ପ୍ରକୃତ ଘଟଣା କୁ ପ୍ରଶାସନ ଦିଗ ହରା କରୁଥିବା ନେଇ ମୃତ ଛାତ୍ର ଙ୍କର ପରିବାର ପକ୍ଷରୁ ଅଭିଯୋଗ ।

ପ୍ରକୃତ ଘଟଣା କୁ ପ୍ରଶାସନ ଦିଗ ହରା କରୁଥିବା ନେଇ ମୃତ ଛାତ୍ର ଙ୍କର ପରିବାର ପକ୍ଷରୁ ଅଭିଯୋଗ ।
୧୩/୧୧/୨୪ ଚଳିତ ମାସ ଗତ ୮ତାରିଖ କାଶୀପୁର ବ୍ଲକ ଚନ୍ଦ୍ରଗିରିସ୍ଥିତ ଛାତ୍ରବାସ ଠାରେ ଚତୁର୍ଥ ଶ୍ରେଣୀର କୁନି ଛାତ୍ର ଖଗେଶ୍ୱର ଙ୍କର ମୃତ୍ୟୁ ଘଟଣା ର ରହସ୍ୟ ଧୀରେ ଧୀରେ ଉନ୍ମଚନ ହେଉଥିବା ବେଳେ ପ୍ରଶାସନ ଉକ୍ତ ଘଟଣା କୁ ଘଣ୍ଟ ଘଡାଉଥିବା ଅଭିଯୋଗ ହେଉଅଛି ।

ପରିବାର ର ସୂଚନା ପ୍ରକାରେ ପିଲାର ମୃତ୍ୟୁ ଘଟଣା ବିଦ୍ୟାଳୟ ର ରାନ୍ଧୁଣିଆ ପ୍ରଥମେ ପରିବାର କୁ ଜଣାଇଥିବା ବେଳେ ବିଦ୍ୟାଳୟ ର କୌଣସି ଏକ ଶିକ୍ଷକ ପୋଲିସ କୁ ଅବଗତ କରାଇଥିଲେ । ହେଲେ ଖବର ପାଇ ପରିବାର ଓ ପୋଲିସ ଟିମ ଘଟଣା ସ୍ଥଳରେ ଉପସ୍ଥିତ ଏବଂ ପୋଲିସ ର ପ୍ରାଥମିକ ତଦନ୍ତ ପୂର୍ବରୁ ମୃତ ଛାତ୍ର ର ଶରୀରକୁ ଝୁଲନ୍ତା ଶବ କୁ କାଡି ଖଟିରେ ରଖିଥିଲେ । ପୋଲିସ ଓ ପରିବାର ଘଟଣା ସ୍ଥଳରେ ପହଁଚିବା ବେଳକୁ କେବଳ ମୃତ ଦେହ ବ୍ୟତୀତ ଫାଶୀ ରେ ବ୍ୟବହୃତ ଗାମୁଛା ନ ଥିବା ପୁଣି କାହା ଇଙ୍ଗିତ ରେ ଝୁଲନ୍ତା ମୃତ ଦେହକୁ କିଏ ଏବଂ କାହିଁକି ତଳେ ଅଲ୍ହାଇଥିଲେ ଏସବୁ ଦେଖି ଘଟଣା ଉପରେ ପରିବାର ଲୋକଙ୍କ ସନ୍ଦେହ ସୃଷ୍ଟି ହେଇଯାଇଥିଲା ।ହେଲେ ପ୍ରକୃତ ଘଟଣା ର ତଦନ୍ତ କୁ ଦିଗହରା ନିମନ୍ତେ ଜିଲ୍ଲା ଶିକ୍ଷା ଓ ମଙ୍ଗଳ ବିଭାଗ ପକ୍ଷରୁ ଏଭଳି ହୀନ ମାନସିକତା କାର୍ଯ୍ୟ କରାଯାଇଥାଇ ପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବାବେଳେ ଛାତ୍ର ଙ୍କ ପରିବାର ପକ୍ଷରୁ ମଧ୍ଯ ଦାବି ହେଉଛି ।ପୁଣି ଏଭଳି ସଙ୍ଗିନ ଘଟଣା ଦିନତମାମ ଉତେଜନା ତଥା ଅଞ୍ଚଳ ସକାକୁଳ ପରିସ୍ଥିତି ଉପୁଜିଥିଲେ ସୁଦ୍ଧା ଶିକ୍ଷା ବିଭାଗ ପକ୍ଷରୁ ଗୋଷ୍ଠି ଶିକ୍ଷା ଅଧିକାରୀ ଠାରୁ ଜିଲ୍ଲାର ସମ୍ପୃକ୍ତ କୌଣସି ଅଧିକାରୀ ଙ୍କର ଉପସ୍ଥିତି ହେଇପାରି ନ ଥିଲା ।
ଶନିବାର ସନ୍ଧ୍ୟା ବେଳେ ବ୍ଲକ ଡାକବଙ୍ଗଳା ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଭାରତ ଭୂଷଣ ବିଶ୍ୱାଳ ଏବଂ କାଶୀପୁର ଗୋଷ୍ଠି ଶିକ୍ଷା ଅଧିକାରୀ ଦୀପ୍ତିମୟୀ ସିଂ ଉପସ୍ଥିତ ରହି ଘଟଣା ର ଉକ୍ତ ବିଦ୍ୟାଳୟ ର କାର୍ଯ୍ୟରତ ୩ ଜଣ ରାନ୍ଧୁଣିଆ ସମେତ ଜଣେ ଶିକ୍ଷକ ଙ୍କୁ ଡାକି ଗୁପ୍ତବୈଠକ କରିଥିବା ବେଳେ ଖବର ପାଇ ସ୍ଥାନୀୟ ଗଣ ମାଧ୍ୟମ ଡାକବଙ୍ଗଳା କାର୍ଯ୍ୟଳୟ ରେ ପହଞ୍ଚି ଘଟଣା ସଂପର୍କରେ ପ୍ରତିକ୍ରିୟା ପଚାରିବାକୁ ଚେଷ୍ଟା କରିଥିବା ସତ୍ୱେ କ୍ୟାମେରା ଆଗରେ ଉପସ୍ଥିତ ଅଧିକାରୀ ,ଶିକ୍ଷକ ଏବଂ ଚତୁର୍ଥ କର୍ମଚାରୀ କେହି ମୁହଁ ନ ଖଲି ଏକକାଳୀନ ସମୂହ ନିଜ ନିଜର ଗାଡ଼ିରେ ବସି ଚାଲିଯାଇଥିଲେ ।

ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *