ବୋମାମାଡ କରି ମଜା ନେଉଥିବା ଯୁବକ ମାନଙ୍କ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ଗଞ୍ଜାମ:ଗତ ସପ୍ତାହ ପୁର୍ବରୁ ଦିଗପହଣ୍ଡି ଅଞ୍ଚଳରେ ଘନଘନ ବୋମାମାଡ କରି ସାରା ଅଞ୍ଚଳକୁ କୋକୁଆ ଭୟ କରୁଥିବା କିଛି ଯୁବକ କୁ ଦିଗପହଣ୍ଡି ପୋଲିସ ମହୁରୀ କାଳୁଆ ମନ୍ଦିର ନିକଟରୁ କାବୁ କରି ମାମଲା ନଂ ୪୨୦/୨୪ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏତଦବ୍ୟତୀତ ଆହୁରି କିଛି ଯୁବକ ଉକ୍ତ ବୋମାମାଡ ଘଟଣାରେ ସଂଶ୍ଲିଷ୍ଟ ଥାଇ ଫେରାର ଅଛନ୍ତି। ବର୍ତମାନ ଗିରଫ ଯୁବକ ମାନେ ହେଲେ ଅଜିତ ସେଠୀ, ପରେଶ୍ ଲେଙ୍କା, ରାକେଶ ପାଢ଼ୀ ଓ ନନ୍ଦନ ବେହେରା ବୋଲି ପୋଲିସ ସୁତ୍ରରୁ ପ୍ରକାଶ ଓ ଉକ୍ତ ଅଭିଯୁକ୍ତ ଯୁବକ ମାନେ ପୁର୍ବରୁ ବହୁ ଅପରାଧରେ ଜଡ଼ିତ ରହି ଜେଲ୍ ଯାଇ ଏହି କିଛି ଦିନ ପୂର୍ବରୁ ଜାମିନ ରେ ଆସି ପୁଣି ଏମିତି ଅପରାଧ ଘଟାଇ ଲୋକଙ୍କୁ ଆତଙ୍କିତ କରୁଥିବା ପୋଲିସ କହିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *