ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୪ତମ ଜୟନ୍ତୀ ପାଳିତ

ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୪ତମ ଜୟନ୍ତୀ ପାଳିତ

ରାୟଗଡ଼ ତା ୨୬.୪.୨୦୨୫. ଜିଲ୍ଲା ପ୍ରଶାସନ ତରଫରୁ ଶନିବାର ଦିନ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୪ତମ ଜୟନ୍ତୀ ସ୍ଥାନୀୟ ସଂସ୍କୃତି ଭବନ ଠାରେ ପାଳିତ ହୋଇଯାଇଛି । ପୂର୍ବାହ୍ନ ସାତ ଘଟିକା ସମୟରେ ରାୟଗଡ଼ବାସୀ ଗଜପତି ଛକସ୍ଥିତ ଗଜପତି ମହାରାଜାଙ୍କ ପ୍ରତିମୂର୍ତ୍ତି ନିକଟରେ ସମାଗମ ହୋଇଥିଲେ। ଅତିରିକ୍ତ ଜିଲ୍ଳାପାଳ ନବୀନ ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ ରମେଶ କୁମାର ଜେନା, ବରିଷ୍ଠ ନାଗରିକ କଲ୍ୟାଣ ସଂଘ, ୱାକର୍ସ କ୍ଲବ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଶିକ୍ଷକ, ଛାତ୍ର, ଛାତ୍ରୀବୃନ୍ଦ ଓ ଜନସାଧାରଣ ଉପସ୍ଥିତ ରହି ପୂଜାର୍ଚ୍ଚନା ସହ ଗଜପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ସକାଳ ୮.୩୦ ମିନିଟ ସମୟରେ ସଂସ୍କୃତି ଭବନ ଠାରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାଏକ, ବରେଣ୍ୟ ଅତିଥି ରୂପେ ଉପଜିଲ୍ଲାପାଳ ରମେଶ କୁମାର ଜେନା, ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସଞ୍ଚୁରିୟାନ୍ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ଡଃ ରାଜେଶ କୁମାର ପାଢ଼ୀ, ବରିଷ୍ଠ ସାମ୍ବାଦିକ ତଥା ପାରଳାଖେମୁଣ୍ଡି ମାଟିର ବ୍ୟକ୍ତିତ୍ୱ ଅମୂଲ୍ୟ ରତ୍ନ ସାହୁ, ମୁଖ୍ୟବକ୍ତା ଭାବେ ରାୟଗଡା ସ୍ଵୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ଶ୍ରୀମତୀ ରାଜଲକ୍ଷ୍ମୀ ଦେବୀ ଏବଂ ସଂଯୋଜକ ଭାବେ ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା ଓ ପରେ ବନ୍ଦେ ଉତ୍କଳ ଜନନୀ ସମବେତ ଗାନ କରାଯାଇଥିଲା । ମୁଖ୍ଯ ଅତିଥି ଓ ବରେଣ୍ଯ ଅତିଥିବୃନ୍ଦ ଗଜପତିଙ୍କ ସ୍ମୃତିଚାରଣ କରିବା ସହ ସ୍ବତନ୍ତ୍ର ଭାଷାଭିତ୍ତିକ ରାଜ୍ଯ ଗଠନ, ଶିକ୍ଷା, ସ୍ବାସ୍ଥ୍ୟ,କୃଷି, ଗମନାଗମନ, ନାରୀ ସଶକ୍ତିକରଣ, ସୁରକ୍ଷା ନିମନ୍ତେ ପାଇକ ଆଖଡ଼ା, ସମରକଳା ଆଦି କ୍ଷେତ୍ରରେ ତାଙ୍କ ଅନବଦ୍ୟ ଅବଦାନର ଉଦାହରଣ ମାନ ନିଜ ନିଜର ଅଭିଭାଷଣରେ ଉପସ୍ଥାପନ କରିଥିଲେ । ରାଜନୈତିକ, ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ, ଭାଷା, ସାହିତ୍ଯର ସମୃଦ୍ଧି ତଥା ସାର୍ବଭୌମତ୍ବର ସୁରକ୍ଷା କ୍ଷେତ୍ରରେ ସେ ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ସେ ସଦା ଅମର ହୋଇ ରହିବେ ଏବଂ ତାଙ୍କ ଜୀବନାଦର୍ଶ ଆମ ପାଇଁ ଆଜୀବନ ପ୍ରେରଣାଦାୟୀ ରହିବ ବୋଲି ମୁଖ୍ଯ ଅତିଥି ଓ ଅତିଥିବୃନ୍ଦ ପ୍ରକାଶ କରିଛନ୍ତି । ଉପ ନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ନୀଳାଞ୍ଚଳ ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ବିଭାଗ ତଥା ସଂସ୍କୃତି ବିଭାଗରେ କାର୍ଯ୍ୟରତ କର୍ମକର୍ତ୍ତା କୁମୁଦିନୀ ମିଶାଲ, ଡମ୍ବରୁଧର ପଣ୍ଡା, ଭବାନୀ ଶବର,ମନୀଷା ଚୌଧୁରୀ,ପ୍ରଶାନ୍ତ ସାହୁ,ରାଜେନ୍ଦ୍ର ଦୋରା,ରଞିତ ପିଡିସିକା, ଭି ଚନ୍ଦ୍ର ଶେଖର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *