9ଲକ୍ଷ 70 ହଜାର ଗଂଜେଇ ଗଛ ନଷ୍ଟ କରିଲା ଜ଼ିଲ୍ଲା ପୋଲିସ
ରାୟଗଡା : ଗତ ବର୍ଷ ନଭେମ୍ବର ଓ ଡିସେମ୍ବର ମାସ ରେ ରାୟଗଡା ଜ଼ିଲ୍ଲା ପୋଲିସ ଏସ ପି ସ୍ଵାଥୀ ଏସ କୁମାର ଙ୍କ. ନିର୍ଦେଶ କ୍ରମେ ଗୁଣୁପୁର ଉପଖଣ୍ଡ ର ଚନ୍ଦ୍ରପୁର, ଗୁଡାରି, ପଦ୍ମପୁର ଥାନାଧିନ ରେ 9 ଲକ୍ଷ 79 ହଜାର ଗଂଜେଇ ଗଛ କୁ ଜ଼ିଲ୍ଲା ପୋଲିସ, ଅବକାରୀ ଓ ଜଙ୍ଗଲ ବିଭାଗ ମିଳିତ ଭାବେ ନଷ୍ଟ କରିଛନ୍ତି l ଗତ ଡିସେମ୍ବର ମାସରେ ପୋଲିସ ଏ ନେଇ 32 ଗୋଟି ମାମଲା ରଜୁ କରିଥିବା ର ପୋଲିସ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି l ଜ଼ିଲ୍ଲା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଯେଉଁ ସୂଚନା ମିଳିଛି ତଦନୁସାରେ ଗୁଡାରି ଥାନା ଅଧୀନରେ ଡିସେମ୍ବର ମାସ ରେ 5 ତାରିଖ ରେ 12 ଏକର ଜମିରେ 36 ହଜାର, 8 ତାରିଖ ରେ 15 ଏକର ଜମିରୁ 45 ହଜାର ଗଛ, 13 ତାରିଖ ରେ 15 ଏକର ଜମି ରୁ 45 ହଜାର,, 14 ତାରିଖ ରେ 17 ଏକର ଜମି ରୁ 51 ହାଜର 16 ତାରିଖ ରେ 13 ଜମି ରୁ 39 ଗଛ 17 ତାରିଖ ରେ 13 ଏକର ଜମି ରୁ 49 ଗଛ, 18 ତାରିଖ ରେ 5 ଏକର ଜମି ରୁ 15 ହଜାର ଗଛ ପୋଡି ନଷ୍ଟ କରିଛି l ଠିକ ସେହିପରି ପଦ୍ମପୁର ଥାନା ଅଧୀନରେ ଡିସେମ୍ବର 10 ତାରିଖ ରେ 15 ଏକର ଜମି ରୁ 45 ହାଜର 11 ତାରିଖ ରେ 7 ଏକର ଜମି ରୁ, 21 ହଜାର, 12 ତାରିଖ ରର 10 ଏକର ଜମି ରି 30 ହଜାର, 22 ତାରିଖ ରେ 7 ଏକର ଜମିରୁ 21 ହଜାର, 23 ତାରିଖ ରେ 23 ଏକର ଜମି ରୁ 69 ହଜାର, 24 ତାରିଖ ରେ 8 ଏକର ଜମି ରୁ 24 ହଜାର, 30 ତାରିଖ ରେ 20 ଏକର ଜମି ରୁ 60 ହଜାର ଓ ଚନ୍ଦ୍ରପୁର ବ୍ଲକ ରେ 9 ତାରିଖ ରେ 14 ଏକର ଜମି ରୁ 14 ହଜାର, 18 ତାରିଖ ରେ 15 ଏକର ଜମି ରୁ 15 ହଜାର, 19 ତାରିଖ ରେ 6 ଏକର ଜମି ରୁ 28 ହଜାର, 23 ତାରିଖ ରର 7 ଏକର ଜମିରୁ 21 ହଜାର ଗଂଜେଇ ଗଛ ପୋଲିସ ପୋଡି ନଷ୍ଟ କରିଛି l ନିର୍ବାଚିତ ପଂଚାୟତ ଜନପ୍ରତିନିଧି ଙ୍କୁ ନେଇ ଗଂଜେଇ ଚାଷ ବିରୋଧ ରେ ଜନସେଛତନତା କରାଯାଉଛି ଏଥିସହିତ ଜନସାଧାରଣ କିପରି ଗଂଜେଇ ଚାଷ ଠାରୁ ଦୁରେଇ ରହି ଅନ୍ୟାନ୍ୟ ଚାଷ କରିବେ ସେଥିପାଇଁ ପଦକ୍ଷେପ ନିଆଯାଉଛି ବୋଲି ଜ଼ିଲ୍ଲା ପୋଲିସ ଆରକ୍ଷୀ ଅଧକ୍ଷ ସ୍ଵାଥୀ ଏସ କୁମାର କହିଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ନଲ ରିପୋର୍ଟ