ଥୁଆପାଲି ର ଖବର କାଗଜ ବିତରକ ଶୁକ୍ରୁ ଭୂଏ ଦୁର୍ଘଟଣାଗ୍ରସ୍ତ ହୋଇ ମୁମୁର୍ଷୁ ଅବସ୍ଥାରେ ଜୀବନ ମୃତ୍ୟୁ ସଂଗ୍ରାମ କରୁଛନ୍ତି।

ଥୁଆପାଲି ର ଖବର କାଗଜ ବିତରକ ଶୁକ୍ରୁ ଭୂଏ ଦୁର୍ଘଟଣାଗ୍ରସ୍ତ ହୋଇ ମୁମୁର୍ଷୁ ଅବସ୍ଥାରେ ଜୀବନ ମୃତ୍ୟୁ ସଂଗ୍ରାମ କରୁଛନ୍ତି।

ବରଗଡ଼ ୧୫,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ମିରଗିନଟିକରା ଗତ ୪,୧୧,୨୪ ଦିନ ୧ଟା ସମୟରେ ଏକ ଟ୍ରାକ୍ଟର ଓ ବାଇକ ମୁହାଁମୁହିଁ ଧକ୍କା ଦୁର୍ଘଟଣା ହୋଇଥିଲା। ବାଇକ ଆରୋହୀ ଗୁରୁତର ଭାବେ ଆହତ ହୋଇଥିଲେ। ବାଇକ ଆରୋହୀ ଭେଜିପାଲି ର ହରିଶ୍ଚନ୍ଦ୍ର ବାରିକ ଓ ହଲଧରଟିକରା ଶୁକୃ ଭୂଏ କୁଂ କିଛି ସହୃଦୟ ବ୍ୟକ୍ତି ଏକ ଗାଡି ଉଭୟ କୁଂ ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା କୁ ପଠାଇ ଦେଇଥିଲେ। ହରିଶ୍ଚନ୍ଦ୍ର କଂ ହାତ, ଗୋଡ ଓ ପେଟ ରେ ଆଘାତ ଲାଗିଥିବାରୁ ଚିକିତ୍ସା ହୋଇ ଭେଜିପାଲି ଫେରି ବର୍ତ୍ତମାନ ଶଯ୍ୟାଶାୟୀ ଅଛନ୍ତି। ଶୁକ୍ରୁ ଭୂଏ ଅବସ୍ଥା ଗୁରୁତର ଥିବାରୁ ସେଠାରୁ ଆଇସିୟୁ ଖାଲି ନଥିବାରୁ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ କଂ ପରାମର୍ଶ କ୍ରମେ ବରଗଡର ବିକାଶ ହସ୍ପିଟାଲ କୁ ଅଣାଯାଇଥିଲା। ସେଠାରେ ଶୁକ୍ରୁ ଭୂଏ କଂ ଗୁରୁତର ଅବସ୍ଥାରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ବର୍ତ୍ତମାନ ଚିକିତ୍ସାଧିନ ଅବସ୍ଥାରେ ତାଙ୍କୁ ୭/୮ ୟୁନିଟ୍ ରକ୍ତ ଲାଗିଥିବା ଜଣାପଡ଼ିଛି। ସେ ଅତ୍ୟନ୍ତ ଗରିବ, ନିସହାୟ ଆର୍ଥିକ ଅବସ୍ଥା ଶୋଚନୀୟ ସେ କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିଲେ।ଯଦି କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ ସହଯୋଗ ନିମନ୍ତେ ପରିବାର ବର୍ଗ ଅକୂଳ ନିବେଦନ କରିଛନ୍ତି। ସକାଳ ସମୟରେ ଖବରକାଗଜ ବିତରକ ଭାବେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ପତ୍ନୀ ଓ ଛୋଟ ପିଲା ଅଛନ୍ତି, ଶୁକ୍ରୁ ପରିବାର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ, ପରିବାର ଅସହାୟ ହୋଇ ପଡିଛନ୍ତି। ଦୁର୍ଘଟଣା ଜନିତ ବୀମା ରାଶି , ସରକାରଙ୍କ ପକ୍ଷରୁ ଖବରକାଗଜ “ବିତରକ ସଂଘ” ପକ୍ଷରୁ ସାହାଯ୍ୟ ମିଳିବା ପାଇଁ ଶୁକ୍ରୁ ପରିବାର ଆଶାରେ ଅଛନ୍ତି। ଶୁକ୍ରୁ ଙ୍କ ବଡଭାଇ ପିତାମ୍ବର ଭୂଏ ହସ୍ପିଟାଲରେ ଥିବାରୁ ଅଭିଯୋଗ କରିପାନଥିଲେ,ଗତ ୧୨,୧୧,୨୪ ଦିନ ଭେଡେନ ପୋଲିସ ଥାନା ରେ ଲିଖିତ ଆକାରରେ ଅଭିଯୋଗ କରିଛନ୍ତି। ଭେଡେନ ଥାନା କେସ ନମ୍ବର ୩୧୬/୨୪ ର ଭେଡେନ ଥାନା ର ଏଏସଆଇ ଆର ସି ଦାଶ ଉକ୍ତ ଦୁର୍ଘଟଣା ତଦନ୍ତକାରୀ ଅଧିକାରୀ ଅଛନ୍ତି। ଉପଯୁକ୍ତ ତଦନ୍ତ କରି ଦୋଷୀ ବିରୁଦ୍ଧ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ବୁଦ୍ଧିଜୀବୀ ଓ ଅଂଚଳବାସୀ ଦାବୀ କରୁଛନ୍ତି।

Leave a Reply

Your email address will not be published. Required fields are marked *