ଓଡ଼ିଆ ସାଂସ୍କୃତିକ କାର୍ତ୍ତିକ ପୁର୍ଣିମା ତଥା ଡ଼ଙ୍ଗା ଭସା ରାୟଗଡା ଜ଼ିଲ୍ଲା ରେ ଧୁମଧାମ ରେ ପାଳିତ
ରାୟଗଡା : କାର୍ତ୍ତିକ ମାସ ସାରା ହବିଷ ବ୍ରତ କରିଥିବା ଶ୍ରଦ୍ଧାଳୁ ତଥା ଜନସାଧାରଣ ଏହି ମାସ ସାରା ପୂଜାର୍ଚନା କରିଥନ୍ତି ଓ ମାସ ଶେଷରେ ପୁର୍ଣିମା ଦିନ ଡ଼ଙ୍ଗା ଭଷାଇ ମୋହ ଧୁମଧାମ ରେ କାର୍ତ୍ତିକ ପୁର୍ଣିମା ତଥା ଡ଼ଙ୍ଗା ଭଷା କାର୍ଯ୍ୟକ୍ରମ ପାଳିଥାନ୍ତି l ଠିକ ସେହିପରି ଆଜି ରାୟଗଡା ଜ଼ିଲ୍ଲା ର ଜଞ୍ଜାବତୀ, ନାଗାବଳି ନଦୀ, ବଂଶଧାରା, କଲ୍ୟାଣୀ ନଦୀରେ ଶ୍ରଦ୍ଧାଳୁ ମାନେ ବୋଡି ଭୋରୁ ଭୋରୁ ଉଠି ନଦୀକୁ ଯାଇ ସ୍ନାନ କରି ବୁଡ଼ ପକାଇ କଦଳୀ ପଟ ରେ ତିଆରି ଡ଼ଙ୍ଗା ରେ ଦୀପ ଜାଳି ଓ ସେଥିରେ ପାନ ଗୁଆ ଚାଉଳ. ଫୁଲ ଥୋଇ ସେସବୁ ନଦୀରେ ଭସାଇଥିବାର ଦେଖିବା କୁ ମିଳିଥିଲା l ଏହି ଅବସରରେ ରେ ଶ୍ରାଦ୍ଧଲୁ ମାନେ ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ମହିଳା ପୁରୁଷ ମାନେ ଅତିଆନନ୍ଦ ର ସହିତ ଆ କା ମା ବୈ ପାନ ଗୁଆ ଥୋଇ l ପାନ ଗୁଆ ତୋର ମାସକ ଧରମ ମୋର ବୋଲି ଗୀତ ଗାଈ ଡ଼ଙ୍ଗା ଭସାଇ ଥିଲେ l ଡ଼ଙ୍ଗା ଭସାଇବା ପରେ ଜଣେ ଶ୍ରାଦ୍ଧଲୁ କହିଥଲେ ଯେ ଏହି ଆ କା ମା ବୈ ଅର୍ଥ ଆ ହେଉଛି ଆଷାଡ଼ କା କାର୍ତ୍ତିକ ମା ମାଘ ବୈ ବୈଶାଖ ଏହି ଚାରିମାସ ଧର୍ମ ଅର୍ଜନ ନିମନ୍ତେ ଶୁଭ ପ୍ରଦ ଓ ଦେବ ଦାବି ଙ୍କୁ ପୂଜା ଉପାଶନା ନିମନ୍ତେ ଅତ୍ୟନ୍ତ ଅନୁକୂଳ ବୋଲି କହିଥିଲେ l. ସାଧବ ପୁଅ ମାନେ କାର୍ତ୍ତିକ ମାସ ରେ ବାଣିଜ୍ୟ ପାଇଁ ଜାଭା ସୁମିତ୍ରା ଦେଶ କୁ ଯାଇ ବାଣିଜ୍ୟ ବେପାର କରି ଆଷାଡ଼ ମାସ ରେ ଫେରୁଥିଲେ l ସାଧବ ପୁଅଙ୍କ ଏହି ଦୁଃସାହାସିକ ବୋଇତ ଯାତ୍ରା କୁ ସ୍ମରଣ କରି ବର୍ତ୍ତମାନ କାର୍ତ୍ତିକ ମାସ ରେ ବୋଇତ ବନ୍ଧାଣ ଡ଼ଙ୍ଗା ଭସା ପରମ୍ପରା ରହିଆସିଛି ସେଥିପାଇଁ ଲୋକେ ଡ଼ଙ୍ଗା ଭସାଇ ମନ୍ଦିର ଯାଇ ଦେବଦେବୀଙ୍କୁ ଦର୍ଶନ କରିଥାନ୍ତି ଓ କେତେକ ମନ୍ଦିରରେ ଅଷ୍ଟପ୍ରହରୀ ମଧ୍ୟ୍ୟ କରିଥାନ୍ତି l କାର୍ତ୍ତିକ ପୁର୍ଣିମା ରେ ରାୟଗଡା ର ଜନସାଧାରଣ ବହୁ ଆନନ୍ଦ ର ସହିତ ପାଳନ କରିଥିବା ବେଳେ ମିନାଝୋଲା, ଶୈବ ପୀଠ ରେ ବହୁ ଶ୍ରଦ୍ଧାଳୁ ତିନି ନଦୀର ସଂଗମ ସ୍ଥଳ ରେ ବୁଡ଼ ପକାଇ ଡ଼ଙ୍ଗା ଭସାଇଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ