ଥୁଆପାଲି ରାଷ୍ଟ୍ରୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ର ୨୦ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଥୁଆପାଲି ରାଷ୍ଟ୍ରୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ର ୨୦ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ପରିଚୟ ପ୍ରଦାନ କରିଥିଲେ ଆଚାର୍ଯ୍ୟା ବବିତା ମେହେର ।ପ୍ରଥମେ ଅତିଥି ମାନକଂ ପକ୍ଷରୁ ମା ସରସ୍ଵତୀ, ଶ୍ରୀ ଗଣେଶ ଓ ଭାରତ ମାତାଙ୍କ ଫଟୋ ଚିତ୍ରରେ ନିକଟରେ , ଧୂପ, ଦୀପ ପ୍ରଜ୍ବଳନ କରି ପୂଜାର୍ଚ୍ଚନା କରି କରିଥିଲେ। ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ଏଥିରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ତଥା ବିଶିଷ୍ଟ ଶିକ୍ଷାବିତ ଅମିୟ କୁମାର ମେହେର। ଏଥିରେ ମୁଖ୍ୟ ଅତିଥି ଭାବେ ଭେଡେନ ବ୍ଲକ ର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରଣଜିତ କୁମାର ଭୋଇ ଓ ମୁଖ୍ୟବକ୍ତା ଭାବେ ପୂର୍ବତନ କାଦୋବାହାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଦାଶ ।ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ, ପ୍ରଧାନ ଆଚାର୍ଯ୍ୟ ଲତାଗିରି ନଈ ।କ୍ରୀଡା ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କୁ ସଂଯୋଜନା କରିଥିଲେ ନାରାୟଣ ପଧାନ। ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ଛାତ୍ରଛାତ୍ରୀ ମାନକୁଂ ପୁରସ୍କାର ବିତରଣ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଉଦଯାପନୀ ସଂଗୀତ ପରିବେଷଣ କରିଥିଲେ। ଏହା ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସାଂସ୍କୃତିକ ର ଉପଦେଷ୍ଟା ଭାବେ ରଂଜନ କୁମାର ଭୂଏ, ମନୋଜ କୁମାର ଭୂଏ ପରିଚାଳନା କରିଥିଲେ ।ଏହି ବାର୍ଷିକ ରେ ସମସ୍ତ ଅଭିଭାବକ /ଅଭିଭାବିକା ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନକୁଂ ଉତ୍ସାହିତ କରିଥିଲେ ।ଏହି ବାର୍ଷିକ ଉତ୍ସବ କୁ ପରିଚାଳନା କମିଟି ର ସଂପାଦକ ଫଗୁନ ଯୁଆଡି ସମେତ ସମସ୍ତ ପରିଚାଳନା କମିଟି ର ସଦସ୍ୟ /ସଦସ୍ୟା ଓ ଆଚାର୍ଯ୍ୟ /ଆଚାର୍ଯ୍ୟା, ଜନସାଧାରଣ ଉପସ୍ଥିତ ରହି ସହଯୋଗ କରିଥିଲେ।


