୭ ପ୍ରସ୍ତାବରେ ଓଡ଼ିଶା କ୍ୟାବିନେଟ ମୋହର
ଭୁବନେଶ୍ୱର: ଆଜି ଓଡ଼ିଶା କ୍ୟାବିନେଟରେ ୬ଟି ବିଭାଗର ୭ ପ୍ରସ୍ତାବକୁ ମଞ୍ଜୁରି ମିଳିଛି।ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ଯେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାକୁ କ୍ୟାବିନେଟ ମଞ୍ଜୁରି ମିଳିଛି।ଗୋ-ସଂପଦର ବୀମା ପ୍ରସ୍ତାବରେ କ୍ୟାବିନେଟର ମୋହର ବାଜିଥିବା ସୂଚନା।ପ୍ରିମିୟମର ୮୫% ଭରଣା କରିବେ ରାଜ୍ୟ ସରକାର।ଗୋ-ସଂପଦ ବୀମା ପ୍ରିମିୟମର ମାତ୍ର ୧୫% ଦେବେ ଚାଷୀଚାଷୀ ସମବାୟ ସଂଗଠନକୁ ମିଳିବ ସରକାରୀ ସହାୟତା।ଗ୍ରାମାଞ୍ଚଳ ଦୁଗ୍ଧ ଚାଷୀଙ୍କ ରୋଜଗାର ବୃଦ୍ଧି କରାଯିବ।୫ ବର୍ଷରେ ୧୪୨୩ କୋଟିର ସହଯୋଗ ରାଶିକୁ ମଞ୍ଜୁରି ମିଳିଛି।ଓଡ଼ିଶା ହାଇକୋର୍ଟ କର୍ମଚାରୀଙ୍କ ପାଇଁ ହେବ ୫୫୦ କ୍ବାର୍ଟର୍ସ ।ଅଢ଼େଇ ବର୍ଷ ଭିତରେ ସରିବ କ୍ବାର୍ଟର୍ସ ନିର୍ମାଣ କାମ।