ଶୀତ ଦିନିଆ ରୋଗ ସଚେତନl ଓ ସ୍ଵାସ୍ଥ୍ୟ ଶିବିର

ଶୀତ ଦିନିଆ ରୋଗ ସଚେତନl ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଶୀତଦିନିଆ ରୋଗ ପ୍ରତିରୋଧ ପାଇଁ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ ଶୀତଦିନେ ଶରୀର ଅଧିକ ଶୁଷ୍କ ରହିବ, ଥଣ୍ଡା ବାୟୁ ବହିବ,ଅଧିକ ଧୂଳି ଉଡିବ ଏଣୁ ସୋରିଷ ତୈଳ ଲଗାଇବା ସହିତ ଉଷ୍ଣ ବସ୍ତ୍ର ଓ ମୁଖା ପିନ୍ଧିବା ଫଳରେ ଚର୍ମ ରୋଗ, ଥଣ୍ଡା,କାଶ, ଶ୍ୱାସ ରୋଗ ହେବନାହିଁ। ଥଣ୍ଡା ଯୋଗୁଁ ଶିରା ଧମନୀ ସଂକୁଚିତ ହୋଇ ହୃଦଘାତ ହୋଇପାରେ, ଶାରୀରିକ ବ୍ୟାୟାମ ଓ ଯୋଗାସନ, ପ୍ରାଣାୟାମ କରନ୍ତୁ, ଉଷ୍ଣଜଳ ପିଅନ୍ତୁ ଓ ସ୍ନାନ କରନ୍ତୁ ।ଗଣ୍ଠିବାତ ରୋଗରୁ ଦୁରେଇ ରହିବା ପାଇଁ ଅଦା,ସଜନା ଶାଗ, ଚିନାବାଦାମ ଖାଇବା ପାଇଁ ପରାମର୍ଶ ଦେଇଥିଲେ। ଝାଡ଼ା ସଫା ପାଇଁ ଜଡାତେଲ ପିଅନ୍ତୁ।ପାଟି ଧରିଲେ ବେଗୁନିଆ ପତ୍ର ବା ତୁଳସୀ ପତ୍ର ଚୋବାନ୍ତୁ। ସଜ ଶାଗ, ପରିବା, ଫଳ,ଉଷ୍ଣ ଖାଦ୍ୟ ଖାଆନ୍ତୁ ଓ ଖଟା ଛାଡ଼ିବା ପାଇଁ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରିଥିଲେ ।ଶିବିର ପରିଚାଳନାରେ ଡି. ଶ୍ରୀନିବାସ ସହଯୋଗ କରିଥିଲେ।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *