ଅଦରକାରୀ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରେ ତିଆରି ଘରଇ ଉପକରଣ ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଅନେକ ସମୟରେ ଆମେ ଅଦରକାରୀ ବର୍ଜ୍ୟ ଜିନିଷ ଗୁଡ଼ିକୁ ବାହାରେ ଫୋପାଡି ଦେଇଥାଉ । କିନ୍ତୁ ସେହି ଅଦରକାରୀ ପ୍ଲାଷ୍ଟିକ ଦୌଡ଼ିକୁ ନ ଫୋପାଡି ସେଥିରୁ ବହୁ ସୁନ୍ଦର କାରୁକାର୍ଯ୍ୟ ତିଆରି କରୁଛନ୍ତି । ଯାହାକୁ ଦେଖିଲେ ଆଖି ଝଲସି ଯାଏ । ତେବେ ଚାଲନ୍ତୁ ଦେଖିବା ଦୁର୍ଗମ ଅଞ୍ଚଳର ଆଦିବାସୀ ଯୁବକ କିଭଳି ଅଦରକାରୀ ପ୍ଲାଷ୍ଟିକ ଦଉଡ଼ି ରେ କିପରି ତିଆରି କରୁଛନ୍ତି ଘରୋଇ ଉପକରଣ ।ଦୁର୍ଗମ ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ମାଣିକପୁର ପଞ୍ଚାୟତ କମାରାଖାଲି ଗ୍ରାମର ଅନନ୍ତ ଦଳାଇ । ପେଶାରେ ଜଣେ ମିସ୍ତ୍ରୀ । ମିସ୍ତ୍ରୀ କାମ କରି ନିଜ ପରିବାର ପ୍ରତିପୋଷଣ କରନ୍ତି । ପ୍ରତ୍ୟେକ ଦିନ ସକାଳୁ ସକାଳୁ ହାତରେ ଗଜ, ତାପି, କଡେଇ ଧରି ବାହାରି ପଡନ୍ତି ମିସ୍ତ୍ରୀ କାମକୁ । ଆଜିର ମହାଙ୍ଗା ଯୁଗରେ ଏହି ମିସ୍ତ୍ରୀ କାମ ଅବା କେତେ ପେଟ ପୋଷିବ । ସେହି ମିସ୍ତ୍ରୀ କାମ କରିବା ବେଳେ ଟାଇଲ ପେଡ଼ି ବନ୍ଧା ହୋଇ ଆସିଥିବା ପ୍ଲାଷ୍ଟିକ ଦୌଡିକୁ ଦିନ ଦେଖି ମନରେ ଅନେକ ଭାବନା ଆସିଥିଲା । ସେହି ଭାବନା କୁ ନିଜେ ଖାଲି ସମୟରେ ବସି ତିଆରି କଲେ କିଛି ନୂଆ ଜିନିଷ । ପରେ ପରେ ତାକୁ ଆଗକୁ ବଢ଼ାଇବା ଲାଗି ସଂଗ୍ରହ କଲେ ଅନେକ ଅଦରକାରୀ ପ୍ଲାଷ୍ଟିକ ଦଉଡ଼ି । ଆଉ ସେଥିରୁ ତିଆରିକଲେ ନାନା ପ୍ରକାର ଘରୋଇ ଉପକରଣ ।ନିଜ ଗ୍ରାମର କିଛି ଲୋକ ମଧ୍ୟ ବାଉଁଶ ପାତିରେ ତିଆରି କରୁଥିଲେ ବିଭିନ୍ନ ପ୍ରକାର ଜିନିଷ । ତଲାରି , ଢୋଲି, ଚାଙ୍ଗୁଡ଼ି ,କୁଲା ,ଏପରିକି ଅନେକ ପ୍ରକାର ଘରୋଇ ଉପକରଣ । କିନ୍ତୁ ଏହି ଜିନିଷ କିଛି ଦିନ ଗଲାପରେ ସମ୍ପୂର୍ଣ ନଷ୍ଟ ହୋଇଯାଉଥିଲା । କାରଣ ଉଇ , ପୋକ , ଖାଇ ନଷ୍ଟ କରିଦେଉଥିଲେ । ହେଲେ ଏଇ ପ୍ଲାଷ୍ଟିକ ଦଉଡ଼ି ରେ ତିଆରି କଲା ପରେ ତାହା କେବେ ବି ନଷ୍ଟ ହେଉନି ଏପରିକି ଅତି ସୁନ୍ଦର ଦେଖା ଯିବାରୁ ତାହାକୁ ସମସ୍ତ କିଣି ନେଇଯାଉଛନ୍ତି। ଆଉ ଭଲ ଦୁଇ ପଇସା ମଧ୍ୟ ପାଉଛନ୍ତି ଅନନ୍ତ । ସେଥିରେ ନିଜ ପରିବାର ମଧ୍ୟ ପୋଷୁଛନ୍ତି । ଦୁର୍ଗମ ଅଞ୍ଚଳ ହୋଇଥିବା ରୁ ଏହାକୁ ବିକ୍ରୀ କରିବାରେ କିଛି ଅସୁବିଧା ହେଉଥିଲେ ମଧ୍ୟ ହାର ମାନି ନାହାନ୍ତି ଅନନ୍ତ । ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଅନନ୍ତ କୁ ଯଦି କୌଣସି ସରକାରୀ ସହାୟତା ମିଳି ପାରିଥାନ୍ତା ତାହା ହେଲେ ସେ ଆଉକିଛି ଭିନ୍ନ ପ୍ରକାର ଘରୋଇ ଉପକରଣ କରି ଲୋକଙ୍କ ପାଖରେ ପହଞ୍ଚାଇ ନିଜ ପରିବାର ପ୍ରତିପୋଷଣ କରିପାରିଥାନ୍ତେ ବୋଲି କହିଛନ୍ତି ।
Related Posts

ଏପ୍ରିଲ ୨ ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରତି ବିଦ୍ୟାଳୟରେ ଅନୁଷ୍ଠିତ ହେବ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ।
ଜିଲ୍ଲାରେ ନିମନ୍ତ୍ରିତ ହେଲେ ପାଞ୍ଚ ଓ ଛଅ ବର୍ଷର ଶିଶୁ ରାୟଗଡା ତା-୨୦-୩-୨୦୨୫ ଆଗାମୀ ଏପ୍ରିଲ ୨ ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରତି ବିଦ୍ୟାଳୟରେ ଅନୁଷ୍ଠିତ…

୧୧ଦିନ ପରେ ମିଳିଲା ନିଖୋଜ ଶିଶୁର ମୃତ ଦେହ।
୧୧ଦିନ ପରେ ମିଳିଲା ନିଖୋଜ ଶିଶୁର ମୃତ ଦେହ। -କଲ୍ୟାଣସିଂହପୁରDate-୨୧/୩/୨୫- ୧୧ଦିନ ପରେ ମିଳିଲା ନିଖୋଜ ଶିଶୁର ମୃତ ଶରୀର,ଗାଁ ଲୋକେ ଦେଖି ପୁଲିସ କୁ ଖବର…

ସର୍ଟି ସର୍କିଟ ହୋଇ ଘରେ ଅଗ୍ନିକାଣ୍ଡ ସାହିର ତିନୋଟି ଘର ଭସ୍ମୀଭୂତ ବ୍ୟାପକ କ୍ଷତି ।
– ସର୍ଟି ସର୍କିଟ ହୋଇ ଘରେ ଅଗ୍ନିକାଣ୍ଡ ସାହିର ତିନୋଟି ଘର ଭସ୍ମୀଭୂତ ବ୍ୟାପକ କ୍ଷତି । -କଲ୍ୟାଣସିଙ୍ଗପୁରDate-19/03/-ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଲାଗି ତିନୋଟି ଘର ସମ୍ପୂର୍ଣ୍ଣ…