ସ୍ବତନ୍ତ୍ର ତନାଘନା ଫଳରେ ବ୍ରହ୍ମପୁର ପୋଲିସ କୁ ମିଳିଛି ବଡ ସଫଳତା।ସାରା ଗଞ୍ଜାମ ଜିଲ୍ଲାରେ ଅପରାଧୀ ମାନଙ୍କୁ ସାବାଡ୍ କରିବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଫଳରେ ୧୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀ,୬ ବନ୍ଧୁକ,୧୨ ଜୀବନ୍ତ ଗୁଳି,୧ ସାବଳ ୨ ଖଣ୍ଡା ଓ ୬ ଟି ମୋବାଇଲ ଫୋନ ଜବତ ଅଟକ ଅଭିଯୁକ୍ତ ମାନଙ୍କୁ ବିଭିନ୍ନ ଥାନାରେ ରଖି ଜେରା କରିବା ପରେ ଭାରତୀୟ ନ୍ୟାୟ ସଂହିତା ର ବିଭିନ୍ନ ଦଫାରେ ମୋକଦ୍ଦମା ରୁଜ୍ଜୁ କରି ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ବଡ଼ବଜାର ଥାନା ଅଞ୍ଚଳର ଭାଲୁ ସାମଲ, ଲିଙ୍ଗରାଜ ସାମଲ, ସତ୍ୟବାନ୍ ଦାସ ଓ କେ ପ୍ରସାଦ ରାଓ, ସଦର ଥାନା ଅଞ୍ଚଳର ମଣ୍ଟୁ ଗୌଡ, ରାକେଶ ପାଢ଼ୀ,ପାର୍ଥ ଦାସ ଓ ରଞ୍ଜନ ନାୟକ, ନିମଖଣ୍ଡି ଥାନା ଅଞ୍ଚଳର ଅଶୋକ ପାଣିଗ୍ରାହୀ,ସଙ୍ଘମ୍ ପାଣିଗ୍ରାହୀ, ଅଜିତ୍ ସେଠୀ ଓ ଟୁନା ନାୟକ ପ୍ରମୁଖ। ଉକ୍ତ ଅଭିଯୁକ୍ତ ମାନେ ସବୁ ପୁରୁଣା ଅପରାଧୀ ଓ ସମସ୍ତଙ୍କ ବିରୋଧରେ ବିଭିନ୍ନ ଥାନାରେ ବହୁ ସଙ୍ଗୀନ ମାମଲା ରହିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମୀଳନୀରେ ବ୍ରହ୍ମପୁର ଆଇ ଜି ନୀତି ଶେଖର ଓ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ବିବୃତି ରଖିଛନ୍ତି।
