୍ଥିତ ଥିବା ଯୁବକଙ୍କୁ ସୂଚନା ଦେଇ ଥିଲେ l ଯଦି ସରକାର ଘୁ.ଉଦୟଗିରିକୁ ଉପଖଣ୍ଡର ପ୍ରଦାନ କ୍ଷେତ୍ରରେ ଆନ୍ତରିକ ନ ଦେଖାନ୍ତି ତାହା ହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଉପସ୍ଥିତ ଯୁବନେତା ଶଶାନନ୍ଦ ପ୍ରଧାନ ଓ ଅନ୍ୟ ଯୁବନେତା ନିଜ ବକ୍ତବ୍ୟରେ କହିଛନ୍ତି l ଏହା ସହ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହେବା ସହ କନ୍ଧମାଳ ଜିଲ୍ଲା ପୂର୍ବତ୍ତନ ଯୁବ କଂଗ୍ରେସ ଉପସଭାପତି ଗଗନ କୁମାର ପ୍ରଧାନ ବୈଠକରେ ଉପସ୍ଥିତ ଯୁବକଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରି ଥିଲେ l

Leave a Reply

Your email address will not be published. Required fields are marked *