ପୋଲସିକୁ ମାଡ଼ମରା ଘଟଣା: ଆକ୍ସସନର ରିଆକ୍ସନ ଦେଖାଇଲା ପୋଲିସ ଆର, ଉଦୟଗିରି,୨୨ା୩ (ମନୋଜ ପାଢୀ): ଗୁରୁବାର ବିଳମ୍ବିତ ରାତିରେ ଗାଁରେ ପଶି ଗଞ୍ଜେଇ ରେଡ କଲା ବେଳେ ମାଡ଼ ଖାଇଥିଲେ ପୋଲିସ। ପୋଲିସ ଗାଡ଼ିକୁ ବି ଭାଙ୍ଗି ଥିଲେ ଲୋକେ। ଶୁକ୍ରବାର ମୋହନା ଥାନାରେ ଏସ୍ପି ଯତୀନ୍ଦ୍ର କୁମାର ପଣ୍ଡା ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖବରଦାତା ସମ୍ମିଳନୀରେ କହିଥିଲେ। ଅନ୍ୟପକ୍ଷେ ଶନିବାର ଦମ୍ ଦେଖାଇଛି ପୋଲିସ। ଘଟଣା ହେଉଛି ଗଜପତି ଜିଲା ମୋହନା ଥାନା ଅନର୍ଗତ ପୀଡିଆରୀ ଗାଁର lଶୁକ୍ରବାର ପୋଲିସ ପ୍ରାୟ ୪୦କୁଇଣ୍ଟାଲ ଗଞ୍ଜେଇ ଜବତ କରି ଫେରୁଥିବା ବେଳେ ୨୬ଜଣ ପୋଲିସକୁ ଆକ୍ରମଣ ସହ ଗାଡ଼ିକୁ ଭଞ୍ଜରୁଜା କରିଥିଲେ। କୌଶଳକ୍ରମେ ଚତୁରତାର ସହ ପୋଲିସ ଏକ ପିକଅପରେ ୨୦ କୁଇଣ୍ଟାଲ ଗଞ୍ଜେଇ ଆଣିବାରେ ସକ୍ଷମ ହୋଇଥିଲା। ହେଲେ ଶନିବାର ୮ ପ୍ଲାଟୁନ ଫୋର୍ସ ଧରି ଉକ୍ତ ଗାଁରେ ପହଞ୍ଚିଥିଲା ପୋଲିସ l ତେବେ ପୋଲିସ ଗଞ୍ଜେଇ ଜବତ କରିବା ସହିତ ଉକ୍ତ ଅଞ୍ଚଳରୁ ୫ ଜଣକୁ ଉଠାଇ ଆଣିଲା। ଭଙ୍ଗାରୁଜା ମାମଲାରେ ୩ ଜଣଙ୍କୁ ଏବଂ ଗଞ୍ଜେଇ ମାମଲାରେ ୨ ଜଣଙ୍କୁ ଗିରଫ କରିଥିବା ଏସ୍ପି କହିଛନ୍ତି। ମୋହନା ଥାନାରେ କେଶ ନଂ. ୪୩/୨୫ ଏକ ମାମଲା ରୁଜୁ ହୋଇଛି। ଆଗକୁ ଜୋରଦାର ପାଟ୍ରୋଲିଂ କରାଯିବ ବୋଲି ଏସପି କହିଛନ୍ତି। ତେବେ ବିପୁଳ ପରିମାଣର ଗଞ୍ଜେଇ ଜବତ ଦେଖି ଅଞ୍ଚଳବାସୀ ଆଶର୍ଯ୍ୟ ହୋଇଯାଇଛନ୍ତି।
Related Posts
ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ l
ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ l ରାୟଗଡ଼:ରାୟଗଡ଼ ଜିଲ୍ଲା ଆଞ୍ଚଳିକ ପରିବହନ କତୃପକ୍ଷ ତରଫରୁ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳ ସଡ଼କ…

ଅତିରିକ୍ତ ଜିଲାପାଳଙ୍କୁ ବିଜେପି ଜ଼ିଲ୍ଲା ସଭାପତିଙ୍କ ଦୁର୍ବ୍ୟବହାର ନେଇ ରାଜନୈତିକ ଦଳ ର ବୟାନ ବାଜି ଆରମ୍ଭ
ଅତିରିକ୍ତ ଜିଲାପାଳଙ୍କୁ ବିଜେପି ଜ଼ିଲ୍ଲା ସଭାପତିଙ୍କ ଦୁର୍ବ୍ୟବହାର ନେଇ ରାଜନୈତିକ ଦଳ ର ବୟାନ ବାଜି ଆରମ୍ଭ ରାୟଗଡ଼ା: ରାୟଗଡ଼ା ଅତିରିକ୍ତ ଜିଲାପାଳ ନିହାର ରଞ୍ଜନ କହଁରଙ୍କୁ…
ହାଇଦ୍ରାବାଦରେ ପୁଣି ଗଜପତି ଜିଲ୍ଲାର ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ
ହାଇଦ୍ରାବାଦରେ ପୁଣି ଗଜପତି ଜିଲ୍ଲାର ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ଗଜପତି:୨୯/୫(ମନୋଜ ପାଢୀ): ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଦାଦନ ଖଟିବାକୁ ଯାଇଥିବା ଗଜପତି ଜିଲ୍ଲାର ଆଉ ଜଣେ…