ଜୀବିକା ସୁରକ୍ଷା ମଞ୍ଚ ଲୋକସଂଗଠନ ର କାର୍ଯ୍ୟକାରିଣୀ ପରିଷଦ ବୈଠକ ଅନୁଷ୍ଠିତ ……………………………
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ଜିଲ୍ଲାର ଅଗ୍ରଣୀ ଲୋକ ସଂଗଠନ ଜୀବିକା ସୁରକ୍ଷା ମଞ୍ଚ କନ୍ଧମାଳ ଶାଖା ସଂଗଠନ ଟିକାବାଲି ବ୍ଲକ ର ଏକ ସାଧାରଣ ପରିଷଦର ସମସ୍ତ ସଭ୍ୟ ସଭ୍ୟା ମାନଙ୍କୁ ନେଇ ନୂତନ କାର୍ଯ୍ୟକାରି କମିଟି ବୈଠକ ଅନୁଷ୍ଠିତ ହୋଇଛି l ଆଜିର ଏହି ବୈଠକ ରେ ବ୍ଲକ ସଭାନେତ୍ରୀ ଶ୍ରୀମତୀ ଉର୍ମିଳା ପ୍ରଧାନ ଙ୍କ ଆୱାନ କ୍ରମେ ବ୍ଲକ ର ପାଞ୍ଚ ଗୋଟି ଗ୍ରାମ ପଂଚାୟତ ର ନିର୍ବାଚିତ ପ୍ରତିନିଧି ମାନେ ଯୋଗ ଦେଇ ଏକ ପୂର୍ଣ୍ଣାଙ୍ଗ କାର୍ଯ୍ୟକାରୀ କମିଟି ପରିଷଦ ଗଠନ କରିଥିବା ଦେଖିବାକୁ ମିଳିଛି l ସଂଗଠନ ର ଲକ୍ଷ – ଆଭିମୁଖ୍ୟ ଓ ଉର୍ଦ୍ଧେଶ୍ୟ ଉପରେ ଏକ ଗୁରୁତ୍ୱ ପୂର୍ଣ୍ଣ ବିଷୟ ଆଜିର ଆଲୋଚନା ର ଶୀର୍ଷକ ଥିଲା l ସଂଗଠନ ଆଜକୁ ଦୀର୍ଘ 2009 ମସିହାରୁ ଆଜି ପର୍ଯ୍ୟନ୍ତ, ଗରୀବ ଆଦିବାସୀ, ଦଳିତ ଓ ଅବହେଳିତ ଖଟିକିଆ ଦିନମଜୁରିଆ ଲୋକଙ୍କ ସହିତ ରହି ଏକ ଲୋକ ସଂଗଠନ କୁ ଗ୍ରାମ ସ୍ତର ରୁ ପଂଚାୟତ ସ୍ତର ବ୍ଲକ ସ୍ତରରୁ ଜିଲ୍ଲା ସ୍ତର ଓ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଏକ ସ୍ୱାଭିଲମ୍ବି ଓ ଦୀର୍ଘସ୍ଥାୟୀ ଲୋକାଭିମୁଖୀ ସଂଗଠନ ଗଠନ କରି ସାଧାରଣ ଲୋକଙ୍କ ର ମୌଳିକ ଅଧିକାର କୁ ସାବ୍ୟସ୍ତ କରିବା ସହିତ ସରକାର ଙ୍କ ବିଭିନ୍ନ ଆଇନ ଓ ଯୋଜନା କୁ ସଫଳ ରୂପାୟନ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ମାନ କରି ଆସୁଅଛି l ଟିକାବାଲି ବ୍ଲକ ଅଧୀନରେ ଆସୁଥିବା ର ସମସ୍ତ ଗ୍ରାମାଞ୍ଚଳ ରେ ବସବାସ କରୁଥିବା ଜନସାଧାରଣଙ୍କର ସାମାଜିକ, ଅର୍ଥନୈତିକ, ଓ ସଂସ୍କୃତିକ କ୍ଷେତ୍ରରେ ବିକାଶ ସହିତ ଉନ୍ନତି ଆଣିବା ପାଇଁ ତାର ନିରନ୍ତର ଭାବରେ ଆଜକୁ 15 ବର୍ଷ ଧରି ଏଭଳି ଏକ ସଂଗଠନ ତାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାନ କରିଆସୁଛି l ଆଜିର ଏହି ବୈଠକ ରେ ଜୀବିକା ସୁରକ୍ଷା ମଞ୍ଚ ଟିକାବାଲି ବ୍ଲକ ର ସମ୍ପାଦକ ଶ୍ରୀ କରମ ଚାନ୍ଦ ପ୍ରଧାନ, କୋଷାଧକ୍ଷ ମିନାକ୍ଷୀ ପ୍ରଧାନ ଜିଲ୍ଲା କମିଟି ସଦସ୍ୟ ମାନସୀ ପ୍ରଧାନ, ସନ୍ତୋଷିମା ପ୍ରଧାନ, ଓ ରାଜ୍ୟ ସ୍ତରୀୟ ସଦସ୍ୟା ଭାବରେ ଜୟନ୍ତୀ ପ୍ରଧାନ ଓ ସକ୍ରିୟ ସଭ୍ୟା ଭାବରେ ଜସ୍ପିନା ପ୍ରଧାନ ଙ୍କୁ ସଂଗଠନ ର ନୂତନ ସଦସ୍ୟ ସଦସ୍ୟା ଭାବରେ ଚୟନ କରିଥିବା ବେଳେ l ସାଥି ସୁନିତା ପ୍ରଧାନ, ପ୍ରଣିତା ଦିଗାଲ, ଚିତ୍ତରଞ୍ଜନ ପ୍ରଧାନ ଓ ସଂଜୀବ ଦିଗାଲ ସହଯୋଗ କରିଥିଲେ l