୨ ଲକ୍ଷ ଟଙ୍କା ଦୋକାନ ନିର୍ମାଣ ୭ ବର୍ଷ ହେଲା ଅସଂପୂଣ୍ଣ ହୋଇ ପଡିଛି ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ବସ୍ତିଗୁଡା ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ ସୁବିଧା ନେଇ ବହୁବାର ଦାବି ପରେ ୨୦୧୮-୧୯ ମସିହାରେ ୨ଲକ୍ଷ ଅଟକଳ ମୂଲ୍ୟ ଦୁଇଟି ଦୋକାନ ଘର ନିର୍ମାଣ କରାଯାଇଥିଲା । ୨୦୧୮- ୧୯ ମସିହାରେ ଆରମ୍ଭ ହୋଇଥିବା ଦୋକାନ ଘର ଆଜି ପର୍ଯ୍ୟନ୍ତ ଅସଂପୂଣ୍ଣ ହୋଇ ପଡିରହିଛି । ଏହି ଦୋକାନ ନିର୍ମାଣ ସଂପୂଣ୍ଣ ନହୋଇଥିବା ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ହଟହଟା ହେଉଛନ୍ତି । ଗ୍ରାମ ଠାରୁ ପଞ୍ଚାୟତ କାର୍ଯ୍ୟାଳୟ ବହୁ ଦୂରେ ରହିଛି । ସେହି ପାଖରେ ଦୋକାନ ସୁବିଧା ନାହିଁ । ଆସୁଥିବା ଲୋକେ କାର୍ଯ୍ୟାଳୟ ପାଣି ଓ ଖାଦ୍ୟ କଣି ଖାଇବା ଚାହିଁଲେ ମଧ୍ୟ ଦୋକାନ ସୁବିଧା ସୁବିଧା ନାହିଁ । ଏହି ଦୋକାନ ଘର ନିର୍ମାଣ ଫଳକରେ ରହିଯାଉଛି । ଏହି ଦୋକାନ ଘର ନିର୍ମାଣ ହୋଇଥିଲେ ପଞ୍ଚାୟତର ରାଜସ୍ୟ ଆଦାୟ ହେବା ଏବଂ ଅଞ୍ଚଳର ଦୁଇ ବ୍ୟକ୍ତି ରୋଜଗାର କ୍ଷମ ହୋଇପାରେନ୍ତେ । କାର୍ଯ୍ୟାଳୟ ଆସୁଥିବା ଲୋକେ ସୁବିଧା ପାଇପାରେନ୍ତେ । ଏହାପ୍ରତି ବ୍ଳକ ପ୍ରଶାସନ ପଞ୍ଚାୟତ ସରପଞ୍ଚଙ୍କ ଆନ୍ତରିକତା ଅଭାବ ଯୋଗୁଁ ଆଜି ପ୍ରର୍ଯ୍ୟନ୍ତ ନିର୍ମାଣ ହୋଇପାରୁନି ଦୋକାନ ଘର ବୋଲି ଅଭିଯୋଗ ହେଉଛି । ଏହି ବିଷୟ ନେଇ ପଞ୍ଚାୟତ ଦାୟତରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ଏହି ବିଷୟ ମୁଁ ଜାଣିନି । କିଛି ଦିନତଳେ ଏହି ଦେଖି ପଞ୍ଚାୟତ ସରପଞ୍ଚ ପଚାରିବାରୁ ସେ ମତେ କିଛି କହିନଥିଲେ ବୋଲି କହିଥିଲେ । ଏହି ଦୋକାନ ନିର୍ମାଣ ହୋଇଥିବା ତଥ୍ୟ କାହାପାଖରେ ଅଛି । ବସ୍ତିଗୁଡା ପଞ୍ଚାୟତର ବାଦପୁର, ତାଣ୍ଡିଗୁଡା, ସୁରେଖମାର ଓ ମାଣିକସାହିରେ ମନରେଗା ଯୋଜନା ରାସ୍ତା ନିର୍ମାଣ କରାଯିବା କାଗଜପତ୍ର ଏବଂ ଫଳକରେ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ବିଲି କରି ହରିଲୁଟୁ କରାଯିବା ଅଭିଯୋଗ ହେଉଛି । ଏହି ଗ୍ରାମ ଗୁଡିକ ସୁଚନା ଫଳରେ କାମ ସରିଯାଇଛି । ଏହି ପଞ୍ଚାୟତରେ ମନରେଗା ଯୋଜନାରେ ନିର୍ମାଣ କରାଯାଇଥିବା ରାସ୍ତା ଏବଂ ଚେକଡେମ କାମ ଗୁଡିକର ଦୁର୍ନୀତି ବିଭାଗ ଦ୍ବାରା ତଦନ୍ତ କରାଯିବା ସହ ଅସଂପୂଣ୍ଣ ହୋଇ ପଢିରହିଥିବା ଦୋକାନ ଘରକୁ ତୁରନ୍ତ ସଂପୂଣ୍ଣ କରାଯିବା ପାଇଁ ଅଞ୍ଚଳବାସୀ ତରଫରୁ ଦାବି ହେଉଛି । ବସ୍ତିଗୁଡା ପଞ୍ଚାୟତରେ କରାଯାଇଥିବା ଉନ୍ନତି ମୂଳକ କାମ ଗୁଡିକୁ ଦୁର୍ନୀତି ବିଭାଗ ଦ୍ବାରା ତଦନ୍ତ କରାଗଲେ ଏହାର ପ୍ରକୃତ ରହସ୍ୟ ଲୋକଲୋଚକୁ ଆସିପାରନ୍ତା । ଏହି ସମସ୍ତ କାମ ଦୁର୍ନୀତିରେ ବ୍ଳକ ପ୍ରଶାସନ, ଯନ୍ତ୍ରୀ, ପିଇଓ ଏବଂ ଜିଆରଏସ ସଂପୂଣ୍ଣ ଦାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ଏହାମଧ୍ୟ କହିଛନ୍ତି ସ୍ଥାନୀୟ ସରପଞ୍ଚ ରିତାନୀ ମଣ୍ଡଳ ଯେଉଁ କାମରେ ତାଙ୍କୁ ମିଳିବ ସେହି କାମ ଗୁଡିକ ଗୁରୁତ୍ବ ଦେଉଥିବା ଅଭିଯୋଗ ହେଉଛି ।
Related Posts
ଶିଶୁ ମହୋତ୍ସବ ସୁରଭି କାର୍ଯକ୍ରମ ବାନିପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।
ବରଗଡ (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ସଂକ୍ରିଡା କ୍ଲଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯକ୍ରମ ବାନିପାଲି ପ୍ରକଳ୍ପ…
ଭୁବନେଶ୍ୱରରେ ଡ୍ରେନ ପାଣିରେ ଭାସିଗଲା ନାବାଳକ; ମୁକୁଳା ଡ୍ରେନ ସମସ୍ୟାର ତୁରନ୍ତ ସମାଧାନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱରରେ ଡ୍ରେନ ପାଣିରେ ଭାସିଗଲା ନାବାଳକ; ମୁକୁଳା ଡ୍ରେନ ସମସ୍ୟାର ତୁରନ୍ତ ସମାଧାନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ଵର: (ଅଭିଷେକ ମହାନ୍ତ)ଭୁବନେଶ୍ୱରରେ ଡ୍ରେନ ପାଣି ସୁଅରେ ଭାସିଗଲା ନାବାଳକ…
ଅନୁପୁରରେ ହୀରକ ଜୁବିଲି ଉତ୍ସବ ପାଳନ
ଅନୁପୁରରେ ହୀରକ ଜୁବିଲି ଉତ୍ସବ ପାଳନ ଆର, ଉଦୟଗିରି (ମନୋଜ କୁମାର ପାଢୀ/୧୨/୬:- ଉତ୍ସବ ମୁଖରରେ ଗ୍ରାମ ବାସି।ମହା ଆଡ଼ମ୍ବର ସହକାରେ ପାଳନ କଲେ ହୀରକ ଜୁବିଲି।…