ଯୋଗାଣ ସାମଗ୍ରୀ ଆଣିବାକୁ ଯିବାବେଳେ ଘାଟିରେ ଓଲଟିଲା ଟ୍ରାକ୍ଟର ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଳକ ଅନ୍ତର୍ଗତ ବୁଡୁବାଲି ଗ୍ରାମପଞ୍ଚାୟତର ସରସାମାଳି ଘାଟିରେ ଓଲଟିଲା ଯାତ୍ରୀବାହି ଟ୍ରାକ୍ଟର। ମାସିକ ଯୋଗାଣ ସାମଗ୍ରୀ ଆଣିବା ନିମନ୍ତେ ଶନିବାର ଦିନ ବୁଡୁବାଲି ଗ୍ରାମପଞ୍ଚାୟତ କାର୍ଯ୍ୟଳୟ କୁ ଯାଉଥିଲେ ପେନାକାଡୁ, ଆମଲିମା ଓ ପାଖ ଗ୍ରାମର 29 ଜଣ। କିନ୍ତୁ ସରସାମାଳି ଘାଟି ରେ ଓଲଟିଲା ଟ୍ରାକ୍ଟର ଏବଂ ଘଟଣା ସ୍ଥଳରେ ଜଣେ 8 ବର୍ଷ ର ନାବାଳିକା ଝିଅ। ଟ୍ରାକ୍ଟର ରେ ବସିଥିବା ସମସ୍ତ ବଳକା 28 ଜଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତା ରେ ସମସ୍ତ ଆହତ ଙ୍କୁ ଚନ୍ଦ୍ରପୁର ଓ ମୁନିଗୁଡା ମେଡିକାଲ ରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଂଚି ଅଧିକ ଅନୁସନ୍ଧାନ ଜାରି ରଖିଛନ୍ତି। ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ
