ପାଣି ପାଇଁମହିଳା ଙ୍କ ରାସ୍ତା ରୋକ
ରାୟଗଡ଼ା 13/02)( ପ୍ରଫୁଲ କୁମାର ବେହେରା)ରାୟଗଡ଼ା କାଶୀପୁର ବ୍ଲକ ଶଙ୍କରଡ଼ା ଠାରେ ଆଜିଗ୍ରାମର ମହିଳା ମାନେ ପିଇବା ପାଇଁ ମୁଖ୍ୟରାସ୍ତାଅବରୋଧ କରିବାରୁ ଯାନବାହନ ଚଳାଚଳ ବାଧା ପ୍ରାପ୍ତି ହୋଇଥିଲା ।ପ୍ରଶାସନ ହସ୍ତକ୍ଷେପ ପରେ ଅପରାହ୍ନରେ ରାସ୍ତା ରୋକ ପ୍ରତ୍ୟାହୃତ ହୋଇ ଯାଇଛି।ଶଙ୍କରଡ଼ା ଦଳିତ ସାହିରେ ଶତାଧିକ ପରିବାର ପାଇଁ ଗୋଟିଏ ନଳ କୂପ ଏବଂସୋଲାର ପ୍ରକଳ୍ପ ରହିଛି ।ଏକ ମାସରୁ ଅଧିକ ଦିନ ହେଲା ସୋଲାର ପ୍ରକଳ୍ପଅଚଳ ହୋଇ ପଡ଼ିଥିବା ବେଳେ ନଳ କୂପରୁ ପାର୍ଯ୍ୟାପ୍ତ ପାଣି ବାହାରୁ ନାହିଁ ।ସେହିପରି ପାଇପ ଫାଟି ଥିବାରୁ ପାଇପରେ ପାଣି ଆସୁ ନାହିଁ । ପାଣି ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କେହିକର୍ଣ୍ଣ ପାତ ନ କରିବାରୁ ବାଧ୍ୟ ହୋଇ ରାସ୍ତା ରୋକ କରିଥିବାର ଗ୍ରାମବାସୀ। କହିଛନ୍ତି ।ରାସ୍ତା ରୋକ ଖବର ପାଇ ଏବିଡ଼ିଓ ପଦ୍ମିନୀ କହଁର ସହକାରୀ ଯନ୍ତ୍ରୀ ଆର କେ ମହାପାତ୍ର, r w ss ଯନ୍ତ୍ରୀ ସହିତ ଟିକିରି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ।ଦଳିତ ସାହିରେପାଣି ଟାଙ୍କି ନିର୍ମାଣ ଏବଂ ଆଉ ଏକ ନଳ କୂପ ବସାଇବାପାଇଁ ଦାବି କରାଯାଇଥିଲା ।ପ୍ରଶାସନରଲିଖିତ ପ୍ରତିଶ୍ରୁତିପରେ ରାସ୍ତା ରୋକପ୍ରତ୍ୟାହୃତ ହୋଇଯାଇଛି । ଏଥିରେ ଶଙ୍କ ରଡ଼ା ସରପଞ୍ଚ ସହିତ ପିଇଓନବୀନ ନାୟକ,ୱାର୍ଡ ମେମ୍ବରବନିତା ହିଆଲ ,ଵିଲାସିନୀହିଆଲ, ନିବେଦିତା ହିଆଲ,ରାମ ଦେଈ ଖୋସଲା,ରେଜମା ନାଏକସହିତ ଗ୍ରାମର ବହୁ ଜଣ ମହିଳା ପୁରୁଷଉପସ୍ଥିତ ଥିଲେ । ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ
