ବରଗଡ ୧୭,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଗୁରୁପାଲି ଗ୍ରାମବାସୀ ସ୍ଵର୍ଗତ ସୁଦାମ ଚରଣ ଖେତି କଂ ଶ୍ରୁତି ଉଦ୍ଦେଶ୍ଯ ରେ ଓ ଅମୃତ୍ କୁଟୁମ୍ ଭେଡେନ ର ୪୨ତମ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍ଵର୍ଗତ ସୁଦାମ ବାପା ଈଶ୍ବର ଖେତି ଫିତାକାଟି ଉଦଘାଟନ କରିଥିଲେ। ଏହି ସମୟରେ ସ୍ଵର୍ଗତ ସୁଦାମ ଶ୍ରୁତି ସଭା କୁ ସୁରେନ୍ଦ୍ର କୁମାର ପଣ୍ଡା ପରିଚାଳନା କରିଥିଲେ।ପ୍ରଥମେ ଅତିଥି ମାନେ ସୁଦାମ ଙ୍କ ପ୍ରତିଛବି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଥିରେ ସଭାପତିତ୍ବ କରିଥିଲେ ଘନଶ୍ୟାମ ଅଗ୍ରୱାଲ ।ଏଥିରେ ମୁଖ୍ୟ ଅତିଥି ଭାବେ ଈଶ୍ବର ଖେତି, ସମ୍ମାନିତ ଅତିଥି ଭାବେ କ୍ଷମାନିଧି ନାୟକ ଓ ଅମୃତ୍ କୁଟୁମ୍ ର ସଭାପତି ଆନଂଦ ସୁନା ରକ୍ତଦାନ ର ଉପକାରିତା ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ସ୍ଵତନ୍ତ୍ର ଅତିଥିଭାବେ ପ୍ରଫୁଲ ବେହେରା, ମଦନ ଖେତି ଯୋଗ ଦେଇ ସ୍ଵର୍ଗତ ସୁଦାମ ଙ୍କ ଶ୍ରୁତି, ଅନୁଭୂତି ବର୍ଣ୍ଣନା କରିଥିଲେ। ବରଗଡ଼ ରକ୍ତଭଣ୍ଡାରର ଅମରଜିତ ମହାନ୍ତି,ଶ୍ରୀବତ୍ସ ସେଠ, କୃଷ୍ଣ ଚନ୍ଦ୍ର ସାହୁ ଓ ଇପ୍ସିତା ମହାନ୍ତି ଆସିଥିଲେ। ଏହି ଶିବିରରେ ୪୦ ଜଣ ପୁରୁଷ ଓ ୧୧ଜଣ ମହିଳା, ୪ ଜଣ ଦମ୍ପତି ସମେତ ମୋଟ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ଏହି ସମୟରେ ହୁଆଦାଲ ଖେତି, ଦେବସିଂ ନାୟକ, ମନୋଜ ବେହେରା କରୁଣାକର ନାୟକ, ପ୍ରଫୁଲ ବେହେରା ଭଗବାନ କର୍ମି, ମଦନ ଖେତି, ଗୁରୁପାଲି ଗ୍ରାମବାସୀ ଓ ଅମୃତ୍ କୁଟୁମ୍ ର ସମସ୍ତ ସଦସ୍ୟ ରକ୍ତ ଦାନ ଶିବିର ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷରେ ଅମୃତ କୁଟୁମ୍ ସକ୍ରିୟ ସଦସ୍ୟ ଲଲିତ କୁମାର ସାହୁ ରକ୍ତଦାତା ଓ ଶୁଭେଚ୍ଛୁ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Related Posts
ବିଦ୍ୟୁତ୍ ଆଘାତରେ କାଠ ମିସ୍ତ୍ରୀ ର ମୃତ୍ୟୁ।
ବିଦ୍ୟୁତ୍ ଆଘାତରେ କାଠ ମିସ୍ତ୍ରୀ ର ମୃତ୍ୟୁ। ଗଞ୍ଜାମ ଜିଲ୍ଲା ବେଲଗାଁ ଥାନ ଅନ୍ତର୍ଗତ ଦିଗାପଡା ଗ୍ରାମର ସନ୍ତୋଷ ମହାରଣା ନାମକ ଜଣେ କାଠ ମିସ୍ତ୍ରୀ ନିଜ…
ଘୁ.ଉଦୟଗିରିକୁ ଉପଖଣ୍ଡର ମାନ୍ୟତା ପ୍ରଦାନ,
ଘୁ.ଉଦୟଗିରିକୁ ଉପଖଣ୍ଡର ମାନ୍ୟତା ପ୍ରଦାନ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଘୋଷଣା ଦାବୀରେ ଆନ୍ଦୋଳନ କରିବ କଂଗ୍ରେସ…. ଘୁ.ଉଦୟଗିରି: ( ରିପୋର୍ଟ କୁନା ଦିଗାଲ)…
ଗ୍ରୀଷ୍ମପ୍ରବାହ ପାଇଁ ଓଡ଼ିଶାର ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ଆଲର୍ଟ
ଗ୍ରୀଷ୍ମପ୍ରବାହ ପାଇଁ ଓଡ଼ିଶାର ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ଆଲର୍ଟ ଭୁବନେଶ୍ୱର: ଓଡ଼ିଶାରେ ଅନୁଭୁତ ହେଉଛି ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ।ଏହାକୁ ଦୃଷ୍ଟିରେ ରଖି…