ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନଗଞ୍ଜାମ ଜିଲ୍ଲା ଆଇନସେବା ପ୍ରାଧିକରଣ

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନଗଞ୍ଜାମ ଜିଲ୍ଲା ଆଇନସେବା ପ୍ରାଧିକରଣ,

ବ୍ରହ୍ମପୁର ଦ୍ୱାରା ଗୁରୁବାର ଶ୍ରଦ୍ଧା ସଂଜୀବନୀ, ଗୋପାଳପୁର ଠାରେ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ା ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶିଶୁ ମାନଙ୍କର ଯତ୍ନ, ଶିଶୁ ଅଧିକାର ସୁରକ୍ଷା ଆଇନ, ଶିଶୁ ଶ୍ରମିକ ନିରାକରଣ ଆଇନ ସୁଚାରୁରୂପେ ପରିଚାଳନା ତଥା ଆଇନ ସେବା ପ୍ରାଧିକରଣର ଅଧିନିୟମ ୧୯୮୭ ରେ ଥିବା ବିଭିନ୍ନ ଵିଧିବ୍ୟବସ୍ଥା ଲକ୍ଷ୍ୟ ଓ ଆଭିମୁଖ୍ୟ,ନିଃଶୁଳ୍କ ଆଇନ ସେବା ପାଇଁ ଯୋଗ୍ୟ ହିତାଧିକାରୀ ବିଷୟରେ ଆଲୋଚନା କରାଯାଇଥିଲା l ଏହି ଅବସରରେ ଶ୍ରଦ୍ଧା ସଂଜୀବନୀର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା l ବିଜେତା ତଥା ପ୍ରତିଯୋଗୀ ମାନଙ୍କୁ ଜିଲ୍ଲା ଓ ଦୌରା ଜଜ ତଥା ପ୍ରାଧିକରଣ ଅଧ୍ୟକ୍ଷା ଡ଼ା ଭାଗ୍ୟଲକ୍ଷ୍ମୀ ରଥ ଏବଂ ଉପସ୍ଥିତ ପଦାଧିକାରୀଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଏହି ଅବସରରେ ପରିବାର ଅଦାଲତ ବିଚାରପତି ଶ୍ରୀମତୀ ଜାନକୀ ବିଶ୍ୱାଳ,ପିଓ ଓପିଆଇଡି ବିଚାରପତି ଶ୍ରୀମତୀ ସଂଗୀତା ପାଣି,ସିନିୟର ସିଭିଲ ଜଜ (LR&LTV)ଶ୍ରୀ କମଳାକାନ୍ତ ରାଉତ,ସିନିୟର ସିଭିଲ ଜଜ ଶ୍ରୀ ବ୍ୟୋମକେଶ ନାୟକ, ସିଭିଲ ଜଜ ଜୁନିଅର ଡିଭିଜନ ଶ୍ରୀମତୀ ସସ୍ମିତା ସେଠି,ଜେଏମଏସସି ସସ୍ମିତା ସାମଲ ,ଜେଏମଏସସି ଦୀପିକା ବଡ଼ମାଳି, ଶ୍ରଦ୍ଧା ସଂଜୀବନୀ ପରିଚାଳକ ଲୋକନାଥ ମିଶ୍ର,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ,ସିଡବ୍ଲୁସି ସଦସ୍ୟ ଡ଼ଃ ଦିଲ୍ଲୀପ କୁମାର ତ୍ରିପାଠୀ ଏବଂ ଶ୍ରୀ ପ୍ରଣବ ପାଢ଼ୀ,ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ଶ୍ରୀ ଟି.କେ ରେଡ୍ଡୀ,ପିଏଲଏ-ପିୟୁଏସ ସଦସ୍ୟା ଭାରତି ପାତ୍ର, ପ୍ୟାନେଲ ଓକିଲ ଶ୍ରୀ ଟି. ସୁଶାନ୍ତଙ୍କ ସମେତ ପାରାଲିଗଲ ସ୍ବେଛାସେବୀ,ଆଶ୍ରମର ସମସ୍ତ କର୍ମକର୍ତ୍ତା, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ l

Leave a Reply

Your email address will not be published. Required fields are marked *