୯ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ଗଜପତି ପୋଲିସ ଆର,ଉଦୟଗିରି୨୭।୧୧( ମନୋଜ ପାଢୀ ): ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶରେ ଅପରେସନ ଗ୍ରୀନ କ୍ଲିନ୍ । ଅଡ଼ବା ଥାନା ଅନ୍ତର୍ଗତ ଗୁଲୁବା ଓ ଅନ୍ତରବା ପଞ୍ଚାୟତରେ ଥିବା ହାଚିପଙ୍କା ଓ କଣ୍ଟାପଦର ଗାଁ ନିକଟସ୍ଥ ଜଙ୍ଗଲ ଜମିରେ ବେଆଇନ ଗଞ୍ଜେଇ ଚାଷ ହୋଇଥିବା ବିଶେଷ ସୂତ୍ରରୁ ଗଜପତି ପୋଲିସ ଖବର ପାଇଥିଲା। ଏହାକୁ ନେଇ ବୁଧବାର ମୋହନା ଥାନା ଅଧିକାରୀଙ୍କ ନେତୃତ୍ୱରେ ଅଡବା ଥାନା ଅଧିକାରୀଙ୍କ ସହ ୭ ପ୍ଲାଟୁନ୍ ପୋଲିସ ଫୋର୍ସ, ଅବକାରୀ ବିଭାଗ ଓ ରାଜସ୍ବ ବିଭାଗ ପକ୍ଷରୁ ଉକ୍ତ ଜଙ୍ଗଲରେ ମିଳିତ ଚଢ଼ାଉ କରାଯାଇଥିଲା। ଚଢାଉରେ ୪୫ ଏକର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ପ୍ରାୟ ୯୦,୦୦୦ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇ ଥିବା ବେଳେ ଏହାର ଆନୁମାନିକ ବଜାର ଦର ୯ କୋଟି ଟଙ୍କା ହେବ ବୋଲି ଗଜପତି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
Related Posts
ମିସ୍ ଟିନ୍ ୟୁନିଭର୍ସ ୨୦୨୪ ମୁକୁଟ ହାତେଇଲେ କିଟ୍ ଛାତ୍ରୀ ତ୍ରିଷ୍ଣା ରାୟ
ଭୁବନେଶ୍ଵର:ମିସ୍ ଟିନ୍ ୟୁନିଭର୍ସ ୨୦୨୪ : ମୁକୁଟ ହାତେଇଲେ କିଟ୍ ଛାତ୍ରୀ ତ୍ରିଷ୍ଣା ରାୟ ଦକ୍ଷିଣ ଆଫ୍ରିକାରେ ମିସ୍ ଟିନ୍ ୟୁନିଭର୍ସ ୨୦୨୪ ସୁନ୍ଦରୀ ପ୍ରତିଯୋଗିତାରେ କିଟ୍…
ଜାତୀୟ ସେବା ଯୋଜନା ତରଫରୁ ସ୍ଵଚ୍ଛ ଭାରତ ଓ ହର୍ ଘର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ….
ଜାତୀୟ ସେବା ଯୋଜନା ତରଫରୁ ସ୍ଵଚ୍ଛ ଭାରତ ଓ ହର୍ ଘର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ…. ହିଞ୍ଜିଳିକାଟୁ :- (କୁନା ଦିଗାଲଙ୍କ ରିପୋର୍ଟ )ଗଞ୍ଜାମ ଜିଲ୍ଲା ହିଞ୍ଜିଳି…
ମହାବଳ ବାଘ ଆତଙ୍କରେ ଲୋକେ ଭୟଭୀତ, ଗ୍ରାମାଞ୍ଚଳରେ ବନ ବିଭାଗ ସଜାଗ
ମହାବଳ ବାଘ ଆତଙ୍କରେ ଲୋକେ ଭୟଭୀତ, ଗ୍ରାମାଞ୍ଚଳରେ ବନ ବିଭାଗ ସଜାଗ ଆର, ଉଦୟଗିରି, (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲାର ବିଶେଷକରି ମୋହନା ତହସିଲ ଅଞ୍ଚଳରେ ରହିଥିବା…