33 ବର୍ଷ ଅତିକ୍ରମ କରି ପ୍ରଗତି ପଥ ରେ ଚାଲିଛି ବସାନ୍ତିଦେବୀ ଚାରିଟେବଲ ଟ୍ରଷ୍ଟ

33 ବର୍ଷ ଅତିକ୍ରମ କରି ପ୍ରଗତି ପଥ ରେ ଚାଲିଛି ବସାନ୍ତିଦେବୀ ଚାରିଟେବଲ ଟ୍ରଷ୍ଟ

ରାୟଗଡା : ସର୍ବପ୍ରଥମେ 1991 ମସିହା ରେ ବସାନ୍ତିଦେବୀଙ୍କ ନାମରେ ଏକ ଟ୍ରଷ୍ଟ ବାସନ୍ତୀଦେବୀ ଚାରିଟେବେଲ ଟ୍ରଷ୍ଟ ଗଠିତ ହୋଇଥିଲା l ଏହି ଟ୍ରଷ୍ଟ ଅଧୀନରେ ଆଦିବାସୀଅଧିଷ୍ୟୁତ ପଦ୍ମପୁର ଅଂଚଳ ରେ ଶିକ୍ଷା ର ବିକାଶ ନିମନ୍ତେ ରାୟଗଡା ଜ଼ିଲ୍ଲା ର ପଦ୍ମପୁର ବ୍ଲକ ର ଗୁଡି଼ଆବନ୍ଧ ଠାରେ ବାସନ୍ତୀ ଦେବୀ ବିଦ୍ୟାପୀଠ ନାମରେ ଏକ ପ୍ରାଥମିକ ସ୍କୁଲ ଖୋଲିଥିଲା l 1993 ମସିହା ରେ ପଦ୍ମପୁର ଠାରେ ଆର ଜି କଲେଜ ଖୋଲିଥିଲା l 1994 ରେ ବାସନ୍ତି ଦେବୀ ପ୍ରାଥମିକ. ବିଦ୍ୟାଳୟ ରୁ ମଧ୍ୟ୍ୟ ଇଂରାଜୀ କୁ ଉନ୍ନତି ହୋଇଥିଲା l 1995 ରେ ଆର ଜି ଡିଗ୍ରୀ କଲେଜ ଖୋଲିବାରେ ସକ୍ଷମ ହୋଇଥିଲା l ବାସନ୍ତୀ ଦେବୀ ଦାତବ୍ୟ ହସ୍ପିଟାଲ ଗୁଡ଼ିଆବନ୍ଧ ଠାରେ 1996ରେ ଖୋଲିଥିଲା l କୋଳନରା ବ୍ଲକ ର ଭୁଜବଳ ଠାରେ ମିଟସ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ପଦକ୍ଷେପ ନେଇଥିଲେ 1997ମସିହା ରେ l 1999 ରେ ଶ୍ରୀରାମ ବିହାର ଭୁଜବଳ ଠାରେ ମିଟସ କଲେଜ ର ଶୁଭାରମ୍ଭ ହୋଇଥିଲା l 2000 ରେ କୋଳନରା ବ୍ଲକ ର ମାତିକେଶ୍ବରୀ ଠାରେ ଏକ କୋମ୍ୟୁନିଟି ସ୍କୁଲ ଖୋଲିବା ରେ ସକ୍ଷମ ହୋଇଥିଲା l ମିଟସ ଅଧୀନରେ ଵୟୋଟେକନୋଲୋଜି 2001 ରେ ଆରମ୍ବ ସହିତ 2002 ରେ ମିଟସ ଵୟୋଟେକନୋଲୋଜି ପାର୍କ ମିଟସ ରେ ଆରମ୍ଭ କରିବାରେ ସକ୍ଷମ ହୋଇଥିଲା l 2003 ରେ ଭୁବନେଶ୍ୱର ଠାରେ ମିଟସ ଵୟୋ ଟେକନୋଲୋଜି ସ୍କୁଲ ଖୋଲିବାରେ ସକ୍ଷମ ହୋଇପାରିଛି l 2004 ରେ ଵୟୋ ଡିଜେଲ ପ୍ରୋଜେକ୍ଟ ଏମ ଏନ ସି ଡି 1 ଅଇଲ ପି ଏଲ ସି ଲଣ୍ଡନ ର ସହିତ ଅନୁବନ୍ଧିତ ସହିତ ଆରମ୍ବ କରିବାରେ ସକ୍ଷମ l ଏହି ଟ୍ରଷ୍ଟ 2004 ରେ ବୈଷକ୍ଷ ଶିକ୍ଷା ପାଇଁ ରାଜୀବ ଗାନ୍ଧୀ ସଦଭାବନା ପୁରସ୍କାର ପାଇଥିଲା l 2005 ରେ ଓଡିଶା ର 13 ଗୋଟି ଜ଼ିଲ୍ଲା ସଦର ମୋହକୁମା ଠାରେ ମିଟସ ଵୟୋଡିଜେଲ ପ୍ରୋଜେକ୍ଟ ଆରମ୍ବ କରିଛି l ପୂର୍ବ ଭାରତ ର ଉତ୍ତମ ଵୟୋ ଟେକନୋଲୋଜି ଅନୁଷ୍ଠାନ ହିସାବ ରେ ସିଟି ଯେନ ସମ୍ମାନ ପାଇବାରେ ସକ୍ଷମ ହୋଇଥିଲା 2005 ରେ l ପାଲସ ଵୟୋ ଟେକନୋଲୋଜି କେନ୍ଦ୍ର ନିମନ୍ତେ ଏଭିଆରଡିସି ଜେନେଭା ଓ ଇଟାଲୀ ସହିତ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା 2006 ମସିହା ରେ l ପଦ୍ମପୁର ଠାରେ 2007 ରେ ଆଇ ଟି ଆଇ ଶିକ୍ଷାନୁଷ୍ଠାନ, 2008 ରେ ରାୟଗଡା ଠାରେ ମିଟସ ପୋଲିଟେକନିକ ଡିପ୍ଲୋମା ଶିକ୍ଷାନୁଷ୍ଠାନ ଖୋଲିବା ରେ ସକ୍ଷମ l 2009 ରେ ମିଟସ ଇନୋବେସନ ରିସରସେଣ୍ଟର ଓ 2010 ରେ ଏମଆଇଆରସି ଆଗ୍ରୋ ରିସର୍ଚ୍ଚ ଡିଭିଜନ ଦ୍ୱାରା ଫ୍ରୁର୍ଟସ ଓ ପନିପରିବା ଏକ୍ସପୋର୍ଟ l 2011 ରେ ମେଗା ଫୁଡ ପାର୍କ ପାଇଁ ପ୍ରୋମଟ ଆରମ୍ଭ କରିଥିଲେ l2013 ରେ ଭୁଜବଳ ଠାରେ ଓଡିଶା ର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଇବାରେ ସକ୍ଷମ ହୋଇ ପାରିଥିଲା l ମିଟସ ରାୟଗଡା ଠାରେ ବି ଏସ ସି ଫୁଡ ଟେକନୋଲୋଜି ଶିକ୍ଷା 2014 ରେ ଆରମ୍ଭ ସହିତ 2015 ରେ ଏମଏସବି କେମ୍ପସ ଭୁବନେଶ୍ୱର ଠାରେ ଇଉରୋ କିଡ୍ସ ପ୍ଲେ ସ୍କୁଲ ଖୋଲିବା ରେ ସକ୍ଷମ l 2016 ରର ମିଟସ ଫୁଡ ପାର୍କ ର ଉଦଘାଟନ ଉତ୍ସବ କେନ୍ଦ୍ର ମନ୍ତ୍ରୀ ଙ୍କ ଦ୍ୱାରା କରିବାରେ ସକ୍ଷମ ହୋଇଥିଲା l 2016 –17 ରେ ପ୍ରଥମ ବେସରକାରୀ ଅନୁଷ୍ଠାନ ଭାବେ ମିଟସ ପ୍ରଥମେ କୃଷି ଶିକ୍ଷା ନିମନ୍ତେ ଅନୁମତି ପାଇବାରେ ବାସନ୍ତି ଦେବୀ ଟ୍ରଷ୍ଟ ପ୍ରଥମ l 2022—23 ରେ ମିଟସ ରାୟଗଡା ବିବିଏ, ଏମଏସବି ଓ ବି ଏସ ସି ଡାଟା ସାଇନ୍ସ ଆରମ୍ବ କରିପାରିଛି l ମିଟସ ଅଧକ୍ଷ ବଲକୃଷ୍ଣ ପଣ୍ଡା ମିଟସ ଗ୍ରୁପ କୁ ଶିକ୍ଷା ଅଫ ଦା ଇୟର 2023 ସମ୍ମାନ ବେଙ୍ଗଲୁର ର ଏକାଡେମୀକ ଇନସାଇଟ ରୁ ପାଇବା ରେ ସକ୍ଷମ ହେବା ସହିତ ବଂଶଧାରା ଚାଉଳଧୁଆ ଓ ଫଳଫୋଳିଆ ତିନି ନଦୀର ସଂଗମ ସ୍ଥଳ ମିନାଝୋଲା ଠାରେ ଏକ ଜନକଲ୍ୟାଣ ଆଶ୍ରମ ଟ୍ରଷ୍ଟ ଓ ବେଳମଗୁଡା ଠାରେ ଏକ ଜନକଲ୍ୟାଣ ଗୁରୁକୁଳ ଶିକ୍ଷା ଅନୁଷ୍ଠାନ ଗୋଡିଟଳିବାରେ ସକ୍ଷମ ହୋଇପାରିଛି l ଏହି ଟ୍ରଷ୍ଟ ର ଅଧକ୍ଷ ବଲକୃଷ୍ଣ ପଣ୍ଡା କହିଛନ୍ତି ଯେ ଏହି ଦୀର୍ଘ 33 ବର୍ଷ ଧରି ଜ଼ିଲ୍ଲା ରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସହିତ ଚାଷ ର ଉନ୍ନତି ସହିତ ଫୁଡ ପାର୍କ ପ୍ରତିଷ୍ଠା କରି ଆଗ କୁ ଆଗେଇ ଚାଲିଛି ବୋଲି ପଣ୍ଡା କହିଛନ୍ତି l ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *