ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ର ସମାଧାନ ପାଇଁ ଗଞ୍ଜାମ ଜିଲ୍ଲା ବିଜେଡ଼ି ପକ୍ଷରୁ ଦକ୍ଷିଣାଞ୍ଚଳ ଆଇଜି ଙ୍କୁ ସ୍ମାରକପତ୍ର ପ୍ରଦାନ।
ଗତ ଏକ ବର୍ଷ ମଧ୍ୟରେ ରାଜ୍ୟର ଆଇନ୍ ଶୃଙ୍ଖଳା ଏତେ ଭୟଙ୍କର ଭାବେ ବିପର୍ଯ୍ୟସ୍ତ ହୋଇପଡିଛି ରାଜ୍ୟର ସାଧାରଣ ଜନତା ନିଜକୁ ସୁରକ୍ଷିତ ମଣୁନାହାନ୍ତି। ବିଶେଷକରି ଗତ ଏକ ସପ୍ତାହ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି କହିନସରେ। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ବିଜେଡ଼ି ପକ୍ଷରୁ ବିଭିନ୍ନ ପ୍ରକାରର ଅସାମାଜିକ ଯୁବକ ମାନଙ୍କୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ ଦକ୍ଷିଣାଞ୍ଚଳ ଆଇଜି ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ବିଜେଡ଼ି ସଭାପତି ଡଃ ରମେଶ ଚନ୍ଦ୍ର ଚ୍ୟାଉପଟନାୟକଙ୍କ ନେତୃତ୍ବରେ ଏକ ବିରାଟ ଶୋଭାଯାତ୍ରାରେ ଦଳୀୟ ନେତା ଯଥା ପୁର୍ବତନ ସାଂସଦ ଡଃ ରାଜଶ୍ରୀ ମଳିକ, ପୁର୍ବତନ ମନ୍ତ୍ରୀ ଟୁକୁନି ସାହୁ ପୁର୍ବତନ ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ବାଇଁ, ସୁବାଷ ବେହେରା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ପୁର୍ବତନ ନିଗମ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରାଜେଶ୍ଵରୀ ଦୋରା ଙ୍କ ସମେତ ବହୁ ବରିଷ୍ଠ ନେତା, କର୍ମକର୍ତ୍ତା ଓ କର୍ମୀ ପ୍ରମୁଖ ଯୋଗ ଦେଇ ଦକ୍ଷିଣାଞ୍ଚଳ ଆଇଜି ଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଥିଲେ।
