ପୂର୍ବତନ ବିଧାୟକ ସ୍ବର୍ଗତ ବିଜୟ କୁମାର ଜେନାଙ୍କ ୮୩ତମ ଜନ୍ମ ଜୟନ୍ତୀ ସମାରୋହ ଅନୁଷ୍ଠିତ ।

ପୂର୍ବତନ ବିଧାୟକ ସ୍ବର୍ଗତ ବିଜୟ କୁମାର ଜେନାଙ୍କ ୮୩ତମ ଜନ୍ମ ଜୟନ୍ତୀ ସମାରୋହ ଅନୁଷ୍ଠିତ ।

ଗଜପତି(ମନୋଜ ପାଢ) : – ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ପଞ୍ଚାୟତର ଗୁରାଣ୍ଡି ଗ୍ରାମରେ ଥିବା ମୀନକେତନ ଡିଗ୍ରୀ କଲେଜ ପରିସରରେ ବିଜୟ କୁମାର ଜେନା ସ୍ମୃତି ପରିଷଦ ପକ୍ଷରୁ ପୂର୍ବତନ ବିଧାୟକ ସ୍ବର୍ଗତ ବିଜୟ କୁମାର ଜେନାଙ୍କ 83 ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ଗୋଶାଣୀ ବ୍ଲକ ଅଧ୍ୟକ୍ଷ ଏନ ବୀର ରାଜୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଡାଇଟ ଶିକ୍ଷକ ପ୍ରଦୀପ କୁମାର ଜେନା ଯୋଗ ଦେଇ ଥିଲେ।ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଏସ ବାଲ ରାଜୁ,ପୂର୍ବତନ ଜିଲ୍ଲା ପରିଷଦ ରାମଚନ୍ଦ୍ର ,ଏସ୍ ଗଜପତି ରାଓ ,ଗୁରାଣ୍ଡି ସରପଞ୍ଚ ଶିଳ୍ପା ପାତ୍ର, ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା,ସିଧ୍ୟେଶ୍ବର ମିଶ୍ର,ସମିତି ସଭ୍ୟା ପାଇଲା ମିନାକ୍ଷୀ, ମୀନକେତନ ଡିଗ୍ରୀ କଲେଜର ଗୋଦାବରୀ ଜେନା,ଗୁରାଣ୍ଡି ଥାନା ଅଧିକାରୀ ଓଁନାରାୟଣ ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ।ମୁଖ୍ୟ ଅତିଥି ସ୍ବର୍ଗତ ବିଜୟ କୁମାର ଜେନାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା।ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ଶ୍ରୀ ଜେନା ଦୁଇ ଥର ବିଧାୟକ, ଗୋଶାଣୀ ବ୍ଲକର ଦୁଇ ଥର ଅଧ୍ୟକ୍ଷ,ଗୁରାଣ୍ଡି ପଞ୍ଚାୟତରେ ଦୁଇ ଥର ସରପଞ୍ଚ ହୋଇ ଥିଲେ। ନିଜ ଜୀବନକୁ ଜନ ସେବାରେ ଉତ୍ସର୍ଗ କରିଥିଲେ।ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ସଭାପତିତ୍ୱ କରିଥିଲେ ଶିକ୍ଷୟିତ୍ରି ସସ୍ମିତା କୁମାରି ଜେନା ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ।ଉମା ଶଙ୍କର ପାତ୍ର,ସଞ୍ଜୟ ରାଉତଙ୍କ ସମେତ,ସରପଞ୍ଚ,ସମିତି ସଭ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଓ ଶ୍ରୀ ଜେନାଙ୍କ ପରିବାର ବର୍ଗ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ।ଶେଷରେ ଆଇନ ଜୀବୀ ଶିଶିର କୁମାର ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *