ଗୁଣୁପୁର ରେ ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ୨୦୨୪ ପାଳିତଶୁକ୍ରବାର ପୂର୍ବାହ୍ନରେ ଗୁଣୁପୁରରେ ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ୨୦୨୪ ପାଳିତ ହୋଇଯାଇଛି। ବିର୍ସା ମୁଣ୍ଡାଙ୍କ 150 ତମ ଜନ୍ମ ଜୟନ୍ତୀ ଅବସରରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପଡିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଜନଜାତୀୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ, ସ୍ଥାନୀୟ ବିଧାୟକ ଶ୍ରୀ ସତ୍ୟଜିତ ଗମାଙ୍ଗ ଓ ଵିଷମକଟକ ଶ୍ରୀ ନୀଳମାଧବ ହିକକା, ଗୁଣୁପୁର ଉପଜିଲ୍ଲାପାଳ କିରନ ଦୀପ କୌର ସାହୋଟା, CDO cum Eo ନିହାର ରଞ୍ଜନ କହଁର ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ସମ୍ପର୍କରେ ଅତିଥି ମାନେ ଉପସ୍ଥିତ ଜନସାଧାରଣ ଙ୍କୁ ନିଜ ନିଜ ଅଭିଭାଷଣରେ କହିଥିଲେ। ଏହି ଅବସରରେ ବିଭିନ୍ନ ଦିଗରେ ପାରଦର୍ଷିତା ହାସଲ କରିଥିବା ଆଦିବାସୀ ସାମ୍ପ୍ରଦାୟର ବ୍ୟକ୍ତି ଙ୍କୁ ଅତିଥି ମାନେ ମାନପତ୍ର ସହ ପୁରସ୍କୃତ କରିଥିଲେ। ଗୁଣୁପୁର ବିଡ଼ିଓ ଶୁଭ୍ରାଞ୍ଜଳି ପ୍ରଧାନ ଙ୍କ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଜନଜାତିର ଗର୍ବ ଓ ସାଂସ୍କୃତିକ ଏକତାକୁ ପାଳନ କରୁଥିବା ଏହି ଦିବସର ପାବନ ଶୁଭାରମ୍ଭ । ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ
Related Posts
ତେଙ୍ଗେଡ଼ାପଥର ଗ୍ରାମ୍ୟ ଉନ୍ନୟନ ପୂଜା କମିଟି ଦ୍ୱାରା ଗଣେଶ ପୂଜା ଶୁଭ ସନ୍ଦ୍ୟାରେ ଭାରତ ଲୀଳା ମଞ୍ଚସ୍ଥ ….
ତେଙ୍ଗେଡ଼ାପଥର ଗ୍ରାମ୍ୟ ଉନ୍ନୟନ ପୂଜା କମିଟି ଦ୍ୱାରା ଗଣେଶ ପୂଜା ଶୁଭ ସନ୍ଦ୍ୟାରେ ଭାରତ ଲୀଳା ମଞ୍ଚସ୍ଥ …. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ…
ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର…
ଲସ୍ତଲା ଗ୍ରାମ ଠାରେ ଗିରି ଗୋବର୍ଦ୍ଧନ ପୂଜା ଅବସରରେ ରକ୍ତଦାନ ଶିବିରରେ ବରଗଡ ରକ୍ତଭଣ୍ଡାର ୩୨ୟୁନିଟ ରକ୍ତ ସଂଗ୍ରହ କରିଥିଲେ।
ଲସ୍ତଲା ଗ୍ରାମ ଠାରେ ଗିରି ଗୋବର୍ଦ୍ଧନ ପୂଜା ଅବସରରେ ରକ୍ତଦାନ ଶିବିରରେ ବରଗଡ ରକ୍ତଭଣ୍ଡାର ୩୨ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ବରଗଡ ୧,୧୧–(ଭବାନୀ ଶଙ୍କର ପାଢ଼ୀ) ବରଗଡ଼…