ରମେଶ ଙ୍କ ଟୁଇଟ ପ୍ରଭାବ: ମୁକୁଳା ଟ୍ରାନ୍ସଫର୍ମର ର ଚାରିଆଡ଼େ ତିଆରି ହେଲା ପାଚେରୀ.

*ରମେଶ ଙ୍କ ଟୁଇଟ ପ୍ରଭାବ: ମୁକୁଳା ଟ୍ରାନ୍ସଫର୍ମର ର ଚାରିଆଡ଼େ ତିଆରି ହେଲା ପାଚେରୀ।*

ବରଗଡ଼ – (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ପୌରପରିଷଦ ଅନ୍ତର୍ଗତ ରେଳୱେ ଷ୍ଟେସନ ଛକ (ବରଗଡ଼-ଭେଡେନ କେନାଲ ରାସ୍ତା) ନିକଟରେ ଥିବା ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍ ଟ୍ରାନ୍ସଫର୍ମର ମୁକୁଳା ଅବସ୍ଥାରେ ଥିବାବେଳେ ଗାଇ ଗୋରୁ ତଥା ଅନେକ ଙ୍କ ଜୀବନ ପ୍ରତି ବିପଦ ଥିବା ଦେଖି ରାସ୍ତାରେ ଯାଉଥିବା ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ କେଶରୀପାଲି ର ରମେଶ ମେହେର ଟ୍ରାନ୍ସଫର୍ମର ର ଚାରିପଟେ ତୁରନ୍ତ ସୁରକ୍ଷା ପାଚେରୀ ଦେବାପାଇଁ ମୁଖ୍ୟମନ୍ତ୍ରୀ ଉଜିଲ୍ଲାପାଳ ତଥା ବିଭାଗୀୟ ଉଚ୍ଚ ଅଧିକାରୀ ଙ୍କୁ ସାମାଜିକ ଗଣମାଧ୍ୟମ ଏକ୍ସ ଯୋଗେ ଟୁଇଟ କରି ଅନୁରୋଧ କରିଥିଲେ। ଟୁଇଟ ପରେ ବିଭାଗ ପକ୍ଷରୁ ପାଚେରୀ ନିର୍ମାଣ ହୋଇଥିବାରୁ ବିଭାଗ କୁ ତଥା ରମେଶ ଙ୍କ ମହାନ କାର୍ଯ୍ୟ ପାଇଁ ଲୋକେ ପ୍ରଶଂସା କରୁଛନ୍ତି।

Leave a Reply

Your email address will not be published. Required fields are marked *